ଲକ୍‌ଡାଉନ୍‌: ପୋଲସରାରୁ ବଲାଙ୍ଗୀର ଅଭିମୁଖେ ଶ୍ରମିକ

ଭଞ୍ଜନଗର/ପୋଲସରା,୮ା୫(ଡି.ଏନ୍‌.ଏ.) : ଲକ୍‌ଡାଉନ୍‌ ଯୋଗୁ ଶ୍ରମିକମାନଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହିଭଳି ଗଞ୍ଜାମ ଜିଲା ପୋଲସରା ନିକଟସ୍ଥ ହାତୀଓଟ ଏବଂ କେନ୍ଦୁବାଡ଼ି ଅଞ୍ଚଳର ଇଟାଭାଟିରେ କାମ କରୁଥିବା ବଲାଙ୍ଗୀର ଜିଲାର ଶ୍ରମିକମାନେ ଶୁକ୍ରବାର ନିଜ ଭିଟାମାଟି ଅଭିମୁଖେ ଚାଲିଚାଲି ବାହାରିଛନ୍ତି। ପୋଲସରା, ବେଲଗୁଣ୍ଠା, ଭଞ୍ଜନଗର ବ୍ଲକ ଓ ଏନଏସି ଅତିକ୍ରମ କରିବା ପରେ ସେମାନେ ସୋରାଦେବୀ ମନ୍ଦିର ରାସ୍ତାରେ ରୋଷେଇ କରିବା ପାଇଁ ଅଟକିଛନ୍ତି। ବାଟରେ ସେମାନଙ୍କ ଯାତାୟାତ ସମ୍ପର୍କରେ ପ୍ରଶାସନ ଜାଣିଥିଲେ ମଧ୍ୟ ସାହାଯ୍ୟ କରିନାହିଁ। ଏନେଇ ପାଟଣାଗଡ଼ ସାଳପଦର ଗ୍ରାମର ଜଣେ ଶ୍ରମିକ କହିଛନ୍ତି, ଲକ୍‌ଡାଉନ୍‌ ପୂର୍ବରୁ ଆମେ ଆସି ହାତୀଓଟ ଇଟାଭାଟିରେ କାମ କରୁଥିଲୁ। ୨ମାସ ହେବ କାମ ବନ୍ଦ ହୋଇଯାଇଛି । ଖାଇବା ପାଇଁ ପାଖରେ ଟଙ୍କାଟିଏ ନାହିଁ। ପ୍ରଶାସନକୁ ସହଯୋଗ ମାଗିଥିଲୁ ଭିଟାମାଟିକୁ ଫେରାଇ ଦେବା ବ୍ୟବସ୍ଥା କରିବା ପାଇଁ। କିନ୍ତୁ ୧୫ଦିନ ହେଲା କେହି ତାଙ୍କ କଥା ନ ଶୁଣିବାରୁ ଶୁକ୍ରବାର ସକାଳୁ ଭିଟାମାଟିକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏମାନଙ୍କ ମଧ୍ୟରେ ୧୨ଜଣ ପୁରୁଷ ଓ ମହିଳା ଥିବାବେଳେ ୬ଜଣ ଶିଶୁ ଅଛନ୍ତି। ପ୍ରଚଣ୍ଡ ଖରାରେ ବହୁତ କଷ୍ଟରେ ଶ୍ରମିକମାନେ ସେମାନଙ୍କ ଶିଶୁମାନଙ୍କୁ ଧରି ଯାତାୟାତ କରୁଛନ୍ତି। ଭଞ୍ଜନଗରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଥିବା ଜଣାପଡ଼ିଛି। ଏନେଇ ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏନେଇ ତାଙ୍କୁ କେହି ଅବଗତ କରାଇନାହାନ୍ତି । ଯଦି ସୂଚନା ମିଳିଥାନ୍ତା ତେବେ ପ୍ରଶାସନ ପକ୍ଷରୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri