ଆମ ଜିଲା ଖବର

ପୁଣି ହାତୀ ଭାଙ୍ଗିଲା ଘର

ଚିତ୍ରଡା,୨୬।୫(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ମୋରଡା ବ୍ଲକରେ ହାତୀ ଉପଦ୍ରବ ଥମିବାର ନା ଧରୁନି। ସୋମବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆସି ଚିକଟାମାଟିଆ ପଞ୍ଚାୟତ ଭାଲୁଘେରା ଗାଁର ବାଜୁନ ମୁର୍ମୁଙ୍କ ଚାଳ ଘର ଭାଙ୍ଗି ଧାନଗୁଡିକୁ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି।…

ବଲାଙ୍ଗୀରରେ ୧୪ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି, ୨ ସୁସ୍ଥ

ବଲାଙ୍ଗୀର ଅଫିସ, ୨୬ା୫: ବଲାଙ୍ଗୀର ଜିଲାରେ ମଙ୍ଗଳବାର ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳର ୭ଜଣ ରହିଛନ୍ତି। ଏହି ସଂକ୍ରମିତ ୭ଜଣ ବଲାଙ୍ଗୀର ରାଧାରାଣୀପଡ଼ାର ହୋଇଥିବା ବେଳେ ସେମାନେ କୋଲକାତାରୁ ଫେରି ହୋମ୍‌ କ୍ୱାରାଣ୍ଟାଇଇନ୍‌ରେ ରହିଥିଲେ।…

କଣ୍ଟେନମେଣ୍ଟ ଜୋନ ଉଠାଇବା ଦାବିରେ ପୋଲିସ-ଜନତା ମୁହାଁମୁହିଁ

ରାଉରକେଲା ଅଫିସ,୨୬।୫: ରାଉରକେଲା କଣ୍ଟେନମେଣ୍ଟ ଜୋନରେ ମଙ୍ଗଳବାର ସକାଳୁ ଉତ୍ତେଜନା ଲାଗି ରହିଛି। ସକାଳ ସାଢେ ୮ଟାରେ କିଛି ଲୋକ ବ୍ୟାରିକେଡ ଭାଙ୍ଗି ରିଂ ରୋଡ଼କୁ ଚାଲି ଆସିଥିଲେ। ସେଠାରେ ମୁତୟନ ଥିବା ପୋଲିସ ବାରଣ କରିବାରୁ ସେମାନେ ତାଙ୍କ ଉପରକୁ…

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ ସୁରକ୍ଷାକୁ ନେଇ ବିଡ଼ିଓଙ୍କୁ ଭେଟିଲେ ଶିକ୍ଷକ ସଂଘ କର୍ମକର୍ତ୍ତା

ଶେରଗଡ଼,୨୬।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ ମଙ୍ଗଳବାର ଏକ ଦାବି ପତ୍ର ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ବିଇଓ ଭାସ୍କର ଲେଙ୍କାଙ୍କୁ ଭେଟି ପ୍ରଦାନ କରିଛନ୍ତି। କରୋନା ମୁକାବିଲାରେ ଶିକ୍ଷକମାନେ ନିଜ ଜୀବନକୁ ପାଣି ଛଡାଇ…

ଅନୁଗୋଳରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚିଲା

ଅନୁଗୋଳ ଅଫିସ, ୨୬।୫: ଅନୁଗୋଳ ଜିଲାରେ ମଙ୍ଗଳବାର ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ବନ୍ତ ତହସିଲଦାରଙ୍କ ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଭଦ୍ରକ ଅଫିସ/ ବନ୍ତ (ସ୍ବ.ପ୍ର), ୨୬।୫: କର୍ଫ୍ୟୁ କଟକଣା ସମୟରେ ବନ୍ତ ତହସିଲଦାର ଲୁଗା ଦୋକାନୀଙ୍କୁ ଦୋକାନ ଖୋଲାଇ ଶାଢ଼ୀ କିଣୁଥିବା ଘଟଣାରେ ମଙ୍ଗଳବାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ ଘଟଣାର ତଦନ୍ତ ପାଇଁ…

ଝାରସୁଗୁଡ଼ାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଲା

ଝାରସୁଗୁଡା ଅଫିସ,୨୬।୫: ଝାରସୁଗୁଡ଼ା ଜିଲାରେ ମଙ୍ଗଳବାର ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବେଲପାହାଡ଼ ଅଞ୍ଚଳର ହୋଇଥିବା ବେଳେ ଗତ ୨୧ ତାରିଖରେ ମୁମ୍ବାଇରୁ ଫେରିଥିଲେ। ତାଙ୍କ ନିକଟରେ ଥଣ୍ଡା, କାଶ ଭଳି ଲକ୍ଷଣ ଦେଖାଯିବାରୁ ତାଙ୍କୁ ସ୍ଥାନୀୟ…

ଡିଏଚ୍‌ଏଚ୍‌ ଆଇସୋଲେଶନ କେନ୍ଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା ଅଫିସ,୨୬।୫ : ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ଆଇସୋଲେଶନ କେନ୍ଦ୍ରରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ଅସୁସ୍ଥ ହୋଇପଡ଼ିବାରୁ ଗତ ୨୪ତାରିଖରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହୋଇ…

ଭୋଗ ଡାରେ ସିରିଜ୍‌ ବୋମାମାଡ଼: ଗୋଟିଏ ପରିବାରର ୩ ଗୁରୁତର

ଖୋର୍ଦ୍ଧା ଅଫିସ, ୨୬।୫: ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ଭୋଗ ଡାରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ବୋମାମାଡ଼ ଘଟିଛି । ଏଥିରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି । ଆହତମାନେ ହେଲେ ସୁକାନ୍ତ ଜୟସିଂ, ସ୍ତ୍ରୀ ଲାବଣ୍ୟ…

ଜିଲାପାଳଙ୍କ କ୍ଷମତା ବ୍ୟହାର କରି ମଲ୍ଲୀ ପଶି ବଜାରକୁ ୨୪ଘଣ୍ଟିଆ ସଟ୍‌ଡାଉନ କଲେ ସରପଞ୍ଚ

ପାଟଣା,୨୬।୫(ସ୍ବ.ପ୍ର.): କରୋନା ଭୁତାଣୁ ସଂକ୍ରମଣ ସକାଶେ ଦେଶରେ ଲକ୍‌ଡାଉନ ଜାରି ରହିଛି। ଇତିମଧ୍ୟରେ ପ୍ରବାସୀମାନେ ବିଭିନ୍ନ ପର୍ଯ୍ୟାୟରେ ନିଜ ନିଜ ରାଜ୍ୟକୁ ଫେରିବାରେ ଲାଗିଛନ୍ତି। ସୋମବାର ଗୁଜୁରାଟର ସୁରଟରୁ କିଛି ଲୋକଙ୍କୁ ନେଇ ଏକ ବସ୍‌ କୋଲକାତା ଅଭିମୁଖେ ଯାଉଥିଲା। ସେହି…

ବନ୍ତ ପୋଲିସର ମାଡ଼ ଘଟଣା: ଟୁଇଟ ପରେ କନଷ୍ଟେବଳ ନିଲମ୍ବିତ

ଭଦ୍ରକ ଅଫିସ,୨୬।୫: ବନ୍ତ ଥାନାଧିକାରୀଣୀଙ୍କ ଉପସ୍ଥିତିରେ ରାସ୍ତା ଉପରେ ଜଣେ ଲୋକଙ୍କୁ ଗୋଡାଇ ଗୋଡ଼ାଇ ପିଟିବା ଘଟଣା। ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ ଏହି ଘଟଣାରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ବନ୍ତ ଥାନାରେ ଏନେଇ ଏକ ମାମଲା ରୁଜୁ…

ପ୍ରବାସୀ ଓଡ଼ିଆଙ୍କ ଜାତୀୟ ରାଜପଥ ଅବରୋଧ, ଅଟକିଲା ଶହ ଶହ ଗାଡି

ଭଦ୍ରକ ଅଫିସ,୨୬ା୫ : ଭଦ୍ରକ ନିକଟ ମାଛ ମାର୍କେଟ ନିକଟ ଜାତୀୟ ରାଜପଥ ୧୬ରେ ମଙ୍ଗଳବାର ସକାଳେ ହଜାର ହଜାର ପ୍ରବାସୀ ଓଡ଼ିଆ ରାସ୍ତା ଅବରୋଧ କରିଥିଲେ। ଫଳରେ ଭୁବନେଶ୍ୱର-ବାଲେଶ୍ୱର ଦେଇ ଯାଉଥିବା ସମସ୍ତ ରାସ୍ତା ସମସ୍ତ ବନ୍ଦ ହୋଇଯାଇଥିଲା। ଏଥିସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?