ବରଗଡ଼ରେ ପୁଣି ୬ ନୂଆ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା

ବରଗଡ଼ ଅଫିସ, ୩୦।୫: ବରଗଡ଼ ଜିଲାରେ ଶନିବାର ୬ ନୂଆଁ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଭେଡେନ ବ୍ଲକ ଏବଂ ଅନ୍ୟ ୨ଜଣ ଭଟଲି ବ୍ଲକ ଅଞ୍ଚଳର ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଶନିବାର ଟୁଇଟ୍‌କରି ସୂଚନା ଦେଇଛନ୍ତି। ଏହାପରେ ଜିଲାରେ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।
ପୂର୍ବରୁ ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାଡ୍‌ ନଂ. ୧୪ ଏବଂ ବରପାଲି ବ୍ଳକ ଅନ୍ତର୍ଗତ ହଲଦୀପାଲି ଗ୍ରାମର ଜଣେ ଲେଖାଏ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନେ ରାଉରକେଲାର ହାଇଟେକ୍‌ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଶନିବାର ଚିହ୍ନଟ ନୂଆ ୬ଆକ୍ରାନ୍ତଙ୍କୁ ମଧ୍ୟ ସେଠାକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପୂର୍ବରୁ ବରଗଡ଼ ପୌର ପରିଷଦ ଅଧୀନ ୱାଡ୍‌ ନଂ-୧୪ ଏବଂ ବରପାଲି ବ୍ଲକ ଅନ୍ତର୍ଗତ ବାରଗୁଡା, ହଲଦୀପାଲି ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ କଟକଣା ବଳବତ୍ତର ଥିବାବେଳେ ଶନିବାର ଭେଡେନ ବ୍ଳକ ଅନ୍ତର୍ଗତ ବଡ ପିପିଲିପାଲି ଏବଂ ଭଟଲି ବ୍ଲକ ଅନ୍ତର୍ଗତ ନଲିଚୂଆଁ ଓ ସୁଲସୁଲିଆ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା-କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ

ତିହିଡ଼ି,୨୯।୩ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ...

ପିଏଚ୍‌.ଡି. ପାଇଁ ଏନ୍‌ଇଟି ସ୍କୋର

ଭୁବନେଶ୍ୱର, ୨୯ା୩(ଅସମାପିକା ସାହୁ):ଏଣିକି ପିଏଚ୍‌.ଡି ପଢ଼ିବା ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା ବା ଏନ୍‌ଇଟି ସ୍କୋର୍‌ ଆବଶ୍ୟକ ହେବ। ଆଶାୟୀ ଛାତ୍ରୀଛାତ୍ର ଏନ୍‌ଇଟି ପରୀକ୍ଷାରେ ରଖିଥିବା...

୫ ମାସ ପରେ ବି ସରିଲାନି ଡିପିଆର୍‌

ଯାଜପୁର,୨୯ା୩ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ପ୍ରସ୍ତାବିତ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିଟେଲ...

ଭାଜପା ଛାଡ଼ିଲେ ପ୍ରକାଶ ବେହେରା

ଭୁବନେଶ୍ୱର,୨୯ା୩: ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଭାଜପା ଛାଡ଼ିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଭାଜପା...

‘ନୋଟାରେ ଦେବୁ ପଛେ ଅପରାଜିତାଙ୍କୁ ନୁହଁ’

ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରରୁ ବେଗୁନିଆ ଏବେ ସବୁଠି ଭାଜପାର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଉଛି। ଭାଜପା ପକ୍ଷରୁ ଲୋକ ସଭା ପ୍ରଥମ ପର୍ଯ୍ୟାୟ ତାଲିକାରେ...

ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା...

ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି।...

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri