ଆମ ଜିଲା ଖବର

ଦାରିଙ୍ଗବାଡ଼ିରେ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ

ଦାରିଙ୍ଗବାଡି,୨୯ା୧୨(ଡି.ଏନ୍‌.ଏ.)- ଦାରିଙ୍ଗବାଡିକୁ ବୁଲିବାକୁ ଆସିଥିବା ଜଣେ ପଶ୍ଚିମବଙ୍ଗର ମହିଳା ପର୍ଯ୍ୟଟକଙ୍କ ଶୁକ୍ରବାର ପାହାନ୍ତାରେ ମୃତ୍ୟୁ ହୋଇଛି। ସେ ହେଲେ ବାସୁନଗର ଅଞ୍ଚଳର ରୀନା ଘୋଷ (୬୦) ବୋଲି ଚିକିତ୍ସା କରୁଥିବା ଡାକ୍ତର ସୁମନ୍ତ କୁମାର ପଣ୍ଡା କହିଛନ୍ତି। ତାଙ୍କର ହୃଦଘାତରେ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: କୋଟିପତି ଫରେଷ୍ଟର ଅଟକ

ବ୍ରହ୍ମପୁର ଅଫିସ,୨୯ା୧୨: ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ବ୍ରାହ୍ମଣୀଗଁା ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କୁ ଶନିବାର ଅଟକ ରଖିଛି। ଶୁକ୍ରବାର ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର...

କୀଟନାଶକ ଗନ୍ଧର ପ୍ରଭାବ: ୨ ଭଉଣୀ ପରେ ଆଉଜଣଙ୍କ ମୃତ୍ୟୁ

ଦିଗପହଣ୍ଡି,୨୯ା୧୨(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମ ତଳସାହିରେ ରହୁଥିବା ମୋହନ ରେଡ୍ଡୀଙ୍କ ୨ ନାତୁଣୀ ଟିକିନା (୬) ଓ ସୋମା(୯)ଙ୍କର ଶୁକ୍ରବାର କୀଟନାଶକ ଗନ୍ଧରେ ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ନାତୁଣୀ ବର୍ଷା (୧୨)ଙ୍କର ଶନିବାର ସକାଳେ...

ଲଟେରୀରେ କାର ଉଠିବା ସୂଚନା: ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗ

ଗୋପାଳପୁର,୨୯ା୧୨-ଦିନକୁ ଦିନ ସାଇବରର ଠକେଇ ବଢୁଛି। ବିଭିନ୍ନ ସମୟରେ ମିଥ୍ୟା ଫୋନ୍‌ କଲ ପାଇ ଲୋକଙ୍କର ଲକ୍ଷଲକ୍ଷ ଟଙ୍କା ଚାଲିଯାଉଛି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲାରେ। ଲଟେରୀରେ କାର ଜିତିବା ଆଶାରେ ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା...

ଷ୍ଟାଣ୍ଡିଂ କମିଟିର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟ ସମୀକ୍ଷା

ଭଦ୍ରକ ଅଫିସ,୨୯।୧୨- ବିଧାନସଭା ଷ୍ଟାଣ୍ଡିଂ କମିଟି ଶନିବାର ଭଦ୍ରକ ଜିଲାରେ ବିଦ୍ୟୁତ୍‌ ବିଭାଗ ଅଧୀନରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ଫେରିଛି। ଏହି ଟିମ୍‌ ପାନ୍ଥିକା ପରିସରରେ ଓପିଟିସିଏଲ୍‌, ନେସ୍କୋ, ଠିକା ଏଜେନ୍ସି ଓ ପ୍ରଶାସନିକ ଅଧିକାରୀଙ୍କ...

ଏସ୍‌ଏଚ୍‌ଜି ଜମାରାଶି ଧରି ଚମ୍ପଟ

ଜଳେଶ୍ୱର, ୨୯।୧୨(ସ୍ବ.ପ୍ର.)-ସରକାର ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଋଣ ପ୍ରଦାନ କରି ସେମାନଙ୍କର ଆର୍ଥତ୍କ ମାନଦଣ୍ଡର ବିକାଶ ଲାଗି ଚେଷ୍ଟା କରୁଥିବା ବେଳେ କେତେକ ଅସାଧୁ ସଂସ୍ଥା ଏହାର ସୁଯୋଗ ନେଇ ଠକି ଚାଲିଛନ୍ତି । ଜଳେଶ୍ୱର ମ୍ୟୁନିସିସିପାଲଟିର ଷ୍ଟେସନବଜାର...

