ବିନା ମାସ୍କରେ ଡାକ୍ତରଖାନାରେ ରୋଗୀ, ସମ୍ପର୍କୀୟ
ଲୋଇସିଂହା,୧୯ା୪(ଡି.ଏନ୍.ଏ.): ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ବିଭାଗରେ ଭର୍ତ୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ବିନା ମାସ୍କରେ ରହୁଥିବା ରବିବାର ସକାଳେ ଦେଖିବାକୁ ମିଳିଛି। ଲୋଇସିଂହା ଥାନା ଅନ୍ତର୍ଗତ ବାଞ୍ଜିପାଲି…
କୁକୁଡ଼ା ଚୋରି ସନ୍ଦେହରେ ଦୁଇ ଗୋଷ୍ଠୀ ମଧ୍ୟରେ ଛୁରାମାଡ଼: ଜଣେ ଗୁରୁତର; ୬ ଆହତ, ୨ଅଟକ
ଭଦ୍ରକ ଅଫିସ,୧୯ା୪: କୁକୁଡ଼ା ଚୋରି ସନ୍ଦେହରେ ପ୍ରଥମେ କମେଣ୍ଟମରା ଓ ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଉଭୟ ପକ୍ଷର ଜଣେ ଗୁରୁତର ଏବଂ ଆହତ ହୋଇଛନ୍ତି। ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି। ଏପରି ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମଞ୍ଚଳ…
ରାଧାନଗରରେ ଡକାୟତି: ୪୦ ଭରି ସୁନାଗହଣା, ଦେଢ଼ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ
ଦିଗପହଣ୍ଡି,୧୯ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଗ୍ରାମାଞ୍ଚଳରେ କିଛିଦିନ ହେଲା ଘନଘନ ଚୋରି ଡକାୟତି ଘଟଣା ଲୋକଙ୍କ ନିଦ ହଜାଇ ଦେଇଛି। ଶନିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ମଳାଭଞ୍ଜା ରାଧାନଗର ଗ୍ରାମର ରାଶନ ଦୋକାନୀ ଜେ. ସରୋଜ କୁମାର…
ଭଦ୍ରକରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ ପରିବା ବଜାର
ଭଦ୍ରକ ଅଫିସ,୧୯।୪: ଏବେ ଭଦ୍ରକ ଜିଲାରେ ସନ୍ଧ୍ୟା ୬ ପର୍ଯ୍ୟନ୍ତ ପରିବା ମାର୍କେଟ ଖୋଲିବା ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଛି। ପୂର୍ବରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ଅନୁମତି ରହିଥିଲା। କେବଳ ଏରେଇଁ ଓ ଭଦ୍ରକ ପୌରପାଳିକା ଅଞ୍ଚଳରେ ମଧ୍ୟାହ୍ନ ୧…
ଭଦ୍ରକରେ ଖୋଲିଲା ବହିଦୋକାନ, ଲମ୍ବା ଧାଡ଼ିରେ ଅଭିଭାବକ
ଭଦ୍ରକ ଅଫିସ,୧୯।୪: ରବିବାର ଭଦ୍ରକରେ ପ୍ରଥମ କରି ବହିଦୋକାନ ଖୋଲିଛ। ସକାଳ ୬ରୁ ଅଭିଭାବକମାନେ ଲମ୍ବା ଧାଡିରେ ରହି ବହି ଓ ଖାତା କିଣୁଥିବା ଦେଖିବାକୁ ମିଳିଛି। ଅଧିକାଂଶ ଦୋକାନୀ ଖାତା କିଣିଲେ ବହି ଦେଉଥିବା ଦେଖିବାକୁ ମିଳିଛି, ଏପରିକି ଅଧିକାଂଶ…
ଯୋଜନା ପରଖିଲେ ଭଦ୍ରକ ଜିଲାପାଳ
ଭଦ୍ରକ ଅଫିସ,୧୯।୪: କରୋନା ମୁକାବିଲା ଲାଗି କରାଯାଇଥିବା ଲକ୍ଡାଉନ୍ ଯୋଗୁ ଗରିବ ତଥା ଶ୍ରମିକ ଶ୍ରେଣୀୟ ଲୋକେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ଏହି କ୍ରମରେ ଭଦ୍ରକ ଜିଲାପାଳ…
ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ
ଭଦ୍ରକ ଅଫିସ,୧୯।୪: ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି କୁ ଭଦ୍ରକ ଡିଷ୍ଟ୍ରିକ୍ଟ ଫ୍ଲlଇଆସ ବ୍ରିକ୍ସ ଓନର୍ ଆସୋସିଏଶନ ପକ୍ଷରୁ ୧ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଆସୋସିଏଶନ ସଭାପତି ଅସିତ୍ କୁମାର ପାଣିଗ୍ରାହୀ, ସମ୍ପାଦକ ଜ୍ୟୋତି ପ୍ରକାଶ ମହାନ୍ତି ଓ…
କୁମ୍ପି ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ହଜାର ଟଙ୍କା ଦାନକଲେ ଭଉଣୀ-ଭାଇ
ତାଳଚେର,୧୯ା୪(ନି.ପ୍ର.): କରୋନା ମୁକାବିଲା ପାଇଁ ସାରା ଦେଶ ଆଜି ଏକାଠି ହୋଇଛି । କରୋନା ଯୁଦ୍ଧରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଲାଗି ପିଏମ୍ କେୟାର୍ସ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଅନେକ ବଦାନ୍ୟ ବ୍ୟକ୍ତି…
ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା
ଭଦ୍ରକ ଅଫିସ,୧୯।୪: ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା। ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ଚରମ୍ପା ଓ ଏରେଇଁରୁ ରବିବାର କଣ୍ଟେନମେଣ୍ଟ କଟକଣା ଉଠାଇ ଦିଆଯାଇଛି। କିନ୍ତୁ ଲକ୍ଡାଉନର କଟକଣା ଉକ୍ତ ଅଞ୍ଚଳରେ ରହିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ…
ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନ୍ମେଣ୍ଟ କଟକଣା: ବାଲେଶ୍ୱରର ୩ ଅଞ୍ଚଳ ସିଲ୍ କଲା ପ୍ରଶାସନ
ବାଲେଶ୍ୱର ଅଫିସ,୧୯।୪: ରାଜ୍ୟରେ ଶନିବାର ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ ବାଲେଶ୍ୱରର। ଏହା ଜଣାପଡ଼ିବା ପରେ ଜିଲା ପ୍ରଶାସନ ପକ୍ଷରୁ ମ୍ୟୁନିସିପାଲିଟି ଅଧୀନ ୨୭ ଏବଂ ୨୮ ନଂ ଓ୍ବାର୍ଡ ସହ ୨୯ନଂ ଓ୍ବାର୍ଡର ଆଶିଂକ ଅଞ୍ଚଳକୁ ୭ ଦିନ ପାଇଁ…
ସାମାଜିକ ଦୂରତା ନିୟମ ମାନୁନାହାନ୍ତି ଲୋକେ: ମାଛ ମାର୍କେଟରେ ଅସମ୍ଭବ ଭିଡ଼
ବନ୍ତ,୧୯ା୪(ଡି.ଏନ୍.ଏ.): କରୋନା ମହାମାରୀ ରୋକିବା ପାଇଁ ସରକାର ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଅତ୍ୟାଶ୍ୟକୀୟ ସାମଗ୍ରୀ କିଣିବା ସମୟରେ ପ୍ରବଳ ଗହଳି ଲାଗି ରହୁଥିବା ଦେଖିବାକୁ ମିଳୁଛି। ଭଦ୍ରକ ଜିଲା…
ଚାଷୀଙ୍କ ଉପରେ କରୋନା ଚଡ଼କ: ଜମିରେ ସଢୁଛି ପନିପରିବା
ଛତ୍ରପୁର,୧୯ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଚଡ଼କ ଚାଷୀ, ମୂଲିଆ ଓ କୃଷି ଶ୍ରମିକଙ୍କ ଉପରେ ଅଧିକ ପଡ଼ିଥିବା ଜଣାପଡ଼ିଛି। ଲକ୍ଡାଉନ୍ ଓ ପ୍ରତ୍ୟହ ୧୯ଘଣ୍ଟିଆ ସଟ୍ଡାଉନ ଯୋଗୁ ଗମନାଗମନରେ କଟକଣା ଲାଗିଛି। ଫଳରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ବାହାରକୁ ରପ୍ତାନୀ…

