ଆମ ଜିଲା ଖବର

ଲକଡାଉନ୍‌ ନିୟମ ମାନି ଯୋଡ଼ାରେ ପାଳନ ହେଲା ଇଦ୍‌

ଯୋଡା, ୨୫।୫ (ଡି.ଏନ.ଏ.)-ରମଜାନର ୩୦ ଦିନ ଉପବାସ ପରେ ରବିବାର ରାତିରେ ଚାନ୍ଦ ଦେଖାଯିବାରୁ ସୋମବାର ଇଦ୍‌ ପର୍ବ ପାଳନ କରାଯିବା ନେଇ ଘୋଷଣା କରାଯାଇଥିଲା। ମାତ୍ର କରୋନା ମହାମାରୀ କାରଣରୁ କେନ୍ଦୁଝର ଜିଲା ଯୋଡା ସହରରେ ଇଦ୍‌ ପର୍ବ ପାଳନ…

ଘରୁ ମଗାଇ ଖାଉଛନ୍ତି ପ୍ରବାସୀ

ବିଞ୍ଝାରପୁର,୨୫।୫(ଡି.ଏନ୍‌.ଏ.)-ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆଙ୍କୁ ସଙ୍ଗରୋଧ ଗୃହରେ ମେନୁ ହିସାବରେ ଖାଦ୍ୟ ଦିଆଯାଉନି। ପ୍ରାୟ ସବୁଦିନ ବାଇଗଣ ତରକାରୀ ମିଳୁଛି। ଏ ନେଇ ଯେତେ କହିଲେ ବି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ବିଞ୍ଝାରପୁର ବ୍ଲକ କପିଳା…

ଚକ ନିର୍ମାଣ ଶେଷ, ଚାଲିଛି ଦଣ୍ଡା କାମ

ପୁରୀ ଅଫିସ,୨୫ା୫: ଏଥର ଅନୁକୂଳର ୧୨ଦିନ ବିଳମ୍ବରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ତଥାପି ଠିକଣା ସମୟକୁ ମହାପ୍ରଭୁଙ୍କ ତିନିରଥ ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ ସେବକମାନେ ଲାଗିପଡ଼ିିଛନ୍ତି। ମହାରଣା ସେବକ, ଭୋଇ ଓ ରୂପକାର ସେବକ ରଥଖଳାରେ ଚଳଚଞ୍ଚଳ…

ଫିକା ପଡ଼ିଲା ଈଦ୍‌-ଉଲ୍‌-ଫିତର୍‌ : ଘରେ ଘରେ ପାଳିଲେ ଈଦ୍‌

ଭଦ୍ରକ ଅଫିସ, ୨୫ା୫- ଶାନ୍ତି, ମୈତ୍ରୀ ଓ ଦାନର ପର୍ବ ଈଦ ବା ଈଦ୍‌-ଉଲ୍‌-ଫିତର୍‌। ଏହି ପର୍ବ କରୋନା କଟକଣା କାରଣରୁ ଭଦ୍ରକ ସହରରେ ସୋମବାର ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। କରୋନା ପାଇଁ ପ୍ରଶାସନିକ ସ୍ତରରେ ଧାର୍ମିକ ଅନୁଷ୍ଠାନ…

ପଥରରେ ଜୀବନ୍ତ ରୂପ ନେଲେ ଦଶଭୁଜା

କଟକ ଅଫିସ,୨୫ା୫: ନିହାଣ ମୁନରେ ନିଜ ପ୍ରତିଭାର ଛାପ ଛାଡ଼ିଛନ୍ତି ଯୁବଶିଳ୍ପୀ ହିମାଂଶୁ ଶେଖର ପରିଡ଼ା (୩୩)। ଲକ୍‌ଡାଉନ୍‌ ସମୟର ସଦୁପଯୋଗ କରି ସେ ଏକ ଚମତ୍କାର ମୂର୍ତ୍ତି ନିର୍ମାଣ କରିଛନ୍ତି। ପଥରରେ ଦୁର୍ଗାଙ୍କ ଦଶଭୁଜା ମୂର୍ତ୍ତି ପ୍ରତିଫଳିତ ହୋଇଛି। ମହାନଦୀ…