ନୀଳଗିରି ଲ୍ୟାମ୍ପରେ ଉତ୍ତେଜନା: ୩ ଅଧିକାରୀଙ୍କୁ ୩ ଘଣ୍ଟା ଅଟକ

ସଜନାଗଡ଼, ୨୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପରେ ଶନିବାର ଉତ୍ତେଜନା ଦେଖାଦେଇଛି। ପଞ୍ଜିକରଣରେ ଅନିୟମିତତା ଅଭିଯୋଗ କରି ଚାଷୀମାନେ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକଙ୍କୁ ୩ ଘଣ୍ଟା ଧରି ଅଟକ ରଖିଥିଲେ। ସମସ୍ୟାର ସମାଧାନ ପାଇଁ ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯିବା...

ସ୍ବାମୀ ଆଗରେ ସ୍ତ୍ରୀ ଉପରେ ଚଢ଼ିଗଲା ଟ୍ରକ୍‌

ଗୋପ, ୨୮ା୧୨(ଡିି.ଏନ୍‌.ଏ):ଗୋପ-ବାଲିଘାଇ ରାସ୍ତାର ମଦରଙ୍ଗ ଛକଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀ ଆଗରେ ସ୍ତ୍ରୀ ଉପରେ ଏକ ବାଲିବୋଝେଇ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତା ମହିଳା ହେଲେ କୋଣାର୍କ ଥାନା ଅଧୀନ ଖରାଗାଁ...

ମହାପ୍ରଭୁଙ୍କୁ ଦର୍ଶନ କଲେ ବିହାର ରାଜ୍ୟପାଳ

ପୁରୀ ଅଫିସ,୨୮ା୧୨:ବିହାର ରାଜ୍ୟପାଳ ଫଗୁ ଚୌହ୍ବାନ ଶନିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ରାଜ୍ୟପାଳ ଚୌହ୍ବାନ ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ। ତାଙ୍କୁ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଏବଂ ଶ୍ରୀମନ୍ଦିର ପ୍ରଶାସନିକ...

କାର୍‌ରେ ଲାଗିଲା ନିଆଁ

ସଜନାଗଡ଼, ୨୮।୧୨(ଡି.ଏନ.ଏ.)- ଯାଜପୁର ଟାଉନ ଅଞ୍ଚଳରୁ ରତିରଞ୍ଜନ ପଣ୍ଡା ପରିବାର ସହ ଶନିବାର ଏକ କାର୍‌(ନଂ. ଓଆର୦୨ଏଏମ୍‌-୬୦୦୦)ରେ ନୀଳଗିରି ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଓ ନୀଳଗିରି ଜଗନ୍ନାଥ ମନ୍ଦିର ଦର୍ଶନ ସାରି ସେମାନେ ଅପରାହ୍ନ ଗୋଟାଏରେ ଘରକୁ...

ଜଳିଗଲା କୋଇଲା ବୋଝେଇ ଟ୍ରକ

ପରଜଙ୍ଗ,୨୮।୧୨(ଡି.ଏନ.ଏ.)-ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧିନ ୫୩ନଂ. ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରକ ଜଳିଯାଇଛି। ଏଥିରେ ଅଳ୍ପକେ ଚାଳକ ଓ ହେଲପର ବର୍ତ୍ତିଯାଇଛନ୍ତି। ପ୍ରକାଶ ଯେ,ଉକ୍ତ କୋଇଲା...

ଟ୍ରାକ୍ଟର ଚକାତଳେ ଶ୍ରମିକଙ୍କ ଜୀବନଗଲା

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ରାଜେନପାଙ୍ଗା ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସିଆଙ୍ଗବାଲି ଗ୍ରାମର ମସେସ ପ୍ରଧାନ( ୨୨)। ସୂଚନାଯୋଗ୍ୟ, ମସେସ ଏକ ଟ୍ରାକ୍ଟରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri