ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ଗ୍ରାମରକ୍ଷୀ ଅଟକ
ରଣପୁର,୧୭।୧୨(ସ୍ବ.ପ୍ର.): ଷଷ୍ଠଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ନୟାଗଡ ଜିଲା ରଣପୁର ଥାନା ରଘୁନାଥପୁର ଅଞ୍ଚଳର ଗ୍ରାମରକ୍ଷୀ ରମେଶ ଚନ୍ଦ୍ର ବିଶ୍ୱାଳ ଅଟକ ଅଛନ୍ତି। ମଙ୍ଗଳବାର ଛାତ୍ରୀଜଣଙ୍କ ସ୍କୁଲକୁ ଯାଉଥିବାବେଳେ ଚକୋଲେଟ ଦେଇ ଗ୍ରାମରକ୍ଷୀ ଅସଦାଚରଣ କରିଥିଲେ। ଛାତ୍ରୀଙ୍କ ମା’ବାପା ଗ୍ରାମରକ୍ଷୀଙ୍କୁ...
ଛେଳିଆ ମାଝି ହତ୍ୟାକାଣ୍ଡ ଘଟଣା: ୯ ଜଣଙ୍କୁ ଆଜୀବନ କାରାଦଣ୍ଡ
ରାୟଗଡ଼ା ଅଫିସ,୧୭।୧୨: ବହୁଚର୍ଚ୍ଚିତ ଛେଳିଆ ମାଝି ହତ୍ୟାକାଣ୍ଡ ମାମଲାରେ ଅଦାଲତ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜିଲା ଦୌରାଜଜ୍ ସୋମଶେଖର ଜେନା ସୋମବାର ମାମଲାର ବିଚାର କରି ଏହି ରାୟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ...
ମିଳୁନି ଫନୀ ସହାୟତା: ତହସିଲ ଘେରିଲେ କ୍ଷତିଗ୍ରସ୍ତ
କଣ୍ଟାପଡା, ୧୭।୧୨(ଡି.ଏନ୍.ଏ.): ଗତ ମେ ମାସ ୩ ତାରିଖରେ ହୋଇଥିବା ବାତ୍ୟା ଫନୀ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଅଦ୍ୟାବଧି ସହାୟତା ମିଳିପାରିନାହିଁ। ଏପରି କି ପ୍ରକୃତ କ୍ଷତିଗ୍ରସ୍ତଙ୍କ ପରିବର୍ତ୍ତେ ଅନ୍ୟମାନଙ୍କୁ ଫନୀ ସହାୟତା ମିଳିବା ପ୍ରତିବାଦରେ ବାଇରୋଇ ଓ ଶିଶୁଆ ଗ୍ରାମର...
ଫସିଲେ ପୋଲିସ କନ୍ଷ୍ଟେବଳ: ମହିଳା କନ୍ଷ୍ଟେବଳଙ୍କୁ ଧୋକା ଦେବା ପଡ଼ିଲା ମହଙ୍ଗା, ଗିରଫ ସହ ଚାକିରିରୁ ନିଲମ୍ବିତ
ଭଦ୍ରକ ଅଫିସ,୧୭।୧୨: ପ୍ରଥମେ ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ତା’ ପରେ ଧୋକା। ଏଭଳି ଏକ ଅଭାବନୀୟ ଘଟଣାକ୍ରମରେ ଭଦ୍ରକ ଥାନା ଅଞ୍ଚଳର ଜଣେ କନ୍ଷ୍ଟେବଳ ମଙ୍ଗଳବାର ଗିରଫ ହୋଇଛନ୍ତି। ଗିରଫ କନ୍ଷ୍ଟେବଳ ହେଲେ ଜଗତ୍ପତି...
୩୧ରୁ ବରଗଡ଼ ଧନୁଯାତ୍ରା: କଳାକାରଙ୍କ ରିହର୍ସାଲ ଆରମ୍ଭ
ବରଗଡ଼ ଅଫିସ,୧୭।୧୨: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୩୧ ତାରିଖରେ ଆରମ୍ଭ ହେବ। ଏହା ଦୀର୍ଘ ୧୧ଦିନ ଧରି ୨୦୨୦ ଜାନୁୟାରୀ ମାସ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବଧିରେ ବରଗଡ଼...
କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଜୟପୁର,୧୭।୧୨(ଡି.ଏନ୍.ଏ.): କୋରାପୁଟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଛାତ୍ରୀଛାତ୍ର ଧାରଣା ଦେଇଛନ୍ତି। ଜୟପୁରସ୍ଥିତ ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା, କ୍ୟାଣ୍ଟିନ ପ୍ରଭୃତି ଦାବି ନେଇ ଯୁବ ଛାତ୍ର କ୍ରାନ୍ତି ସଂଗଠନର ନେତୃତ୍ୱରେ ଏହି ଧାରଣା ଦିଆଯାଇଛି।
ଓଲଟିଲା ପେଟ୍ରୋଲ ଟ୍ୟାଙ୍କର: ଲିକ୍ ହୋଇ ରାସ୍ତାରେ ପ୍ରବାହିତ
ଜୟପୁର,୧୭।୧୨ (ଡି.ଏନ୍.ଏ ): କୋରାପୁଟ-ଜୟପୁର ଘାଟି ୨୬ ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡିଛି। ଫଳରେ ପେଟ୍ରୋଲ୍ ଲିକ୍ ହୋଇ ରାସ୍ତାରେ ପ୍ରବାହିତ ଯୋଗୁ ଉଭୟ ପଟୁ ରାସ୍ତା ଅବରୋଧ କରାଯାଇଛି। ଏ ନେଇ...
ଓ୍ବେସ୍କୋ ଡିଭିଜନ ଅଫିସ ସମ୍ମୁଖରେ ଗଣଧାରଣା
ସୁନ୍ଦରଗଡ,୧୭।୧୨(ଡି.ଏନ୍.ଏ.): ବେଆଇନ ନିଯୁକ୍ତି ବନ୍ଦ କରିବା, କାର୍ଯ୍ୟରତ କର୍ମଚାରୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପଦୋନ୍ନତି ଓ ଅନ୍ୟାନ୍ୟ ୫ ଦଫା ଦାବି ନେଇ ଓଡିଶା ରାଜ୍ୟ କର୍ମଚାରୀ ସଂଘ ରାଉରକେଲା-ସୁନ୍ଦରଗଡ ଶାଖା ତରଫରୁ ସୋମବାର ସ୍ଥାନୀୟ ଓ୍ବେସ୍କୋ ଡିଭିଜନ...
ଧାନ ଅଭାବୀ ବିକ୍ରି: ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ
ସମ୍ବଲପୁର,୧୭।୧୨(ବ୍ୟୁରୋ): ସମ୍ବଲପୁର ଜିଲାରେ ଧାନ ବିକ୍ରି ସମସ୍ୟା ସମାଧାନ ନ ହେବାରୁ ପୁଣି ଚାଷୀମାନେ ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛନ୍ତି । ସକାଳେ ଶତାଧିକ ଚାଷୀ ଅଇଁଠାପାଲି ଥାନା ବରେଇପାଲି ମାର୍କେଟ ଛକର ୫୫ ନଂ. ଜାତୀୟ ରାଜପଥକୁ ଅବରୋଧ କରିବା...
ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର: ପୋଲିସ ହାତରେ ଲାଗିଲା ଠୋସ୍ ପ୍ରମାଣ
ଖୋର୍ଦ୍ଧା ଅଫିସ୍, ୧୭।୧୨: ଖୋର୍ଦ୍ଧା ଜିଲାର ଏକ କ୍ଲିନିକରେ ପଶି ଡାକ୍ତର ଏବଂ ଔଷଧ ଦୋକାନୀଙ୍କୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଠୋସ୍ ପ୍ରମାଣ ଲାଗିଛି। ପ୍ରାଥମିକ ତଦନ୍ତ ପରେ ଏହି ଘଟଣାରେ ସୁପାରି କିଲର ହାତ ଥିବା ଖୋର୍ଦ୍ଧା...
ହାତୀ ଆକ୍ରମଣରେ ଜଣେ ଗୁରୁତର
କାମାକ୍ଷାନଗର,୧୭।୧୨(ଡି.ଏନ୍.ଏ): ଢେଙ୍କାନାଳ ଜିଲା କଙ୍କଡାହାଡ଼ କରଡ଼ାପାଳ ଗ୍ରାମର ଜଣେ ବ୍ୟକ୍ତି ସୋମବାର ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ମହାନ୍ତ ଦେହୁରୀ (୬୫)। ସନ୍ଧ୍ୟାରେ ସେ ଧାନ ବିଲରୁ ଫେରୁଥିବା ବେଳେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା।...
ପଡିଆରୁ ନବଜାତ ଶିଶୁ କନ୍ୟା ଉଦ୍ଧାର
ଜଗନ୍ନାଥ ପ୍ରସାଦ,୧୭।୧୨ (ଡି.ଏନ.ଏ): ପୁଣି ଅଲୋଡା ଶିଶୁ କନ୍ୟା ଉଦ୍ଧାର। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଲାଡ଼ି ପଞ୍ଚାୟତ କାଦପ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୭ଟା ସମୟରେ ଗ୍ରାମର ମହିଳା...
Archives


