ଆମ ଜିଲା ଖବର

ଡେଲି ମାର୍କେଟରେ ସାମାଜିକ ଦୂରତ୍ୱକୁ ମାନୁ ନାହାନ୍ତି ଅମାନିଆ: ପୋଲିସ ପ୍ରଶାସନ ଉପସ୍ଥିତ ରହିବାକୁ ସାଧାରଣରେ ଦାବି

ବିଜେପୁର,୧୦।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୁଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ କଟକଣାକୁ ୩୦ଯାଏ ବଢ଼ାଇ ଦେଇଛନ୍ତି। ସାମାଜିକ ଦୂରତ୍ୱ ଓ ମୁହଁରେ ମାକ୍ସ ଲଗାଇବାକୁ ସଚେତନତା ସୃଷ୍ଟି କରାଯାଉଛି। ହେଲେ ବରଗଡ଼ ଜିଲା…

ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କଲେ ଦେବଗଡ଼ ବିଧାୟକ

ଦେବଗଡ଼,୧୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିଲାର ବିଭିନ୍ନ ପଞ୍ଚାୟତରେ ଆଇସୋଲେଶନ କେନ୍ଦ୍ର କରାଯାଇଛି। ଇତିମଧ୍ୟରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଜିଲାର ପ୍ରାୟ ସମସ୍ତ ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କରିସାରିଛନ୍ତି। ତେବେ ରିଆମାଳ ବ୍ଲକ ଅନ୍ତର୍ଗତ ଖିଲେଇ…

ବେଆଇନ ଦେଶୀ ମଦ ପ୍ରସ୍ତୁତି ବେଳେ ଅବକାରୀ ଚଢ଼ାଉ

ଦେବଗଡ଼,୧୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ସତ୍ତ୍ୱେ ଦେବଗଡ଼ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର ଜୋରଦାର ଚାଳିଛି। ଏଣୁ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ା ରିଆମାଳ ବ୍ଲକ…

ଶେରଗଡ଼ରେ ବିଶୋଧନ ପ୍ରକ୍ରିୟା ଆରମ୍ଭ

ଶେରଗଡ଼,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଅଞ୍ଚଳରେ ଶୁକ୍ରବାରଠାରୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ. ଦୟାସିନ୍ଧୁ ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ଶେରଗଡ଼ ମେଡିକଲ,ଏଟିଏମ୍‌ କାଉଣ୍ଟର, ବଜାରରେ ଥିବା ମୁଖ୍ୟ…

ମାଛ ମାର୍କେଟରେ ଲୋକେ ରଖୁନାହାନ୍ତି ସାମାଜିକ ଦୂରତ୍ୱ

କଣ୍ଟାପଡ଼ା,୧୦ା୪(ଡି.ଏନ୍‌.ଏ.): ମହାମାରୀ କରୋନା ଭୂତାଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଏକମାତ୍ର ବିକଳ୍ପ। ଏଥିପାଇଁ ସରକାର ସାରାଦେଶରେ ଲକ୍‌ଡାଉନ୍‌ କରି ଅତି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବା ପାଇଁ ବାରମ୍ବାର ସଚେତନ କରିଆସୁଛନ୍ତି।…

ଗଞ୍ଜାମ ଶିତଳାପଲିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ: ୨୦୦ ଶଯ୍ୟା,୧୫ ଆଇସିୟୁ ବେଡ୍‌

ଛତ୍ରପୁର, ୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡିକାଲ, ହସ୍ପିଟାଲକୁ ଟାଟା ଗ୍ରୁପ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ହସ୍ପିଟାଲ କରାଯାଇଛି। ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ଏଠାରେ ୨୦୦ ଶଯ୍ୟା ରହିଥିବା ବେଳେ ୧୫ଟି ଆଇସିୟୁ…

ରାଇସ୍‌ ମିଲ୍‌ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ

ଧରାକୋଟ,୧୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ରାଇସ୍‌ମିଲ୍‌ ମାଲିକ ସଂଘ ପକ୍ଷରୁ କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଧରାକୋଟ ବିଡିଓ ବିବୁଧ ଗଡ଼ନାୟକଙ୍କୁ ୧…

ମାସ୍କ ନାହିଁ ତ ଗ୍ରୋସରୀ ନାହିଁ

ରାଇକିଆ,୧୦।୪(ଡି.ଏନ୍‌.ଏ.): ମାସ୍କ ବ୍ୟବହାରକୁ କଡ଼ାକଡ଼ି ଲାଗୁ କରାଯିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ମାସ୍କକୁ ନେଇ ସଚେତନତା କରାଯାଉଛି। ମାସ୍କ ମଧ୍ୟ ବଣ୍ଟାଯାଉଛି । ଏ କ୍ଷେତ୍ରରେ କନ୍ଧମାଳ ଜିଲା ରାଇକିଆ ବଣିକ ସଂଘ ଏକ ଅଭିନବ ପଦକ୍ଷେପ ନେଇଛି ।…

କରୋନା ମୁକାବିଲା: ୨୫ ପଞ୍ଚାୟତରେ ୪୫୦ ଶଯ୍ୟା ପ୍ରସ୍ତୁତ

ଦାରିଙ୍ଗବାଡ଼ି,୧୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ପ୍ରତିହତ ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅସ୍ଥାୟୀ କୋଭିଡ୍‌-୧୯ ହସ୍ପିଟାଲ କରାଯାଇଥିବା ବେଳେ ସମସ୍ତ ୨୫ ପଞ୍ଚାୟତରେ ୪୫୦ ଶଯ୍ୟା ପ୍ରସ୍ତୁତ କରାଯାଇଛି। ବାହାର…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧.୭୦ ଲକ୍ଷ ଦାନ

ନୟାଗଡ ଅଫିସ,୯ା୪: କରୋନା ମହାମାରୀର ମୁକାବିଲା ପାଇଁ ନୟାଗଡ ଜିଲା ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଓ ସହକାରୀ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ୧.୭୦ ଲକ୍ଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଗୁରୁବାର ପ୍ରଦାନ କରାଯାଇଛି। ସହକାରୀ ନିବନ୍ଧକ ଭାସ୍କର ପାଣିଗ୍ରାହୀ,…

ଆଳିରୁ ଉଠିଲା ଶଟ୍‌ଡାଉନ୍‌

ଆଳି,୧୦ା୪(ଡି.ଏନ.ଏ.)କେନ୍ଦ୍ରାପଡ଼ା ଜିଲାର ଆଳି ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲା ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ଗ୍ରାମର ୩ କିମି ପରିଧି ମଧ୍ୟରେ ଥିବା ୧୨ ଗାଁ ଓ ବଜାରକୁ ମଙ୍ଗଳବାର ସକାଳ ୮ଟାଠାରୁ ୪୮ଘଣ୍ଟା ପାଇଁ ଶଟଡାଉନ ଘୋଷଣା…

ଅସୁସ୍ଥ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ଆମ୍ବୁଲାନ୍ସ

ଜଗତ୍‌ସିଂହପୁର ଅଫିସ,୧୦ା୪: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ପରିସରରୁ ଅସୁସ୍ଥ ଥିବା ଜଣେ ଗରିବ ବୃଦ୍ଧାଙ୍କୁ ତାଙ୍କ ଗାଁରେ ଛାଡିବାକୁ ଆସିଥିବା ଏକ ବେସରକାରୀ ଆମ୍ବୁଲାନ୍ସ ଜଗତ୍‌ସିଂହପୁର ସହର ରାସ୍ତା ପାର୍ଶ୍ୱରେ ଛାଡି ପଳାଇଛି। ସମ୍ପୃକ୍ତ ବୃଦ୍ଧା ହେଲେ ଜଗତ୍‌ସିଂହପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri