ଆମ ଜିଲା ଖବର

ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ ଅଫିସ,୧୯।୪: ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା। ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ଚରମ୍ପା ଓ ଏରେଇଁରୁ ରବିବାର କଣ୍ଟେନମେଣ୍ଟ କଟକଣା ଉଠାଇ ଦିଆଯାଇଛି। କିନ୍ତୁ ଲକ୍‌ଡାଉନର କଟକଣା ଉକ୍ତ ଅଞ୍ଚଳରେ ରହିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ…

ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନ୍‌ମେଣ୍ଟ କଟକଣା: ବାଲେଶ୍ୱରର ୩ ଅଞ୍ଚଳ ସିଲ୍‌ କଲା ପ୍ରଶାସନ

ବାଲେଶ୍ୱର ଅଫିସ,୧୯।୪: ରାଜ୍ୟରେ ଶନିବାର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ ବାଲେଶ୍ୱରର। ଏହା ଜଣାପଡ଼ିବା ପରେ ଜିଲା ପ୍ରଶାସନ ପକ୍ଷରୁ ମ୍ୟୁନିସିପାଲିଟି ଅଧୀନ ୨୭ ଏବଂ ୨୮ ନଂ ଓ୍ବାର୍ଡ ସହ ୨୯ନଂ ଓ୍ବାର୍ଡର ଆଶିଂକ ଅଞ୍ଚଳକୁ ୭ ଦିନ ପାଇଁ…

ସାମାଜିକ ଦୂରତା ନିୟମ ମାନୁନାହାନ୍ତି ଲୋକେ: ମାଛ ମାର୍କେଟରେ ଅସମ୍ଭବ ଭିଡ଼

ବନ୍ତ,୧୯ା୪(ଡି.ଏନ୍‌.ଏ.): କରୋନା ମହାମାରୀ ରୋକିବା ପାଇଁ ସରକାର ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଅତ୍ୟାଶ୍ୟକୀୟ ସାମଗ୍ରୀ କିଣିବା ସମୟରେ ପ୍ରବଳ ଗହଳି ଲାଗି ରହୁଥିବା ଦେଖିବାକୁ ମିଳୁଛି। ଭଦ୍ରକ ଜିଲା…

ଚାଷୀଙ୍କ ଉପରେ କରୋନା ଚଡ଼କ: ଜମିରେ ସଢୁଛି ପନିପରିବା

ଛତ୍ରପୁର,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଚଡ଼କ ଚାଷୀ, ମୂଲିଆ ଓ କୃଷି ଶ୍ରମିକଙ୍କ ଉପରେ ଅଧିକ ପଡ଼ିଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ଓ ପ୍ରତ୍ୟହ ୧୯ଘଣ୍ଟିଆ ସଟ୍‌ଡାଉନ ଯୋଗୁ ଗମନାଗମନରେ କଟକଣା ଲାଗିଛି। ଫଳରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ବାହାରକୁ ରପ୍ତାନୀ…

ଘରକୁ ଘର ବୁଲି ବହି ବାଣ୍ଟିଲେ ଶିକ୍ଷୟିତ୍ରୀଶିକ୍ଷକ: ଅବୁଝା ହେଲେ ପଚାରିବାକୁ ଦେଲେ ଫୋନ୍‌ ନମ୍ବର

କୃଷ୍ଣପ୍ରସାଦ, ୧୯।୪ (ଡି.ଏନ.ଏ.): କରୋନା ଯୋଗୁ ଜାରି ହୋଇଥିବା ଲକ୍‌ଡାଉନ ଲାଗି ଶିକ୍ଷାର୍ଥୀଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି। ପାଠ ପଢିବାର ସୁଯୋଗ ସୃଷ୍ଟି କରିବା ପାଇଁ ଗଣଶିକ୍ଷା ବିଭାଗ ଶିକ୍ଷୟିତ୍ରୀଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କ ଘରକୁ ଯାଇ ସେମାନଙ୍କ ଆବଶ୍ୟକ ବହି ଦେବାକୁ…

କରୋନା ଟାଣିଛି ଲକ୍ଷ୍ମଣରେଖା: କାଳିଆ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ

ପୁରୀ ଅଫିସ,୧୯।୪: କରୋନା ଟାଣିଛି ଲକ୍ଷ୍ମଣ ରେଖା। ସିଂହଦ୍ୱାର ଡେଇଁ ଶ୍ରୀମନ୍ଦିରକୁ ଯାଇପାରୁନାହାନ୍ତି ଭକ୍ତ। ଗତ ମାସ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। କେବଳ ସେବାୟତମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନ କରୁଛନ୍ତି। ଇତିମଧ୍ୟରେ ପ୍ରାୟ ୩୦…

