ସୋର, ୨୨ା୫(ଡି.ଏନ.ଏ.)-ସୋରର ବିଭିନ୍ନ କ୍ୱାରାଣ୍ଟାଇନ କେନ୍ଦ୍ରରେ ସ୍ବାବ ସଂଗ୍ରହ ବନ୍ଦ ନେଇ ପ୍ରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୋର ବ୍ଲକ ଓ ମ୍ୟୁନିସିପାଲିଟିକୁ ଫେରିବାକୁ ୧୧ହଜାର ୨୯୦ଜଣ ପଞ୍ଜିକୃତ କରିଥିବା ବେଳେ ଅଦ୍ୟାବଧି ଫେରିଛନ୍ତି ୨୨୪୦। ସେମାନଙ୍କ ମଧ୍ୟରୁ ୧୨୩୨ ପ୍ରବାସୀ କ୍ୱାରାଣ୍ଟାଇନରେ ଥିବା ବେଳେ ସେମାନଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା। ଏବେ ସଙ୍ଗରୋଧ କେନ୍ଦ୍ରରେ ସ୍ବାବ ପରୀକ୍ଷା କରା ନ ଯାଇ କେବଳ ଲକ୍ଷଣ ଥିବା ବ୍ୟକ୍ତିଙ୍କ ସ୍ବାବ ବାଲେଶ୍ୱର ଜ୍ୟୋତି କୋଭିଡ୍ ହସ୍ପିଟାଲରେ ହେବ ବୋଲି ସୂଚନା ମିଳିଛି। ସଙ୍ଗରୋଧ କେନ୍ଦ୍ରରେ ସ୍ବାବ ପରୀକ୍ଷା କରିବାକୁ ପ୍ରବାସୀ ଅଡି ବସୁଥିବା ବେଳେ ଏହା କେନ୍ଦ୍ରରେ ସମ୍ଭବ ନ ଥିବା ସୂଚନା ମିଳିଛି। ବାହାରୁ ଆସୁଥିବା ସମସ୍ତଙ୍କ ପାଇଁ ୨୧ଦିନର ସଙ୍ଗରୋଧ କେନ୍ଦ୍ର ରହଣି ବାଧ୍ୟତାମୂଳକ ଥିବା ବେଳେ ଘରକୁ ଫେରିବାକୁ ଗର୍ଭବତୀ, ଶିଶୁ, ଭିନ୍ନକ୍ଷମ ଓ ଶିକ୍ଷାର୍ଥୀଙ୍କୁ ଜିଲାପାଳଙ୍କ ଅନୁମୋଦନ ପରେ ଘରେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ଅନୁମତି ମିଳିବ। ଅଦ୍ୟାବଧି ୪ଜଣଙ୍କୁ ଘରେ ରହିବାକୁ ପ୍ରଶାସନିକ ଅନୁମତି ମିଳିଛି। ସୋର ବ୍ଲକର ୨୪ଟି ପଞ୍ଚାୟତରେ ୩୦ଟି ସଙ୍ଗରୋଧ କେନ୍ଦ୍ରରେ ୧୭୪୩ ପ୍ରବାସୀ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୩୧ଜଣ ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରିଛନ୍ତି। ସେହିପରି ସୋର ମ୍ୟୁନିସିପାଲିଟିକୁ ଫେରିବାକୁ ୧୫୯୦ ପଞ୍ଜିକୃତ ହୋଇଛନ୍ତି। ପ୍ରଥମ ପଯର୍ୟାୟରେ ୬୬ଜଣ ସଙ୍ଗରୋଧରେ ରହି ସ୍ବାବ ପରୀକ୍ଷା ପରେ ଘରକୁ ଫେରିଥିବା ବେଳେ ଏବେ ୩ଟି କେନ୍ଦ୍ରରେ ଶହେ ଜଣ ପ୍ରବାସୀ ଅଛନ୍ତି।
ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ
ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

