ଆମ ଜିଲା ଖବର

ଟ୍ରେନ୍‌ରୁ ଖସି ଦାଦନ ଶ୍ରମିକ ମୃତ: ଆର୍ଥତ୍କ ସହାୟତା ଦେବାକୁ ଦାବି

ଭବାନୀପାଟଣା,୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମର ଯୁଧିଷ୍ଠିର ଗଉଡ (୪୦)ଙ୍କ ଟ୍ରେନ୍‌ରୁ ଖସି ମୃତ୍ୟୁ ଘଟିଛି। ଯୁଧିଷ୍ଠିର ୫ ମାସ ତଳେ କେରଳକୁ କାମ କରିବାକୁ ଯାଇଥିଲେ। ଘରକୁ ଫେରୁଥିବା ବେଳେ ତିରଶୁଲ ଓ ପାଲକାଡି ରେଳ...

୩ ଶହ ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ

ଜୟପୁର,୪।୧(ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାତ୍ର ୩ ଶହ ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଶ୍ମଶାନରେ ପୋତି ଦେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ...

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର : ଜଣେ ଗିରଫ

ମାଲକାନଗିରି,୪।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଶୁକ୍ରବାର ରାତିରେ ଜଣକୁ ଗିରଫ କରିଛି । ସେ ହେଲେ ଜୟପୁର ଇରିଗେସନ କଲୋନୀର ଧନୁର୍ଜୟ ନାୟକ। ଧନୁର୍ଜୟ ଉକ୍ତ ଅଞ୍ଚଳର ଜଣେ...

ପେନ୍‌ସନ୍‌ ଉଠାଇ ଫେରିବା ସମୟରେ ମହିଳାଙ୍କଠାରୁ ଲୁଟ୍‌

ନିଶ୍ଚିନ୍ତକୋଇଲି,୪।୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ଦିନକୁ ଦିନ ଲୁଟେରାମାନଙ୍କର ଦୌରାତ୍ମ୍ୟ ଦେଖିବାକୁ ମିଳୁଛି। ଏକ ନିର୍ଦ୍ଦିଷ୍ଟ କଳା ପଲ୍‌ସରରେ ଲୁଟେରାମାନେ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଏପରି ଏକ ଘଟଣା ଶନିବାର ପୂର୍ବାହ୍ନରେ ନିଶ୍ଚିନ୍ତକୋଇଲି...

ଫୋନ୍‌ରେ ସ୍ତ୍ରୀ କଥା ନ ହେବାରୁ ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ସ୍ବାମୀ

ସଜନାଗଡ଼,୪।୧(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ୯ନଂ. ୱାର୍ଡର କାହାଳିଆ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଫୋନ୍‌ରେ କଥା ନ ହେବାରୁ ଦେହରେ କିରୋସିନ ଢାଳି ନିଆଁ ଲଗାଇ ସ୍ବାମୀ ଗୁରୁତର ହୋଇଛନ୍ତି। ସେ...

ଲକ୍ଷ୍ମୀ ମନ୍ଦିର ହୁଣ୍ଡିରୁ ଚୋରି

କୋଣାର୍କ,୪ା୧(ଡି.ଏନ୍‌.ଏ.): କୋଣାର୍କ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ମନ୍ଦିରର ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ପ୍ରାୟ ୧୦ହଜାର ଟଙ୍କା ଚୋରି କରି ନେଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପରିଚାଳକ ନିରଞ୍ଜନ ବାରିକଙ୍କ ଅଭିଯୋଗକୁ...

ଜେଲ୍‌ରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣା: ଗ୍ୟାଙ୍ଗଷ୍ଟର ସକିଲଙ୍କ ଆଉ ଜଣେ ବାନ୍ଧବୀ ଗିରଫ

କଟକ ଅଫିସ, ୪ା୧: ଜେଲ୍‌ ଭିତରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣାରେ ଦରଘାବଜାର ପୋଲିସ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲଙ୍କ ଆଉଜଣେ ବାନ୍ଧବୀଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ମଙ୍ଗଳାବାଗ ଥାନା ଅନ୍ତର୍ଗତ କେଶରପୁରର ନସିମ ଓରଫ ନିଖାତ୍‌...

ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

ପୁରୀ ଅଫିସ,୪ା୧: ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ମିଳିଛି ଶ୍ରେଷ୍ଠ ହିନ୍ଦୁ ସମ୍ମାନ। ଆମେରିକାର ହାୱାଇରୁ ପ୍ରକାଶିତ ଅନ୍ତର୍ଜାତୀୟ ପତ୍ରିକା ‘ହିନ୍ଦୁଜିମ୍‌ ଟୁଡେ’ ପକ୍ଷରୁ ସର୍ବଶ୍ରେଷ୍ଠ ହିନ୍ଦୁ ବ୍ୟକ୍ତିତ୍ୱ ଭାବେ ଶଙ୍କରାଚାର୍ଯ୍ୟଙ୍କୁ ଏହି ସମ୍ମାନ ମିଳିଛି।...

ପୁରୀରେ ପହଞ୍ଚିଲେ୧୩୩ ପାକିସ୍ତାନୀ ହିନ୍ଦୁ

ପୁରୀ ଅଫିସ,୪ା୧: ପୁରୀରେ ପହଞ୍ଚିଛନ୍ତି ୧୩୩ ଜଣ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ। ଶୁକ୍ରବାର ରାତି ପ୍ରାୟ ୯ଟାରେ ଏମାନେ ବସ୍‌ରେ ଆସି ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡସ୍ଥିତ ନାୟକ ପ୍ଲାଜାରେ ରାତ୍ରିଯାପନ କରିଛନ୍ତି। ଏମାନଙ୍କ ମଧ୍ୟରେ ୭୦ ପୁରୁଷ, ୫୦...

ମେଡିକାଲ କଲେଜ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ରାୟଗଡ଼ା ଜିଲାରେ ଲୋକେ ଠିକ୍‌ ଭାବେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିଲାରେ ଉତ୍ତମ ଓ ଆଧୁନିକ ଚିକିତ୍ସା ଅଭାବରୁ ରୋଗୀମାନଙ୍କୁ...

ସିଏଏକୁ ନେଇ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯାଉ

ପୁରୀ ଅଫିସ,୪ା୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଜୋରସୋରରେ ଆନ୍ଦୋଳନ ଚାଲିଛି। ପୁଣି କେତେକ ଜାଗାରେ ସମର୍ଥନ ଶୋଭାଯାତ୍ରା ମଧ୍ୟ ବାହାରୁଛି। ସିଏଏକୁ ନେଇ ଦିନକୁ ଦିନ ପରିସ୍ଥିତି ସଙ୍ଗିନ ହେଉଥିବାବେଳେ ଶୁକ୍ରବାର ଏ ସମ୍ପର୍କରେ...

ଲାଞ୍ଚ: ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକ ଗିରଫ

କଟକ ଅଫିସ, ୪ା୧: ଦେଢହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ନବରଙ୍ଗପୁରଠାରେ ଥିବା ଲାର୍ଜ ଏରିଆ ମଲ୍‌ଟି ପର୍ପୋଜ୍‌ କୋଅପରେଟିଭ ସୋସାଇଟି (ଲାମ୍ପ୍‌ସ)ର ପରିଚାଳନା ନିର୍ଦ୍ଦେଶକ ବାନାମ୍ବର ପଟ୍ଟନାୟକ। ଶୁକ୍ରବାର ୯୯.୩୨ କୁଇଣ୍ଟାଲ ଧାନ ମଣ୍ଡିରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri