ଆମ ଜିଲା ଖବର

ସାଇକେଲରେ ତାମିଲନାଡୁରୁ ପୋଲସରା ଫେରିଲେ ଯୁବକ

ପୋଲସରା,୨୦ା୫(ଡି.ଏନ.ଏ.)- ପୋଲସରା ଇଚ୍ଛାପୁର ଗ୍ରାମର ଅରୁଣ ନାୟକ ତାମିଲନାଡୁର ଅମ୍ବାଟୁରରୁ ସାଇକେଲରେ ଆସି ସୋମବାର ନିଜ ଅଞ୍ଚଳରେ ପହଞ୍ଚତ୍ଛନ୍ତି। ଅମ୍ବାଟୁରର ଏକ କମ୍ପାନୀରେ ଅରୁଣ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁ କାମ ବନ୍ଦ ପରେ ଚଳିବାକୁ ଅସୁବିଧା ହୋଇଥିଲା। ଅର୍ଥ ସରିଯିବାରୁ…

ନିୟମ ଭିତରେ ରଥ ନିର୍ମାଣ

ଢେଙ୍କାନାଳ ଅଫିସ, ୨୦।୫ ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରା ଲାଗି ରଥ ନିର୍ମାଣ ଆଗେଇ ଚାଲିଛି। ଲକ୍‌ଡାଉନ୍‌ ନିୟମକୁ ମାନି ରଥ ତିଆରି କରାଯାଉଛି। ମହାରଣା ସେବକ ଏବଂ କାରିଗରମାନେ ସାମାଜିକ ଦୂରତ୍ୱ ନିୟମ ଭିତରେ ମାସ୍କ ପିନ୍ଧି କାମ କରୁଛନ୍ତି। ଜୁନ୍‌…

ବାହାରେ ବୁଲୁଛନ୍ତି ଅନ୍ତେବାସୀ

କବିସୂର୍ଯ୍ୟନଗର,୨୦ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ୩ଶହ ଟପିଛି କରୋନା ପଜିଟିଭ ସଂଖ୍ୟା। ତଥାପି ଚେତୁ ନାହାନ୍ତି ଅନ୍ତେବାସୀ। ସୁରକ୍ଷା ବ୍ୟବସ୍ଥା କୋହଳ ହେତୁ ବଜାରରେ ବୁଲୁଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଭୟଭୀତ ହୋଇ ପଡିଛନ୍ତି। କଲ୍ୟାଣ ମଣ୍ଡପ ସଙ୍ଗରୋଧ ଗୃହରେ…

ସାବିତ୍ରୀ ପାଇଁ ଭୂଲିଗଲେ ସାମାଜିକ ଦୂରତା

କବିସୂର୍ଯ୍ୟନଗର,୨୦ା୫(ଡି.ଏନ୍‌.ଏ.)- କରୋନାର ଭୟାବହତା କମିନାହିଁ। ତେଣୁ ଲକ୍‌ଡାଉନ୍‌ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଏହାକୁ ସାମାନ୍ୟ କୋହଳ କରି ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି। ମାତ୍ର ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଆହୁରି କଡାକଡି…

ଗୋଷ୍ଠୀ ସଂଘର୍ଷ, ୫ ଆହତ

ପାତ୍ରପୁର,୨୦ା୫(ଡି.ଏନ୍‌.ଏ.)- ଜରଡ଼ା ଥାନା ଗୋପାଳପଲ୍ଲୀ ଗ୍ରାମରେ ସୋମବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୫ ଜଣ ଆହାତ ହୋଇଛନ୍ତି। ପୂର୍ବରୁ ଶ୍ରୀରାମ ନବମୀବେଳେ ଉଭୟ ଗୋଷ୍ଠୀ ଦର୍ଶନ ପାଇଁ ମାର୍‌ପିଟ ହୋଇ…

କରୋନା ପଜିଟିଭ୍‌ ଚିହ୍ନଟ ପରେ ଲିଆଖାଇ ଗାଁ ସିଲ୍‌

ଚିକିଟି,୨୦ା୫(ଡି.ଏନ.ଏ.)- ଚିକିଟି ବ୍ଲକ୍‌ ଲିଆଖାଇ ଗ୍ରାମକୁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ପ୍ରଶାସନ ସିଲ୍‌ କରିଛି। ମସ୍ତିଷ୍କ କର୍କଟ ରୋଗରେ ଭୁବନେଶ୍ୱର ଏମ୍‌ସ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଜିଲା ପ୍ରଶାସନର…

୯ ଦିନ ପରେ ୨ ପଜିଟିଭ୍‌ ଚିହ୍ନଟ

ଅନୁଗୋଳ ଅଫିସ, ୨୦।୫ – ଅନୁଗୋଳ ଜିଲାରେ ୯ଦିନ ପରେ ପୁଣି ୨ଜଣ କରୋନା ପଜିଟିଭ୍‌ ବାହାରିଛନ୍ତି। ଏହି ଦୁଇଜଣଙ୍କୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି । କରୋନା ସଂକ୍ରମିତ ସୁରଟ ଫେରନ୍ତା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ…

ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ଘଟଣା ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା କୁଡୁମୀ ସେନା

ପାଟଣା,୨୦।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନାରେ ଜଣେ ଅଭିଯୁକ୍ତଙ୍କୁ ଥାନାଧିକାରୀ ଥାନା ଭିତରେ ଥାର୍ଡ ଡିଗ୍ରୀ କରୁଥିବାର ଭିଡିଓ ସୋମବାର ଭାଇରାଲ ହେବା ସହ ଜିଲାରେ ଚର୍ଚ୍ଚାର ବିଷୟ ପାଲଟି ଥିଲା। ଅଭିଯୁକ୍ତ ଯୁବକ ଜଣକ କୁଡୁମୀ ସମ୍ପ୍ରଦାୟର ହୋଇଥିବାରୁ ଓଡିଶା କୁଡୁମୀ…

ବାହାର ରାଜ୍ୟରୁ ଆସିବା କାଳ ହେଲା : କରୋନା କଟକଣା ଯୋଗୁ ଆଖିବୁଜିଲେ ଯାଆଁଳା ଶିଶୁ

ବାରିପଦା ଅଫିସ,୨୦ା୫- ବର୍ଷକ ତଳେ ବିବାହ କରିଥିବା ଦମ୍ପତି ପ୍ରଥମ ସନ୍ତାନ ପାଇଁ କେତେ ସ୍ବପ୍ନ ଦେଖିଥିଲେ। ମାତ୍ର କରୋନା କଟକଣା ଯୋଗୁ ସବୁ ଖୁସି ପାଣି ଫୋଟକା ପରି ମିଳେଇଗଲା। ଦୁନିଆର ଆଲୋକ ଦେଖିବା ଆଗରୁ ଯମଜ ଶିଶୁପତ୍ର ଆଖି…

ମଝିଗଡ଼ିଆରୁ ହରିଣ ଉଦ୍ଧାର

କପ୍ତିପଦା,୨୦।୫(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ମଝିଗଡ଼ିଆ ଗ୍ରାମରେ ମଙ୍ଗଳବାର ଏକ ହରିଣକୁ ଉଦ୍ଧାର କରାଯାଇଛି ା ଉଦ୍ଧାର ହରିଣଟିକୁ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଜାମୁଦଲକି ଜଙ୍ଗଲରେ ଛାଡ଼ି ଦିଆଯାଇଛି। ହରିଣଟି ଶିମିଳିପାଳରୁ ବାଟବଣା ହୋଇ ଗ୍ରାମ ଭିତରକୁ ପଶି…

ବାତ୍ୟା ଆଶ୍ରୟସ୍ଥଳକୁ ୪ଶହ ଲୋକ ସ୍ଥାନାନ୍ତର

ଖଇରା, ୨୦।୫(ଡି.ଏନ.ଏ.)-ସମ୍ଭାବ୍ୟ ବାତ୍ୟା ଅମ୍ଫନକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ୩୭ ପଞ୍ଚାୟତରେ ୩୭ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଝାଟିମାଟି ଓ ଅସୁରକ୍ଷିତ ଘରେ ରହୁଥିବା ୪ଶହ ଲୋକଙ୍କୁ ଉକ୍ତ ଆଶ୍ରୟସ୍ଥଳୀକୁ ମଙ୍ଗଳବାର ସ୍ଥାନାନ୍ତର କରାଯାଇଛି…

ଶ୍ରୀନିବାସ ଭାଜପାର ନୂତନ ଜିଲା ମିଡିଆ ସଂଯୋଜକ

ବାଲେଶର ଅଫିସ, ୨୦ା୫-ଭାଜପାର ବାଲେଶର ଜିଲା ନୂତନ ମିଡିଆ ସଂଯୋଜକ ଓ ମୁଖପାତ୍ର ଭାବେ ଶ୍ରୀନିବାସ ପ୍ରଧାନଙ୍କୁ ଜିଲା ସଭାପତି ଉମାକାନ୍ତ ମହାପାତ୍ର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ପ୍ରଧାନ ଜଣେ ଦକ୍ଷ ଯୁବସଙ୍ଗଠକ ତଥା ସମାଜସେବୀ ରୂପେ ପରିଚିତ। ଏଥିପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?