ଭୁବନେଶ୍ୱର ୨୨୭ନଂ ଆକ୍ରାନ୍ତ ନିଶ୍ଚିନ୍ତକୋଇଲି କଟିକଟା ପଞ୍ଚାୟତର: ଦେହ ଖରାପ ହେବା ପରେ ଏକ ମାସ ଧରି ରହିଥିଲେ ଘରେ, ବୁଲିଛନ୍ତି ହାଟ ବଜାର

ନିଶ୍ଚିନ୍ତକୋଇଲି,୮।୫(ସ୍ବ.ପ୍ର.)- ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର କରୋନା ଆକ୍ରାନ୍ତ ହେଉଛନ୍ତି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଞ୍ଚାୟତ ମିରା ସାହିର। ଏହି ୩୪ ବର୍ଷୀୟ ଯୁବକ ଭୁବନେଶ୍ୱରରେ ରହି ଏକ ହୋଟେଲରେ ରହି କାମ କରନ୍ତି। ତେବେ ମାସକ ତଳେ ହଠାତ୍‌ ଦେହ ଖରାପ ଓ ଥଣ୍ଡା ଜର ହେବାରୁ ସେ ଗାଁକୁ ପଳାଇ ଆସିଥିଲେ। ଗାଁରେ ରହି ଚିକତ୍ସା କରାଇଥିଲେ। ସୁସ୍ଥ ଅନୁଭବ କରିବା ପରେ ୫ ଦିନ ତଳେ ସୋମବାର ଦିନ କାମ କରିବା ପାଇଁ ପୁଣି ଭୁବନେଶ୍ୱର ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସେ କାମ କରୁଥିବା ହୋଟେଲ ମାଲିକ ତାଙ୍କ କରୋନା ପରୀକ୍ଷା କରାଇଥିଲେ। ଗୁରୁବାର ସେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତେବେ ଏହି ଘଟଣା ଜଣାପଡ଼ିବା ପରେ ସମଗ୍ର ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ବ୍ୟକ୍ତିଜଣଙ୍କ କଟିକଟା ପଞ୍ଚାୟତର ବାସିନ୍ଦା। କିନ୍ତୁ ତାଙ୍କ ଘର ଅଶୁରେଶ୍ୱର ଓ କେଣ୍ଟାଳ ପଞ୍ଚାୟତ ସଲଗ୍ନ ଅଟେ। ସେ ଦୀର୍ଘ ଏକ ମାସ ହେବ ଘରେ ରହି ବିଭିନ୍ନ କାର୍ଯ୍ୟରେ ଯୋଗ ଦେବା ସହ ବଜାର, ହାଟ, କ୍ଲବ, ଧର୍ମାନୁଷ୍ଠାନ ଏବଂ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି। ତେବେ ସମ୍ପୃକ୍ତ ବ୍ୟକ୍ତି ଏକ ମାସ ହେବ ଏହି ଅଞ୍ଚଳରେ ନିର୍ବିଘ୍ନରେ ବୁଲିବା ଏବଂ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ଘଟଣା ପ୍ରକାଶ ପାଇବା ପରେ ନିଶ୍ଚିନ୍ତକୋଇଲି ବ୍ଳକ ପ୍ରଶାସନ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ତାଙ୍କ ସହ ସିଧା ସଳଖ ସଂସ୍ପର୍ଶରେ ଆସିଥିବା ୪୫ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆଉଡୋରକୁ ଶୁକ୍ରବାର ସକାଳୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। କେବଳ ଜରୁରୀ କାଳୀନ ସେବା ଯୋଗାଇ ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ନିକଟ ସମ୍ପର୍କୀୟଙ୍କ ସ୍ବାବ୍‌ ସଂଗ୍ରହ କରାଯିବ ଓ କଣ୍ଟ୍ରାକ୍ଟ ଟ୍ରେସିଂ କାର୍ଯ୍ୟ ତ୍ୱରାନିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମେଡିକାଲ ଅଫିସର ଅମିତ ଜେନା ପ୍ରକାଶ କରିଛନ୍ତି।

ଅପରପକ୍ଷରେ ତରତ ହାଟକୁ ବନ୍ଦ କରିବା ପାଇଁ ତହସିଲଦାର ଜିତେନ୍ଦ୍ର ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସିଧା ସଳଖ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବା ପାଇଁ ବିଡିଓ କର୍ଣ୍ଣଦେବ ସମାଦ୍ଧାର ପରାମର୍ଶ ଦେଇଛନ୍ତି। ତେବେ ସ୍ବାବ୍‌ ଯାଇ ରିପୋର୍ଟ ଆସିବା ପରେ ସମୟ ଉପଯୋଗୀ ପଦକ୍ଷେପ ନିଆଯିବ ବୋଲି ପ୍ରସାଶନ ତରଫରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୪।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri