ଦେବଗଡ଼ରେ କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି

ଦେବଗଡ଼,୧୩।୫(ଡି.ଏନ.ଏ.)-ବୁଧବାର ଅପରାହ୍ନରେ ଦେବଗଡ଼ ପୌରାଞ୍ଚଳ ସମେତ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡବଡ ଗଛ ଭାଙ୍ଗି ପଡିଛି। ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିବା ସହ ତାର ଛିଡିଛି। ଫଳରେ ଦେବଗଡ଼ ସହର ଓ ଆଖପାଖ ଅଞ୍ଚଳରେ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି। ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଓ କୁଆପଥର ବୃଷ୍ଟି ହୋଇଥିଲା। ଏଥିଯୋଗୁ ଦେବଗଡ଼ ରାଜପ୍ରାସାଦର ଏକ ଟିଣ ଛପର ଉଡିଯାଇ ରାଜ ପ୍ରସାଦ ପରିସରରେ ଥିବା ୱେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ପଡିଥିଲା। ଫଳରେ ୱେସ୍କୋ କାର୍ଯ୍ୟାଳୟର ରାସ୍ତା ଦୀର୍ଘ ସମୟ ପର୍ଯ୍ୟନ୍ତ ଅବରୋଧ ହୋଇ ରହିଥିଲା। ସେହିପରି ଦେବଗଡ଼ ପୌରାଞ୍ଚଳର ପ୍ରଧାନପାଟ ରୋଡ, ଗଣେଶ ଛକ, ପୁରୁଣାଗଡ, ନୀଳବେର୍ଣ୍ଣୀ ସାହି ଅଞ୍ଚଳରେ ମଧ୍ୟ ବହୁ ଗଛ ଭାଙ୍ଗି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ବଜ୍ରପାତରେ ତିଲେଇବଣି ବ୍ଲକ ଟାଇଁସର ପଞ୍ଚାୟତ କୋରଡ ଗ୍ରାମର ଜଣେ ବ୍ୟକ୍ତିଙ୍କ ଏକ ବଳଦର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହିଳା RI, ୫୫୦୦ ଲାଞ୍ଚ ନେବାବେଳେ….

ଡେରାବିଶ,୨୪ା୭(ଅଜୟ ବେବର୍ତ୍ତା): ଭିଜିଲାନ୍ସ ଜାଲରେ ମହିଳା ରାଜସ୍ୱ ନିରିକ୍ଷିକା ସାଇ ଦର୍ଶିନୀ ଲେଙ୍କା । ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ । ସୂଚନା…

ଜଣେ ବରକୁ, ୩ କନ୍ୟା: କ୍ୟାମେରାମ୍ୟାନ୍‌ଙ୍କୁ ବିବାହ କଲେ ୩ YouTuber ଭଉଣୀ

ଆମରୋହା,୨୪।୭: ଉତ୍ତର ପ୍ରଦେଶର ଆମରୋହା ଜିଲାର ହସନପୁର ପୋଲିସ ଷ୍ଟେଶନ ଅଞ୍ଚଳରେ ତିନି ଭଉଣୀ ଜଣେ ଯୁବକଙ୍କୁ ବିବାହ କରିଛନ୍ତି। ଏହି ତିନି ଭଉଣୀ ହେଉଛନ୍ତି YouTuber…

ରାଇକିଆରେ ବାହୁଡ଼ା ଯାତ୍ରା, ଛେରା ପହଁରା ପାଇଁ ବିଡିଓ…

ରାଇକିଆ,୨୪ା୭(ପ୍ରଦୀପ ବେହେରା): ଆଜି ବାହୁଡ଼ା ଯାତ୍ରା। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିର ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

ରାଜ୍ୟ ସଭାରେ ‘ବନ୍ଦେ ମାତରମ’ ବିଲ୍ ଆଗତ କଲେ ସରକାର, ଜାତୀୟ ସଙ୍ଗୀତକୁ ଅପମାନ କଲେ…

ନୂଆଦିଲ୍ଲୀ,୨୪ା୭: ଗୃହରେ ହଟ୍ଟଗୋଳ ପରେ, ରାଜ୍ୟ ସଭାର କାର୍ଯ୍ୟ ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହୋଇଥିଲା। ଏହାପରେ ‘ବନ୍ଦେ ମାତରମ୍’ର ସମ୍ମାନ ସମ୍ପର୍କରେ ସଂସଦର ଉଚ୍ଚ ସଦନ…

NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର, ପୁରୁଷବନ୍ଧୁଙ୍କୁ ବନ୍ଧୁଙ୍କୁ ମାଡ଼ ମାରି ବୁଦାରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ,୨୪ା୭: ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସୀମାନ୍ତରେ ଅବସ୍ଥିତ ଏକ ପବିତ୍ର ସହର ଚିତ୍ରକୂଟର ଦେବାଙ୍ଗନା ଉପତ୍ୟକା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ମଧ୍ୟପ୍ରଦେଶର ସତନାର…

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ଜାରି ରହିବ କଡ଼ା ଆଭିମୁଖ୍ୟ: ଏସ୍‌ପି

ଛତ୍ରପୁର,୨୪ା୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଚୋରି, ଡକାୟତି, ଦାଦାବଟି ଭଳି ୧୨ଟି ଆପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁରୁଷୋତ୍ତମପୁର ଥାନା…

ଚାଷଜମିକୁ ଯାଇଥିଲେ ଚାଷୀ, ଚୋଟ ମାରିଲା ସାପ, ଘରକୁ ଫେରିବା ପରେ…

ବଞ୍ଚୋ,୨୪ା୭(ପ୍ରଦୋଷ ବିଶ୍ୱାଳ): ଜଣେ ଚାଷୀ ଚାଷଜମିକୁ ଯାଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିବା ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି। ଆନନ୍ଦପୁର ଥାନା ବଞ୍ଚୋ ଗାଁର ଅନାମ…

‘ଆଜି ରାତିରେ CJP ନେତାମାନଙ୍କୁ ଗିରଫ କରାଯିବ’ – ଜନ୍ତର ମନ୍ତରରୁ ଅଭିଜିତ ଦୀପକେଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୪।୭: ଶୁକ୍ରବାର କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର ମନ୍ତରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀ ସମୟରେ ଅଭିଜିତ ଦୀପକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri