ଆମ ଜିଲା ଖବର

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ୨୩ ଶ୍ରମିକ: ଚାଲି ଚାଲି ଯାଉଥିଲେ ପଶ୍ଚିମବଙ୍ଗ

ରସାଳପୁର,୨୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ଥାନା ପୋଲିସ ସୋମବାର ପୂର୍ବାହ୍ନରେ ପଶ୍ଚିମବଙ୍ଗର ୨୩ଜଣ ଶ୍ରମିକଙ୍କୁ ସ୍ଥାନୀୟ ପଞ୍ଚାୟତର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିଛି। ସେମାନଙ୍କର ଖାଇବା ପିଇବା ସହିତ ସମସ୍ତ ସୁବିଧା ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦାୟିତ୍ୱରେ ଥିବା…

ବଲାଙ୍ଗୀର ଜିଲା: ମେ ୧୦ରୁ ରବିଧାନ କିଣା

ବଲାଙ୍ଗୀର ଅଫିସ, ୨୭ା୪: ବଲାଙ୍ଗୀର ଜିଲାରେ ରବି ଧାନକ୍ରୟ ପ୍ରକ୍ରିୟା ଆସନ୍ତା ୧୦ତାରିଖଠାରୁ ଆରମ୍ଭ ହେବ। ଜିଲାସ୍ତରୀୟ ଧାନକ୍ରୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ…

ରାଧାରାଣୀପଡା ଶୀତଳଷଷ୍ଠୀ ଥାଳଉଠା ଉଠିଲା

ବଲାଙ୍ଗୀର ଅଫିସ, ୨୭ା୪: ବଲାଙ୍ଗୀର ରାଧାରାଣୀପଡା ଶୀତଳଷଷ୍ଠୀ ପୂଜା କମିଟି ପକ୍ଷରୁ ଚଳିତବର୍ଷ ଶୀତଳଷଷ୍ଠୀ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୀତଳଷଷ୍ଠୀ ଥାଳଉଠା କାର୍ଯ୍ୟକ୍ରମ ରବିବାର ସମ୍ପନ୍ନ ହୋଇଛି। କମିଟି ସଭାପତି…

ସ୍ବର୍ଗଦ୍ୱାରରେ ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ ଅଫିସ, ୨୭ା୪: ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ସଂଳାପ ଲେଖକ ତଥା ନାଟ୍ୟକାର ଡ. ବିଜୟ ମିଶ୍ରଙ୍କ ଶେଷକୃତ୍ୟ ସୋମବାର ସ୍ବର୍ଗଦ୍ୱାରରେ ସମ୍ପନ୍ନ ହୋଇଛି। ଅପରାହ୍ନରେ ତାଙ୍କ ମରଶରୀର ପୁରୀରେ ପହଞ୍ଚତ୍ବା ପରେ ପ୍ରଥମେ ଅନ୍ନପୂର୍ଣ୍ଣା ଥିଏଟର ପରିସରକୁ ନିଆଯାଇଥିଲା।…

ଝଡବର୍ଷାରେ କ୍ଷତିଗ୍ରସ୍ତଙ୍କୁ ମିଳିଲା ପଲିଥିନ

ବିନିକା, ୨୭ା୪(ଡି.ଏନ୍‌.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ଅଞ୍ଚଳରେ ଗତ ୫ଦିନ ହେଲା ଅଦିନିଆ ଝଡ ତୋଫାନ ସହ ବର୍ଷା ଲାଗି ରହିଛି। ଏଥିଯୋଗୁ ଧନଜୀବନ ବ୍ୟତିବ୍ୟସ୍ତ ହୋଇ ପଡିଛି। ଲକ୍‌ଡାଉନରେ ଥିବା ବିନିକାବାସୀ ଝଡତୋଫାନ ଯୋଗୁ ବ୍ୟାପଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ବ୍ଲକ…

କର୍ତ୍ତବ୍ୟ ଆଗରେ ହାର୍‌ ମାନିଲା ଝିଅ ହରାଇବା ଦୁଃଖ

ପିପିଲି,୨୭।୪(ଡି.ଏନ୍‌.ଏ.): ନିଜ ଦୁଃଖ ଓ ସମସ୍ୟାକୁ ପଛରେ ପକାଇ ମହାମାରୀ କରୋନା ମୁକାବିଲାରେ ଦେଶ ପାଇଁ ସେବା ପ୍ରଦାନ କରି ଅନେକ ପୋଲିସ କର୍ମଚାରୀ ବେଶ ପ୍ରଶଂସିତ ହୋଇଛନ୍ତି। ଏହି କ୍ରମରେ ପୁରୀ ଜିଲା ପିପିଲି ଥାନାର ମହିଳା ହୋମଗାର୍ଡ ଗୌରୀ…

୩୨ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ଜୁନାଗଡ,୨୭।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ରଣପୁର ଗ୍ରାମ ନିକଟି କୁସୁମଖୋଲ, ସୁନାରୀପାଣି ଓ ଆମଖୋଲ ପାହାଡରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢାଉ କରାଯାଇଥିଲା। ଚଢାଉର ୩୨.୬୦ କୁଇଣ୍ଟାଲ…

ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, କ୍ରୟ ସମନ୍ଧୀୟ ପ୍ରଶିକ୍ଷଣ ଶିବିର

ଲାଞ୍ଜିଗଡ,୨୭ା୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ସମନ୍ବିତ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ତାହାର କ୍ରୟ ସମନ୍ଧରେ ଏକ ପ୍ରଶିକ୍ଷଣ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ପ୍ରକଳ୍ପ ପ୍ରଶାସକ ବିରଞ୍ଚି…

ମହୁଲ ଫୁଲର ଅଭାବୀ ବିକ୍ରି

ଭବାନୀପାଟଣା/କୋକସରା,୨୭।୪(ସ୍ବ.ପ୍ର/ଡି.ଏନ.ଏ.): ମହୁଲ ଫୁଲର ବାସ୍ନାରେ ମହକୁଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଟାଣ ଖରା ବଡିବା ସାଙ୍ଗକୁ ମହୁଲ ଗଛରୁ ଠପ୍‌ଠପ୍‌ ଝରି ପଡୁଛି ପଡୁଛି ଫୁଲ। ପାହାନ୍ତିଆରୁ ମହୁଲ ଫୁଲ ଗୋଟାଇବାକୁ ଭିଡ ଜମାଉନ୍ତି ଆଦିବାସୀ ପରିବାରର ମହିଳା ଓ ପିଲାଛୁଆ।…

କରୋନା ସାଙ୍ଗକୁ କାଳବୈଶାଖୀ: ବ୍ୟାପକ ଫସଲ ନଷ୍ଟ

ଖପ୍ରାଖୋଲ, ୨୭ା୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଗତଦୁଇ ଦିନ ତଳେ ହୋଇଥିବା କାଳବୈଶାଖୀ ସହ କୁଆପଥର ମାଡ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ପନିପରିବା ବିକ୍ରି ହୋଇ ପାରୁ ନ ଥିବାବେଳେ ଏବେ କାଳବୈଶାଖୀ…

ଛଦ୍ମବେଶରେ ଚୋରା ମଦ ବେପାରୀଙ୍କୁ ଧରିଲା ପୋଲିସ

ଟିଟିଲାଗଡ଼, ୨୭।୪ (ଡି.ଏନ.ଏ.): ଲକ୍‌ଡାଉନ କଟକଣା ଯୋଗୁ ଦେଶୀ ବିଦେଶୀ ମଦ ଦୋକାନରେ ତାଲା ଝୁଲୁଛି। ଏହାର ସୁଯୋଗ ନେଇ ବଲାଙ୍ଗୀର ଜିଲା ଟିଟିଲାଗଡ ଅଞ୍ଚଳରେ ରନ୍ଧା ମଦବେପାରୀ ସକ୍ରିୟ ହୋଇ ଉଠିଛନ୍ତି। ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ ଥାନା ପୋଲିସ…

ଡଙ୍କଲପାଡୁ ବସ୍‌ ଟ୍ରାଜେଡି: ଏସ୍‌ସିବିରେ ନାବାଳିକାଙ୍କ ମୃତ୍ୟୁ, ୧୨ରେ ପହଚିଂଲା  ମୃତ୍ୟୁସଂଖ୍ୟା

ଗୋପାଳପୁର,୨୭ା୪- ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଫେବୃଆରୀ ୯ ତାରିଖରେ ନିର୍ବନ୍ଧ ପାଇଁ ଯାଉଥିବା ବସ୍‌ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୧ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?