ମନେପଡ଼େ କଳାବେଠିଆଙ୍କ ସେବା

ପୁରୀ ଅଫିସ,୧୯।୪: ଶାସ୍ତ୍ରରେ ରହିଛି ରଥେ ତୁ ବାମନଂ ଦୃଷ୍ଟ୍ବା, ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଥାତ୍‌ ରଥ ଉପରେ ମହାପ୍ରଭୁଙ୍କୁ ବାମନ ରୂପରେ ଦର୍ଶନ କଲେ ପୁନଜନ୍ମ ହୋଇ ନ ଥାଏ। ଏହି ଆସ୍ଥା ଓ ବିଶ୍ୱାସରେ କ’ଣ ଏଥର ଘଟିବ…

ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିିନ ତିଆରି କଲେ ୪ ଅଧ୍ୟାପକ

କଟକ ଅଫିସ, ୧୯।୪: ମହାମାରୀ କରୋନା ଭୂତାଣୁ ପାଇଁ ସମସ୍ତେ ଚିନ୍ତିତ। ଦିନକୁ ଦିନ ଏହି ଭୂତାଣୁର ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି। ଏବେ ଲକଡାଉନ ସମୟରେ ଏକ ଅଭିନବ ପ୍ରୟାସ କରିଛନ୍ତି ଖପୁରିଆ ଆଇଟିଆଇର ୪ ଅଧ୍ୟାପକ। ରାଜ୍ୟର ପ୍ରତି…

ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା: ବାହାରିବନି ଶୋଭାଯାତ୍ରା, ଖର୍ଚ୍ଚକାଟ କରିଛି ମନ୍ଦିର ପ୍ରଶାସନ

ପୁରୀ ଅଫିସ,୧୯।୪: କରୋନା ପାଇଁ ଅଟକିବନି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା। କିନ୍ତୁ କଟକଣା ରହିବ। ଗହଳିକୁ ବାରଣ କରାଯିବ। କୌଣସି ଭକ୍ତ ଏଥିରେ ସାମିଲ ହେବେ ନାହିଁ। ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ୱରେ ପୋଲିସ ଜଗିବେ। ଚତୁଃପାର୍ଶ୍ୱ ରାସ୍ତାକୁ ବନ୍ଦ କରାଯିବ।…

କରୋନା ଯୋଦ୍ଧାଙ୍କୁ ମିଳୁନି ଦରମା

ଅନୁଗୋଳ ଅଫିସ, ୧୯।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତ ଥିବା ୧୦୪ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ୩ ମାସ ହେଲା ଦରମା ମିଳିନାହିଁ। ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ କାରଣରୁ ଏହି କରୋନା ଯୋଦ୍ଧାମାନେ…

ସମ୍ବର୍ଦ୍ଧିତ ହେଲେ କରୋନା ଯୋଦ୍ଧା

ଢେଙ୍କାନାଳ ଅଫିସ, ୧୯।୪ – ଢେଙ୍କାନାଳ ପୌରାଞ୍ଚଳର ସିମିଳିଆ ଅଞ୍ଚଳର ନାରୀଶକ୍ତି ସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଶନିବାର ସମ୍ବର୍ଦ୍ଧିତ କରାଯାଇଛି। ପୋଲିସ, ଅଙ୍ଗନୱାଡି କର୍ମୀ, ସଫେଇ କର୍ମଚାରୀ, ଆଶା କର୍ମୀ, ସ୍ବଚ୍ଛସାଥୀ, ପୂର୍ବତନ କାଉନ୍‌ସିଲରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମିଶନ ଶକ୍ତି…

ଏନ୍‌ଟିପିସିରେ ହ୍ରାସ ହେବନି ବିଦ୍ୟୁତ୍‌ ଉତ୍ପାଦନ

ତାଳଚେର,୧୯ା୪(ନି.ପ୍ର.) – ଅନୁଗୋଳ ଜିଲା କଣିହାଁସ୍ଥିତ ଏନ୍‌ଟିପିସି ଉଦ୍ୟୋଗର ବିଦ୍ୟୁତ୍‌ ଉତ୍ପାଦନ ନେଇ ସିଏମ୍‌ଡି ଗୁରୁଦୀପ ସିଂ ଏବଂ ଆଞ୍ଚଳିକ ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଛି। କୌଣସି ସ୍ଥିତିରେ ପ୍ଲାଣ୍ଟର ଶକ୍ତି ଉତ୍ପାଦନ ରେ ହ୍ରାସ ଘଟିବାକୁ ଦିଆଯିବ ନାହିଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?