ଆମ ଜିଲା ଖବର

ପୁରୀରେ ‘ଅମ୍ଫନ୍‌’ ପ୍ରଭାବ: ସମୁଦ୍ର ଅଶାନ୍ତ; କାକଟପୁର ବ୍ଲକରେ ସର୍ବାଧିକ ୧୬୧ ମିମି ବର୍ଷା; ଭାଙ୍ଗିଲା ଗଛ, ପାନବରଜ ନଷ୍ଟ

ପୁରୀ ଅଫିସ,୨୦।୫: ପୁରୀରେ ବାତ୍ୟା ‘ଅମ୍ଫନ୍‌’ ପ୍ରଭାବରେ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ଅପରାହ୍ନରୁ ହାଲକା ପବନ ବର୍ଷା ଆରମ୍ଭ ହୋଇଥିଲା। ରାତି ତମାମ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ବୁଧବାର ସକାଳେ…

୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କଲା ବ୍ଲକ ପ୍ରଶାସନ

ବନ୍ତ,୨୦ା୫(ଡି.ଏନ୍‌.ଏ.): ବାତ୍ୟା ‘ଅମ୍ଫନ୍‌’କୁ ନେଇ ଭଦ୍ରକ ଜିଲା ବନ୍ତ ବ୍ଲକବାସୀ ଭୟଭୀତ ଥିବା ବେଳେ ଏହାର ମୁକାବିଲା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ା ବୁଧବାର ମଧ୍ୟାହ୍ନ ସୁଦ୍ଧା ବ୍ଲକର ବିଭିନ୍ନ ବିଦ୍ୟାଳୟ, ପଞ୍ଚାୟତ ଗୃହ, ବାତ୍ୟା…

ପୁରୀରେ ନୂଆ ୧୧ କରୋନା ଆକ୍ରାନ୍ତ ଚିହ୍ନଟ

ପୁରୀ ଅଫିସ,୨୦।୫: ପୁରୀରେ ପୁଣି ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି। ଏଥି ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ୪୩ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନୂଆ…

ବାଲେଶ୍ୱରରେ ‘ଅମ୍ଫନ୍‌’ର ତାଣ୍ଡବ: ଅପରାହ୍ନରୁ ୧୧୦ କିମି ବେଗରେ ବହୁଛି ପବନ, ଭାଙ୍ଗିଲା କଚ୍ଚାଘର; ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ମହିଳା ମୃତ

ବାଲେଶ୍ୱର ଅଫିସ,୨୦।୫: ବାଲେଶ୍ୱର ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଫଳରେ ଜିଲାରେ ବୁଧବାର ଅପରାହ୍ନରୁ ପବନର ବେଗ ବଢ଼ିବାରେ ଲାଗିଛି। ଖବର ଲେଖାଯିବା ବେଳେ ଘଣ୍ଟାପ୍ରତି ୧୦୦-୧୧୦ କିମି ବେଗରେ ପବନ ବହୁଛି। ସେହିଭଳି ବର୍ଷାର ପରିମାଣ ୨୯. ୪…

ବାତ୍ୟା ‘ଅମ୍ଫନ’ର ପ୍ରଭାବ: ଖଇରାରେ ଶତାଧିକ କଚ୍ଚାଘର ଭାଙ୍ଗିଲା

ଖଇରା,୨୦।୫(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ର ପ୍ରଭାବରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ବହୁ କ୍ଷତିଗ୍ରସ୍ତ ହୋଇଛି। ଝଡ଼ବର୍ଷା ସହ ପବନରେ ବେଗ ବଢ଼ିବାରେ ଲାଗିଛି। ବହୁ ଚାଳଛପର ଓ ଆଜବେଷ୍ଟସ୍‌ ଘର ଭାଙ୍ଗିପଡ଼ିଛି। ସେହିପରି ବହୁ ଗଛ…

ବରୀରେ ବାତ୍ୟା ‘ଅମ୍ପନ’ର ପ୍ରଭାବ: ଯୋଗାଯୋଗ ବିଚ୍ଛିନ୍ନ, ବିଦ୍ୟୁତ୍‌ ସରବରାହ ବନ୍ଦ

ରତ୍ନଗିରି/ବରୀ, ୨୦।୫(ଡି.ଏନ୍‌.ଏ./ସ୍ବ.ପ୍ର.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ର ପ୍ରଭାବ ଯାଜପୁର ଜିଲା ବରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ପ୍ରବଳ ପବନ ବହିବା ସହ ବର୍ଷା ଲାଗିରହିଛି। ପ୍ରବଳ ପବନ ଯୋଗୁ ରାସ୍ତା ଉପରେ ବହୁ…

