ଆମ ଜିଲା ଖବର

ଗାୟତ୍ରୀ କମ୍ପାନୀ ଅଫିସ ସମ୍ମୁଖରେ ଆନ୍ଦୋଳନ: ବାହାର ଜିଲାର ଶ୍ରମିକ ନିୟୋଜିତ ଅଭିଯୋଗ

ଛେଣ୍ଡିପଦା, ୬ା୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା କତଡ଼ା ପଞ୍ଚାୟତସ୍ଥିତ ଗାୟତ୍ରୀ କନ୍‌ଷ୍ଟ୍ରକ୍ସନ କମ୍ପାନୀ କରୋନା ସଂକ୍ରମିତ ଜିଲାରୁ ଶ୍ରମିକଙ୍କୁ ଆଣି କାର୍ଯ୍ୟରେ ନିୟୋଜିତ କରୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ କମ୍ପାନୀ ଫାଟକ ସମ୍ମୁଖରେ ମଙ୍ଗଳବାର…

ଭାଉଜଙ୍କୁ କଟୁରିରେ ହାଣି ହତ୍ୟା

ଢେଙ୍କାନାଳ ଅଫିସ, ୬।୫ – ସାମାନ୍ୟ ବଚସାକୁ କେନ୍ଦ୍ରକରି ନିର୍ମମ ହତ୍ୟା। ଦିଅରଙ୍କ କଟୁରି ଚୋଟରେ ପ୍ରାଣ ହରାଇଛନ୍ତି ଭାଉଜ। ଢେଙ୍କାନାଳ ସଦର ଥାନା ଖୁଣ୍ଟଝରି ଗ୍ରାମରେ ମଙ୍ଗଳବାର ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

୭ଦିନର ଶିଶୁପୁତ୍ର ବିକ୍ରି ଚର୍ଚ୍ଚା

ଅନୁଗୋଳ ଅଫିସ, ୬।୫ – ଅନୁଗୋଳ ହୁଲୁରିସିଂହା ଅଞ୍ଚଳରେ ମଙ୍ଗଳବାର ଏକ ନବଜାତ ଶିଶୁ ପୁତ୍ରକୁ ବିକ୍ରି କରାଯାଇଥିବା ଚର୍ଚ୍ଚା ହେଉଛି। ତେବେ ସମ୍ପୃକ୍ତ ଶିଶୁପୁତ୍ରକୁ ଉଦ୍ଧାର ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଘଟଣାର…

୧.୩୧ ଲକ୍ଷ ଟଙ୍କା ସହାୟତା

ଢେଙ୍କାନାଳ ଅଫିସ,୬।୫ – ଢେଙ୍କାନାଳ ସଦର ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ ୩୧ହଜାର ଟଙ୍କାର ସହାୟତା ଚେକ୍‌ ପ୍ରଦାନ କରାଯାଇଛି। ବିଧାୟକ ସୁଧୀର କୁମାର ସାମଲଙ୍କ ଉପସ୍ଥିତିରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଜରିଆରେ ଏହି…

କଣ୍ଠଶିଳ୍ପୀ ଅସୀମା ବାଣ୍ଟିଲେ ମାସ୍କ

ଢେଙ୍କାନାଳ ଅଫିସ, ୬।୫ – ଢେଙ୍କାନାଳର ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ ପକ୍ଷରୁ ହିନ୍ଦୋଳ ବ୍ଲକର ଦୁର୍ଗମ ଦଣ୍ଡିରି ପଞ୍ଚାୟତରେ ସହାୟତା ପହଞ୍ଚତ୍ଛି। କ୍ଲବର ନୂତନ ସଦସ୍ୟ ତଥା କଣ୍ଠଶିଳ୍ପୀ ଅସୀମା ପଣ୍ଡା ଗ୍ରାମବାସୀଙ୍କୁ ମାସ୍କ, ସାବୁନ ଓ ସାନିଟାଇଜର ବଣ୍ଟନ…

ଜୀବନ ଜୀବିକା ଆଗରେ ହାର୍‌ ମାନିଛି ଲକ୍‌ଡାଉନ

ଖଜୁରିପଡା,୬ା୫(ଡି.ଏନ.ଏ.)- ଜଙ୍ଗଲ ସୀମାବର୍ତ୍ତୀ ଜନଜାତି ଗରିବ ପରିବାରର ମହିଳାମାନେ ଦିନ ମଜୁରୀ ଠାରୁ ଆରମ୍ଭ କରି ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ତେଣୁ ପ୍ରତିଦିନ ଜଙ୍ଗଲକୁ ଯାଇ ଜାଳେଣି କାଠ, ଶାଳପତ୍ର, ଶିଆଳିପତ୍ର ଆଣି…

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ମହିଳା ରହିବାକୁ ବିରୋଧ

ଭଞ୍ଜନଗର,୬।୫(ଡି.ଏନ.ଏ.)- ସୁରଟରୁ ଫେରୁଥିବା ମହିଳାମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଭଞ୍ଜନଗର ବ୍ଲକର ଏକ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଦେଇଛି। ୪ ମହିଳାଙ୍କୁ ନେଇ ଆସିଥିବା ଗାଡ଼ିକୁ ଲୋକେ ଗଁାକୁ ପୁରାଇ ଦେଇ ନ ଥିଲେ। ଏହାପରେ…

ଚୋରା ସ୍କ୍ରାପ୍‌ ବୋଝେଇ ପିକ୍‌ଅପ ଜବତ, ୩ ଗିରଫ

ଯୋଡା,୬ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଚମ୍ପାଡିହିଠାରେ ପୋଲିସ ଚଢାଉ କରି ଏକ ଚୋରା ସ୍କ୍ରାପ ବୋଝେଇ ପିକଅପ ଜବତ କରିବା ସହିତ ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଯୋଡା ବାଂଶପାଣିର ଗୀତା ଚାତାର,…

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ଯୋଡା,୬ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବାମେବରୀ ଅନ୍ତର୍ଗତ ତାଡପାଣି ଅଞ୍ଚଳରେ ମଙ୍ଗଳବାର ପାରିବାରିକ କଳହରୁ ମଞ୍ଜ ମୁଣ୍ଡା ନାମ୍ନୀ ଜଣେ ମହିଳା ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମମଲା (ନଂ.୧୬/୨୦୨୦) ରୁଜୁ କରି ମୃତଦେହ…

ସାମାଜିକ ଦୂରତ୍ୱ ନିୟମ ମାନୁ ନାହାନ୍ତି

ଉଦଳା,୬ା୫(ଡି.ଏନ୍‌.ଏ.)- ଗ୍ରୀନ ଜୋନ୍‌ରେ ଥିବା ମୟୂରଭଞ୍ଜ ଉଦଳାରେ ଦୋକାନ ବଜାର ଖୋଲାଯାଇଛି। ହେଲେ ଏଠାରେ ଅସମ୍ଭବ ଗହଳି ଦେଖିବାକୁ ମିଳୁଛି। ଗ୍ରୀନ୍‌ ଜୋନରେ ଦୋକାନ ଖୋଲିବା ସମୟରେ କେତେକ କଟକଣା ରହିଥିବା ବେଳେ ତାହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ବିଶେଷକରି ସାମାଜିକ…

ପୂରଣ ହେଲା ଦାବି, ଗଡ଼ିିଲା ନୂଆ ୧୦୮ ଆମ୍ବୁଲାନ୍ସ

ଚିତ୍ରଡ଼ା,୬ା୫(ଡି.ଏନ୍‌.ଏ.)- ବହୁ ଦିନର ଦାବି ପରେ ମୟୂରଭଞ୍ଜ ଜିଲାର କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୨ଟି ନୂଆ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ପୂର୍ବରୁ ରାସଗୋବିନ୍ଦପୁର ଏବଂ ମୋରଡାରେ ଥିବା ୨ଟି ୧୦୮ ଆମ୍ବୁଲାନ୍ସ ପୁରୁଣା ହେବାରୁ ରୋଗୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ…

ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ରିଲିଫ ପାଣ୍ଠିକୁ ଦାନ

ବଡ଼ସାହି,୬ା୫(ସ୍ବ.ପ୍ର.)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୧ ହଜାର ଟଙ୍କା ଦାନ କରାଯାଇଛି। ସଂଘର ସଦସ୍ୟ ରଣଜିତ କୁମାର ଦାସଙ୍କ ସହିତ ବସନ୍ତ କୁମାର ମହାପାତ୍ର, ରାଜେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?