ଭୁଶୁଡ଼ିଲା ସୁରକ୍ଷା ପାଚେରି

ପଦ୍ମପୁର, ୨୫ା୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତରେ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ନିର୍ମିତ ଓଭରହେଡ଼ ପାଣି ଟାଙ୍କିର ସୁରକ୍ଷା ପାଚେରି ଭୁଶୁଡ଼ି ପଡ଼ିଛି। କୋଟି କୋଟି ଟଙ୍କାର ବ୍ୟୟରେ ଶେଷ ହେବାକୁ ଥିବା ଏହି କାର୍ଯ୍ୟର…

ଶାଳ ଚାଲୁନି, ପେଟ ପୂରୁନି

ଭୁବନ, ୨୫ା୫(ଡି.ଏନ.ଏ.)- ଆଉ ଶାଳରେ ଶୁଭୁନି କଂସା ବାସନ ତିଆରିର ଶବ୍ଦ। ନା ପହଞ୍ଚି ପାରୁଛି କଞ୍ଚାମାଲ ନା ବିକ୍ରି ହୋଇ ପାରୁଛି ପୂର୍ବ ତିଆରି ସାମଗ୍ରୀ। କୌଳିକ ବୃତ୍ତିକୁ ଆପଣାଇ ଦୁଇ ପଇସା ରୋଜଗାର କରୁଥିବା କାରିଗରଙ୍କ ଦୁର୍ଦ୍ଦିନ ସରିବାର…

ଶିମିଳିପାଳରୁ ଶିକାରୀ ଗିରଫ

ଖୁଣ୍ଟା,୨୫ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ଡୁକୁରା ୱାଇଲ୍ଡ ଲାଇଫ୍‌ ରେଞ୍ଜ ଅଞ୍ଚଳରୁ ସୋମବାର ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଶିକାରୀ ଜଣକ ହେଲେ ନୂଆଗାଁ ଗ୍ରାମର ଚନ୍ଦ୍ର ମୋହନ ହେମ୍ବ୍ରମ। ଭୋର ସମୟରେ ବିଭିନ୍ନ ଶିକାର…

ତାମିଲନାଡ଼ୁରୁ ୨ଟି ଟ୍ରେନ୍‌ରେ ଫେରିବେ ପ୍ରବାସୀ

ବାରିପଦା ଅଫିସ,୨୫ା୫- ଲକ୍‌ଡାଉନ ଯୋଗୁ ତାମିଲନାଡୁରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ମଙ୍ଗଳବାର ୨ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ବାରିପଦାକୁ ଫେରିବେ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଟ୍ରେନ୍‌ ୨ଟି ବାରିପଦାର ଭଞ୍ଜପୁର ଷ୍ଟେଶନଠାରେ ଅଟକିବ।…

ପଶ୍ଚିମ ଓଡିଶା ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର ଦାବିରେ ୬୦କିମି ପଦଯାତ୍ରା

ବଲାଙ୍ଗୀର ଅଫିସ, ୨୫ା୫-କରୋନା ଲକ୍‌ଡାଉନ୍‌ ଯୋଗଁୁ ବାହାର ରାଜ୍ୟରେ ଫସି ରହିଥିବା ପଶ୍ଚିମ ଓଡିଶାର ଲକ୍ଷାଧିକ ଦାଦନ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର ଏବଂ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କୁ ଉଚିତ୍‌ ଖାଦ୍ୟ ଯୋଗାଇବାକୁ ଦାବି ହୋଇଛି। ଏହି ଦାବି ନେଇ କୋଶଳ ରାଜ୍ୟ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ଜଣେ ଅଟକ

ଦାରିଙ୍ଗବାଡ଼ି,୨୫।୫(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରବିବାର ରାତିରେ ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଛନ୍ତି। ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ଅନ୍ତେବାସୀଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଉକ୍ତ ସେଣ୍ଟରରେ ଥିବା ଅନ୍ୟ…

ଗଞ୍ଜାମରେ ୨୪୮ କରୋନା ଆକ୍ରାନ୍ତ ସୁସ୍ଥ

ଛତ୍ରପୁର,୨୫ା୫(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସୋମବାର ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ା ଏମାନେ ଘରେ କ୍ୱାରାଣ୍ଟାଇନ୍‌ରେ ରହିବେ। ସ୍ବାସ୍ଥ୍ୟ ଟିମ୍‌ ନିୟମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?