ଅମ୍ଫନ୍‌ ଯୋଗୁ ଲାଗି ରହିଛି ବର୍ଷା: କାନ୍ଥ ଭୁଶୁଡ଼ି ଶିଶୁପୁତ୍ରର ଜୀବନ ଗଲା

ଭଦ୍ରକ ଅଫିସ,୨୦।୫ – ଭଦ୍ରକ ଜିଲା ତିହିଡି ବ୍ଲକ କଁlପଡା ପଞ୍ଚାୟତ ଦକ୍ଷିଣପାରି ଗାଁରେ ମାଟି କାନ୍ଥ ଭୁଶୁଡି ଜଣେ ୩ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ତିହିଡି ବ୍ଲକ କଁlପଡା ପଞ୍ଚାୟତ ଦକ୍ଷିଣପାରି ଗାଁର ବଳରାମ ଦାସଙ୍କ ତିନିମାସର ଶିଶୁପୁତ୍ର ଘରେ…

ଅମ୍ଫନ୍‌ର ପ୍ରଭାବରେ ବର୍ଷା, ପବନ ଜାରି: ଜନଜୀବନ ବ୍ୟାହତ

କେନ୍ଦୁଝର/ରାଇସୁଆଁ ,୨୦ା୫(ସ୍ବ.ପ୍ର./ଡିଏନଏ): ସାମୁଦ୍ରିକ ଝଡ଼ ଅମ୍ଫନ୍‌ର ପ୍ରଭାବରେ କେନ୍ଦୁଝର ଜିଲାରେ ମଙ୍ଗଳବାର ରାତିରୁ ବର୍ଷା ଓ ପବନ ଜାରି ରହିଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଯାତାୟାତ ବନ୍ଦ ରହିଥିବା ବେଳେ ଦୋକାନବଜାର ବନ୍ଦ ରହିଛି। ଅନେକ ସ୍ଥାନରେ ବର୍ଷା ପାଲି…

ବଲାଙ୍ଗୀରରେ ଫେଲ୍‌ ମାରିଛି କରୋନା କଟକଣା: ବଜାରରେ ପ୍ରବଳ ଭିଡ଼

ବଲାଙ୍ଗୀର ଅଫିସ,୨୦ା୫: କରୋନାର ଭୟାବହତା କମିନାହିଁ ା ତେଣୁ ଲକ୍‌ଡାଉନ୍‌କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ା ଚତୁର୍ଥ ପର୍ଯ୍ୟାୟରେ ଏହାକୁ ସାମାନ୍ୟ କୋହଳ କରି ଦୋକାନ ବଜାର ଖୋଲିବାକୁ ଅନୁମତି ମଧ୍ୟ ମିଳିଛି। ମାତ୍ର…

ବାତ୍ୟା ‘ଅମ୍ଫନ୍‌’ ପ୍ରଭାବ: ଭଦ୍ରକରେ ବଢୁଛି ପବନର ବେଗ, ୧୩ ହଜାର ଲୋକଙ୍କୁ ସ୍ଥାନାନ୍ତର କଲାଣି ପ୍ରଶାସନ

ଭଦ୍ରକ ଅଫିସ,୨୦।୫- ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ଝଡ଼ବର୍ଷା ଲାଗି ରହିଛି। ଭଦ୍ରକ ଜିଲାରେ ମଧ୍ୟ ଧିରେ ଧିରେ ପବନର ବେଗ ବଢ଼ିବାରେ ଲାଗିଛି। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟାରୁ ଜିଲାରେ…

ଥାନା ଭିତରେ ପାଟଣା ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ ଘଟଣା: ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା କୁଡୁମୀ ସେନା

ପାଟଣା, ୨୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଥାନାଭିତରେ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାଟି ଏବେ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଯୁବକ…

ଜଳିଗଲା ଟାଟା ମ୍ୟାଜିକ, କାରଣ ଅସ୍ପଷ୍ଟ

ଚୌଦ୍ୱାର,୨୦।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ତାରେଣୀ ବଜାରରେ ଏକ ଟାଟା ମ୍ୟାଜିକ ଗାଡ଼ି (ଓଆର୍‌ ୦୫ଏମ୍‌୭୫୨୩) ମଙ୍ଗଳବାର ବିଳମ୍ବିତ ରାତିରେ ଜଳିଯାଇଛି। ଗାଡ଼ିଟି ଘର ଆଗରେ ଥୁଆ ହୋଇଥିଲା ବେଳେ ତାହା ଜଳୁଥିଲା। ପାଟ୍ରୋଲିଂ କରୁଥିବା ପୋଲିସ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?