ସିଏଏକୁ ନେଇ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯାଉ

ପୁରୀ ଅଫିସ,୪ା୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଜୋରସୋରରେ ଆନ୍ଦୋଳନ ଚାଲିଛି। ପୁଣି କେତେକ ଜାଗାରେ ସମର୍ଥନ ଶୋଭାଯାତ୍ରା ମଧ୍ୟ ବାହାରୁଛି। ସିଏଏକୁ ନେଇ ଦିନକୁ ଦିନ ପରିସ୍ଥିତି ସଙ୍ଗିନ ହେଉଥିବାବେଳେ ଶୁକ୍ରବାର ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସେ କହିଛନ୍ତି ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରାଯାଉ। ଅନ୍ୟପକ୍ଷେ ସିଏଏ ପାସ୍‌ ହେବା ପୂର୍ବରୁ ସମୀକ୍ଷା କରିଥିଲେ, ଏଭଳି ହିଂସାକାଣ୍ଡ ହୋଇ ନ ଥାନ୍ତା। ସିଏଏ ପ୍ରସଙ୍ଗରେ ଶୁକ୍ରବାର ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି, ନାଗରିକତ୍ୱ ସଂଶୋଧନ ଆଇନ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହା କେବଳ ଭାରତର ନୁହେଁ ବିଶ୍ୱର ସମସ୍ୟା। ମିଳିତ ଜାତିସଂଘ ଏ କ୍ଷେତ୍ରରେ ସମ୍ବେଦନଶୀଳ ହୋଇ ଉଚିତ ପଦକ୍ଷେପ ନେବା ଦରକାର। ବିଶ୍ୱରେ ମୋଟ ୨୦୪ଟି ଦେଶ ରହିଛି । ଏଥିମଧ୍ୟରୁ ପ୍ରାୟ ୫୦ଟି ମୁସ୍‌ଲିମ ରାଷ୍ଟ୍ର ଥିବାବେଳେ ଅନେକ ଖ୍ରୀଷ୍ଟିୟାନ ଦେଶ ରହିଛି। କିନ୍ତୁ ଅନେକ ଦେଶରେ ହିନ୍ଦୁମାନେ ବସବାସ କରୁଥିଲେ ବି ସ୍ବତନ୍ତ୍ର ହିନ୍ଦୁରାଷ୍ଟ୍ର ନାହିଁ। ପ୍ରାଥମିକ ପର୍ଯ୍ୟାୟରେ ଜାତିସଂଘ ଭାରତ, ନେପାଳ ଏବଂ ଭୁଟାନକୁ ହିନ୍ଦୁରାଷ୍ଟ୍ର ଘୋଷଣା କରୁ। ବାହାର ଦେଶରେ ଥିବା ହିନ୍ଦୁମାନେ ପରିସ୍ଥିତିରେ ପଡି ହେଉ କିମ୍ବା ଉତ୍ପୀଡ଼ନର ଶିକାର ହେଉଥିବା ଅନୁଭବ କରି ଯଦି କୌଣସି ଦେଶ ଛାଡିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଏହି ୩ ରାଷ୍ଟ୍ରରେ ଥଇଥାନ କରାଯାଉ। ମାନବାଧିକାର ଅନ୍ତର୍ଗତ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉ। ଏଥିସହିତ ଜାତିସଂଘରେ ଏ ନେଇ ସ୍ବତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା କରାଯିବା ସପକ୍ଷରେ ମତ ରଖିଛନ୍ତି ଶଙ୍କରାଚାର୍ଯ୍ୟ। ବିଭିନ୍ନ ଦେଶରେ ଧର୍ମୀୟ ସଂଖ୍ୟାଲଘୁଙ୍କୁ ଥଇଥାନ ପାଇଁ ଏହି ନ୍ୟାୟାଳୟ କାମ କରୁ । ଏପରି ହେଲେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିବ ନାହିଁ । ଭାରତ ଅତିଥି ଦେବୋ ଭବ ନୀତିକୁ ଆପଣାଇଛି। ଯେଉଁମାନେ ଭାରତର ଶରଣ ପଶିଛନ୍ତି ତାକୁ ଏ ଦେଶ ଅତିଥି ଭାବେ ସ୍ବୀକାର କରିଛି ।
କିନ୍ତୁ ଏହି ଦୟା କାଲି ଆମ ପାଇଁ ଘାତକ ନ ହେଉ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ଏକ ଉଦାହରଣ ଦେଇ ଜଗଦ୍‌ଗୁରୁ କହିଥିଲେ, ବୃନ୍ଦାବନର ଏକ ଜାଗାରେ ମାଛ ମରି ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କୁ ତା’ର କାରଣ ପଚାରିଥିଲେ । ୨ ବର୍ଷ ହେବ ବର୍ଷା ହୋଇ ନ ଥିଲା। ଅଚାନକ ମୂଷଳ ଧାରାରେ ବର୍ଷା ହେବାରୁ ଆବର୍ଜନା ପାଣିରେ ରହୁଥିବା ମାଛ ସ୍ବଚ୍ଛପାଣିରେ ନିଜକୁ ଖାପଖୁଆଇ ନ ପାରି ମରିଗଲେ। ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଆବର୍ଜନା ପାଣିରେ ବଢୁଥିବା ମାଛଙ୍କୁ ସ୍ବଚ୍ଛ ପାଣି ଅଡୁଆ। ଅର୍ଥାତ୍‌ ଲୁଣିପାଣିରେ ରହୁଥିବା ମାଛଙ୍କୁ ମଧୁର ପାଣି ଏବଂ ମିଠାପାଣିରେ ରହୁଥିବା ମାଛଙ୍କୁ ଲୁଣିପାଣିରେ ରଖିଲେ ସେମାନେ ନିଜକୁ ଖାପ ନ ଖୁଆଇ ମରିଯିବେ। ସେହିଭଳି ଶାସନ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଦେଶର ହିତ ପାଇଁ କୌଣସି ପଦକ୍ଷେପ ନେବା ପୂର୍ବରୁ ପ୍ରଥମେ ଚିନ୍ତା କରିବା ଦରକାର। ସହିଷ୍ଣୁତା ସୃଷ୍ଟି ଲାଗି ବିଚାରବିମର୍ଶ କରିବା ଉଚିତ। ନିୟମ ପାରିତ ହେବା ପରେ ଯେଉଁ ପଦକ୍ଷେପ ନିଆଗଲା ତା’ ପୂର୍ବରୁ ଯଦି ଏହାର ସମୀକ୍ଷା କରାଯାଇଥାନ୍ତା ତେବେ ହିଂସାକାଣ୍ଡ ଘଟି ନ ଥାନ୍ତା ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri