ବାହାର ରାଜ୍ୟରୁ ଆସିବା କାଳ ହେଲା : କରୋନା କଟକଣା ଯୋଗୁ ଆଖିବୁଜିଲେ ଯାଆଁଳା ଶିଶୁ

ବାରିପଦା ଅଫିସ,୨୦ା୫- ବର୍ଷକ ତଳେ ବିବାହ କରିଥିବା ଦମ୍ପତି ପ୍ରଥମ ସନ୍ତାନ ପାଇଁ କେତେ ସ୍ବପ୍ନ ଦେଖିଥିଲେ। ମାତ୍ର କରୋନା କଟକଣା ଯୋଗୁ ସବୁ ଖୁସି ପାଣି ଫୋଟକା ପରି ମିଳେଇଗଲା। ଦୁନିଆର ଆଲୋକ ଦେଖିବା ଆଗରୁ ଯମଜ ଶିଶୁପତ୍ର ଆଖି ବୁଜିଲେ। ବାହାର ରାଜ୍ୟରୁ ଓଡ଼ିଶା ମାଟିକୁ ଫେରିବା ସେମାନଙ୍କ ପାଇଁ କାଳ ହେଲା। ଭାଗ୍ୟକୁ ଦୋଷ ଦେଇ ନୀରବ ରହିଥିବା ଏହି ଦମ୍ପତିଙ୍କ ପ୍ରତି ଅବହେଳା କରିଥିବା ବ୍ୟକ୍ତିବିଶେଷ ମାନବକିତା ଭୁଲିଯିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଏହିଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ।
ଏହି ବ୍ଲକ ଗାଁମରଦା ପଞ୍ଚାୟତ ଚିରୁକୁଇପଦା ଗ୍ରାମର ରବୀନ୍ଦ୍ର ବେହେରା ଗୁଜୁରାଟର ଏକ ଟାୟାର କମ୍ପାନୀରେ କାମ କରୁଥିଲେ। ଲକ୍‌ଡ଼ାଉନ ଯୋଗୁ ସେ ଓ ତାଙ୍କ ଗର୍ଭବତୀ ସ୍ତ୍ରୀ କୁନି ଟ୍ରେନ୍‌ରେ ଆସି ସୋମବାର ଅପରାହ୍ନରେ ବାଲେଶ୍ୱରରେ ଓହ୍ଲାଇଥିଲେ। ପରେ ବସ୍‌ରେ ବସି ରାସଗୋବିନ୍ଦପୁର ଆସିବା ସମୟରେ କୁନିଙ୍କ ପ୍ରସବ ବେଦନା ହୋଇଥିଲା। ଫଳରେ ରବୀନ୍ଦ୍ର ନିକଟସ୍ଥ ବାଲେଶ୍ୱର ମେଡ଼ିକାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ତାଙ୍କୁ ମେଡ଼ିକାଲ୍‌ରେ ଆଡ଼ମିଶନ କରିବା ପାଇଁ କହିଥିଲେ। ହେଲେ ସେଠାରେ ସେଦିନ ଡ୍ୟୁଟିରେ ଥିବା ନର୍ସ ତୁମ ଘର ମୟୂରଭଞ୍ଜ ଜିଲାରେ ତୁମେ ସେଠାରେ ଚିକିତ୍ସା ହେବ କହି ଫେରାଇ ଦେଇଥିଲେ। ସନ୍ଧ୍ୟାରେ ବାଧ୍ୟ ହୋଇ ରବୀନ୍ଦ୍ର ତାଙ୍କ ସ୍ତ୍ରୀଙ୍କୁ ଧରି ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ପ୍ରବାସୀମାନଙ୍କୁ ସମସ୍ତ ବସ୍‌ ନେଇ ପଳାଇଯାଇଥିବା ବେଳେ ସେଠାରେ ଆଉ କୌଣସି ବସ୍‌ ନ ଥିଲା। ଫଳରେ ସେ ଏକ କାର୍‌ ଭଡ଼ା କରି ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ଡାକ୍ତର କୁନିଙ୍କୁ ଦେଖି ଇଞ୍ଜେକଶନ୍‌ ଏବଂ ଔଷଧ ଦେଇଥିଲେ। ହେଲେ ତୁମେ ଅନ୍ୟ ରାଜ୍ୟରୁ ଆସିଛ କାଳେ କିଛି ହେବ କହି ସେଠାକାର କର୍ମଚାରୀମାନେ ତୁମେ ମେଡ଼ିକାଲ୍‌ରେ ନ ରହି କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିବା ପାଇଁ କହିଥିଲେ। କ୍ୱାରାଣ୍ଟାଇନରେ ରହିଲେ ତାଙ୍କ ସ୍ତ୍ରୀଙ୍କ କିପରି ଚିକିତ୍ସା ହେବ ଭାବି ରବୀନ୍ଦ୍ର ମେଡ଼ିକାଲ୍‌ରେ ରହିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ କେହି କିଛି କଥା ନ ଶୁଣି ତାଙ୍କୁ କ୍ୱାରାଣ୍ଟାଇନ କେନ୍ଦ୍ରକୁ ପଠାଇ ଦେଇଥିଲେ। ସୋମବାର ରାତିରେ ରବୀନ୍ଦ୍ର ଓ କୁନି ରାସଗୋବିନ୍ଦପୁର ବିଦ୍ୟାଳୟରେ ଖୋଲିଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିଥିଲେ। ରାତି ୧୧ଟାରେ କୁନିଙ୍କ ଅଧିକ ପ୍ରସବ ବେଦନା ହୋଇଥିଲା। ରବୀନ୍ଦ୍ର କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିବା କର୍ମଚାରୀଙ୍କୁ କହିବା ପରେ ଜଣେ ଡାକ୍ତର ଆସି କୁନିଙ୍କୁ ଇଞ୍ଜେକଶନ ଦେଇଥିଲେ। ମଙ୍ଗଳବାର ସକାଳ ୧୦ଟା ସମୟରେ କେତେକ ଲୋକ କହିବା ପରେ ଏକ ସ୍ବତନ୍ତ୍ର ଗାଡ଼ିରେ କୁନିଙ୍କୁ ବାରିପଦା ପିଆରଏମ୍‌ ମେଡ଼ିକାଲ୍‌କୁ ପଠାଯାଇଥିଲା। ପରେ କୁନି ଅପରାହ୍ନ ୧ଟା ୧୪ରେ ଗୋଟିଏ ଓ ୧ଟା ୩୦ରେ ଆଉ ଏକ ଶିଶୁକୁ ଜନ୍ମ ଦେଇଥିଲେ। ହେଲେ ଦୁଇଟି ଯାକ ସନ୍ତାନ ତାଙ୍କର ମୃତ୍ୟୁବରଣ କରିଥିଲେ। ଗୁଜରାଟରୁ ଆସିଥିବାରୁ ତାଙ୍କ ପ୍ରତି ସମସ୍ତେ ଅବହେଳା କରିବାରୁ ତାଙ୍କ ଦୁଇ ଶିଶୁ ପୁତ୍ରଙ୍କ ଜୀବନ ଗଲା ବୋଲି ରବୀନ୍ଦ୍ର ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri