ଆମ ଜିଲା ଖବର

ଜଙ୍ଗଲରେ ଦିନ କାଟୁଛନ୍ତି ୧୩ ପ୍ରବାସୀ ଶ୍ରମିକ

ଲୋଇସିଂହା,୨୪।୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡା ଗାଁର ୧୩ପ୍ରବାସୀ ଶ୍ରମିକଙ୍କୁ ପଞ୍ଚାୟତ କର୍ତ୍ତୃପକ୍ଷ ସଙ୍ଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରୁନାହାନ୍ତି। ଫଳରେ ସେମାନେ ଗାଁ ନିକଟ ଜଙ୍ଗଲରେ ଗତ ୩ଦିନ ହେଲା ୪୫ଡିଗ୍ରୀ ତାତିରେ ଦିନ କାଟୁଛନ୍ତି। ୧୩ପ୍ରବାସୀଙ୍କ ମଧ୍ୟରେ…

ଦାରିଙ୍ଗବାଡି ଘାଟିରେ ଫସି ରହିଲା ପ୍ରବାସୀଙ୍କ ବସ୍‌ : ସାରା ରାତି ସମୟ କାଟିଲେ ଶ୍ରମିକ

ସୋରଡା,୨୪ା୫,(ଡି.ଏନ.ଏ.)-ତାମିଲନାଡୁର କୋଏମ୍ବାଟୁରରୁ ୩୨ ଜଣ ପ୍ରବାସୀ ଓଡିଆଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ଆସୁଥିବା ଏକ ବସ୍‌ ଶନିବାର ରାତି ୧୦ଟାରେ ଗଞ୍ଜାମ ଜିଲା ସୀମାନ୍ତ ସୋରଡା-ଦାରିଙ୍ଗବାଡ଼ି ୪ ନଂ. ଘାଟିରେ ଫସି ରହିଥିଲା। ଫଳରେ ପ୍ରବାସୀମାନେ ଘାଟିରେ ସାରା ରାତି ସମୟ…

କାର ତଳେ ଚାପି ହୋଇ ଶ୍ୱଶୁର ମୃତ, ଅଳ୍ପକେ ବର୍ତିଲେ ଜ୍ୱାଇଁ

ଓଡଗାଁ,୨୪।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ପଥରାପିଚୁ ଫାକ୍ଟ୍ରି ନିକଟରେ ରବିବାର ଅପରାହ୍ନରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର ତଳେ ଚାପି ହୋଇ ଜଗତସିଂହପୁର ଜିଲା ରାହାମା ଅଞ୍ଚଳର ରଞ୍ଜନ କୁମାର ସାହୁ(୬୦)ଙ୍କ ମୃତ୍ୟୁ ଘଟିଛି। ହେଲେ କାର…

ପ୍ରବାସୀଙ୍କୁ ଓଡ଼ିଆଙ୍କୁ ନେଇ ବ୍ରହ୍ମପୁର ଫେରିଲା ୪ ଟ୍ରେନ

ବ୍ରହ୍ମପୁର ଅଫିସ,୨୪।୫-ବ୍ରହ୍ମପୁର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ରବିବାର ଅପରାହ୍ନ ସୁଦ୍ଧା ପହଞ୍ଚିଲା ୪ଟି ଟ୍ରେନ। ପ୍ରଥମ ଟ୍ରେନଟି ତାମିଲନାଡୁରୁ ୮୯୮ ଜଣ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସିଥିବାବେଳେ ଏଥିରେ ଗଞ୍ଜାମ ଜିଲାର ରହିଛନ୍ତି ୬୩୬ ଜଣ। ଦ୍ବିତୀୟ ଟ୍ରେନ ସୁରଟରୁ…

ବିବାଦୀୟ ଲେଖକଙ୍କ କୁଶ ପୁତ୍ତଳିକା ଦାହ

ବଅଁରପାଳ,୨୪ା୫(ଡି.ଏନ.ଏ.)- ଭୀମ ଭୋଇଙ୍କ ଚରିତ୍ରକୁ ଆକ୍ଷେପ କରି ପ୍ରକାଶିତ ପୁସ୍ତକକୁ ନେଇ ବଅଁରପାଳ ବ୍ଲକ କୁଲାଡ଼ ମହାନିତ୍ୟ ମହିମା ସମାଜ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। କୁଲାଡ଼ ମହିମା ଟୁଙ୍ଗୀଠାରେ ସମ୍ପୃକ୍ତ ବିବାଦୀୟ ଲେଖକଙ୍କୁ ନିନ୍ଦା କରାଯିବା ସହ ତାଙ୍କ…

ବଳଦାରେ ହାତୀପଲ ଉପଦ୍ରବ: ଘର ଭାଙ୍ଗିଲେ, ଚାଉଳ ଖାଇଲେ

ଯୋଡା,୨୪ା୫,(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବଳଦା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ହାତୀପଲ ଉପଦ୍ରବ କରିଛନ୍ତି। ବିଳମ୍ବିତ ରାତିରେ ହାତୀପଲ ଗୋବର୍ଦ୍ଧନ ଦେହୁରିଙ୍କ ଘର ଭାଙ୍ଗି ଦେବା ସହ ସେ ଘରେ ରଖିଥିବା ପ୍ରାୟ ୨ କୁଇଣ୍ଟାଲରୁ…

ଲକଡାଉନ୍‌ ନିୟମକୁ ଅବମାନନା: ୧୦ ଦୋକାନ ସିଲ୍‌ କଲା ପ୍ରଶାସନ

ଯୋଡା,୨୪ା୫,(ଡି.ଏନ.ଏ.)-ଲକଡାଉନ୍‌ ୪.୦ ନିୟମକୁ ଅବମାନନା କରିବା ଅଭିଯୋଗରେ ଶନିବାର ସାରେ କେନ୍ଦୁଝର ଜିଲା ଯୋଡା ପୌରପାଳିକାରେ ଥିବା ୧୦ ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଏଥିସହ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କଠାରୁ ୫ଶହ ଟଙ୍କା ଜରିମାନା…

ନିମାପଡ଼ାରେ ହେବ କୋଭିଡ୍‌ କେୟାର

ନିମାପଡ଼ା,୨୪ା୫(ଡି.ଏନ.ଏ): ମହାମାରୀ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ନିମାପଡ଼ା କଲେଜ ନିକଟରେ ସରକାରୀ ପକ୍ଷରୁ ଖୁବଶୀଘ୍ର ବ୍ଲକସ୍ତରୀୟ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ। ଏଥିନିମନ୍ତେ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ(ଏଡିଏମ୍‌) ବିନୟ ଦାସ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ…

ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ, ବାହାହୋଇ ଫେରିଲେ

ଅମରପାଲି,୨୪ା୫(ଡି.ଏନ.ଏ.): କୋଭିଡ୍‌-୧୯ କଟକଣା ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଏପରି ପରିସ୍ଥିତି ଯୋଗୁ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ବହୁ କଷ୍ଟରେ ଦେଖା କରିବାକୁ ଆସିଥିଲେ। ହେଲେ ଏ କଥା ଗ୍ରାମବାସୀ ଜାଣିବା ପରେ ସମ୍ପୃକ୍ତ ଯୁବକଙ୍କ ସହିତ ତାଙ୍କ…

ଚେନ୍‌ ଟାଣି ଟ୍ରେନରୁ ଖସି ପଳାଇଲେ ଗଞ୍ଜାମର ୪୦୦ ପ୍ରବାସୀ

ଛତ୍ରପୁର,୨୪ା୫,(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ବାଲିବଗଡ ରେଲୱେ ଫାଟକ ନିକଟରେ ରବିବାର ଅପରାହ୍ନରେ ଚେନ୍‌ ପୁଲିଂ କରି ଗଞ୍ଜାମର ୪୦୦ ପ୍ରବାସୀ ଖସି ପଳାଇଛନ୍ତି। ଖବରପାଇ ଆରପିଏଫ ଓ ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କେତେକ ପ୍ରବାସୀଙ୍କୁ ବାଲିବଗଡ଼ ରାସ୍ତା,…

ମହାପ୍ରଭୁଙ୍କ ସେବାରେ ସାନପଦର ବୁଣାକାର: ପହଣ୍ଡି, ଅଣସର ଗାମୁଛା ପ୍ରସ୍ତୁତିରେ ଲାଗିଛନ୍ତି

ଖୋର୍ଦ୍ଧା ଅଫିସ,୨୪ା୫: ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ପରିସରରେ ବିଧି ମୁତାବକ ରଥକାମ ଅନୁକୂଳ ହୋଇଥିଲା। ୧୧ଦିନ ବିଳମ୍ବରେ ହେଲେ ମଧ୍ୟ ରଥକାମ ଆଗେଇ ଚାଲିଛି। ଆଗକୁ ସ୍ନାନ ପୂର୍ଣ୍ଣିମା ଏବଂ ଅଣସର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଚାଲିଛି। ମହାପ୍ରଭୁଙ୍କ…

ବରୀର ୨ କରୋନା ଆକ୍ରାନ୍ତ ସୁସ୍ଥ: ମୋଟ୍‌ ଆରୋଗ୍ୟ ହେଲେଣି ୬

ରତ୍ନଗିରି,୨୪ା୫(ଡି.ଏନ୍‌.ଏ.): ରବିବାର ଯାଜପୁରରୁ ମୋଟ୍‌ ୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ବରୀ ବ୍ଲକର ବୋଲି ସୂଚନା ମିଳିଛି। ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ବରୀ ବ୍ଲକରେ ମୋଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?