ସାକ୍ଷୀଗୋପାଳଙ୍କ ଫଟୋ ଭାଇରାଲ: ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ

ସାକ୍ଷୀଗୋପାଳ,୧୮।୬(ଡି.ଏନ.ଏ.): ପୁରୀ ଜିଲା ସାକ୍ଷୀଗୋପାଳରେ ଅବସ୍ଥିତ ଶ୍ରୀସାକ୍ଷୀଗୋପାଳ ଓ ଶ୍ରୀରାଧାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶ୍ରୀକ୍ଷେତ୍ର ଇତିହାସ ନାମକ ଏକ ଫେସବୁକ ସାଇଟ୍‌ରେ ଗତ ୧୫ ତାରିଖରେ ମନ୍ଦିର ଗର୍ଭଗୃହ, ରତ୍ନ ସିଂହାସନ ସହିତ ଠାକୁରଙ୍କ ଫଟୋ ସମ୍ପୁର୍ଣ୍ଣ ପ୍ରକାଶ ପାଇଥିବା ଦେଖାଯାଇଛି। ଏହି ଘଟଣାକୁ ନେଇ ସେବାୟତଙ୍କଠାରୁ ପ୍ରଶାସନ ଓ ସ୍ଥାନୀୟ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି। ସତ୍ୟବାଦୀ ଗୋପୀନାଥଦେବ ମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ସତ୍ୟବାଦୀ ଥାନାରେ ଅଭିଯୋଗ କରାଯାଇଛି ବୋଲି ଅତିରିକ୍ତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ପରମ୍ପରା ଓ ସୁରକ୍ଷା ଦୃଷ୍ଟିରୁ ସାକ୍ଷୀଗୋପାଳ ମନ୍ଦିର ଭିତରେ ଫଟୋ ଉଠାଇବାକୁ ବାରଣ କରାଯାଇଛି। ଏଥିପାଇଁ ସିଂହଦ୍ୱାରରେ ଏକ ସୂଚନା ଫଳକ ରଖାଯାଇଛି। ସିଂହଦ୍ୱାର, ଗର୍ଭଗୃହ ମଧ୍ୟରେ ମନ୍ଦିର ପ୍ରଶାସନ ପକ୍ଷରୁ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଏମାନଙ୍କ ଦୃଷ୍ଟି ଆଢୁଆଳରେ ମନ୍ଦିର ଭିତରକୁ କ୍ୟାମେରା କିମ୍ବା ସ୍ମାର୍ଟଫୋନ ନେଇ କେହି ଫଟୋ ଉଠାଇ ଭାଇରାଲ କରିଥିବା କୁହାଯାଉଥିଲେ ମଧ୍ୟ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇନାହିଁ। କରୋନା କଟକଣା ପାଇଁ ମନ୍ଦିର ଭିତରକୁ ସାଧାରଣ ଭକ୍ତମାନଙ୍କ ପ୍ରବେଶ ବାରଣ ରହିଛି ଏବଂ ସିସିଟିଭି କ୍ୟାମେରା ଲଗାଯାଇଛି। ସବୁ ଦିଗରୁ ତଦନ୍ତ କରିବାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ସ୍ବାଇଁ କହିଛନ୍ତି । ସେବାୟତ ସଂଘ କର୍ମକର୍ତ୍ତା ଶ୍ୟାମ ସୁନ୍ଦର ମହାପାତ୍ର ଘଟଣାର ଦୃଢ ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ କରୋନା ସମୟରେ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ ମାନେ ଏହି ଦିବ୍ୟ ଦର୍ଶନ ପାଇବା ପରେ ନିଜକୁ ଭାଗ୍ୟବାନ ମନେ କରିଥିବା ସୋସିଆଲ ମିଡିଆରେ ନିଜର ଭାବନା ବ୍ୟକ୍ତ କରିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?