କ୍ୱାରାଣ୍ଟାଇନ୍ ସେଣ୍ଟରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ଜଣେ ଅଟକ
ଦାରିଙ୍ଗବାଡ଼ି,୨୫।୫(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଏକ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରବିବାର ରାତିରେ ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଛନ୍ତି। ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ଅନ୍ତେବାସୀଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଉକ୍ତ ସେଣ୍ଟରରେ ଥିବା ଅନ୍ୟ…
ଗଞ୍ଜାମରେ ୨୪୮ କରୋନା ଆକ୍ରାନ୍ତ ସୁସ୍ଥ
ଛତ୍ରପୁର,୨୫ା୫(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସୋମବାର ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ା ଏମାନେ ଘରେ କ୍ୱାରାଣ୍ଟାଇନ୍ରେ ରହିବେ। ସ୍ବାସ୍ଥ୍ୟ ଟିମ୍ ନିୟମିତ…
ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ଆତ୍ମହତ୍ୟା
ଫୁଲବାଣୀ ଅଫିସ,୨୫ା୫-ମାଓବାଦୀ ସଙ୍ଗଠନରେ ଯୋଗଦେଇ ପରେ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ଜଣେ ମହିଳା କ୍ୟାଡର ମାଓବାଦୀ ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସିଜୁ କହଁର। ୨୦୧୯ ମାର୍ଚ୍ଚ ୨୯ ତାରିଖରେ ଆତ୍ମସମର୍ପଣ କରିଥିବା ସିଜୁ ପୋଲିସ ବାରାକ୍…
ପୋଲିସ ଭ୍ୟାନ୍ରେ ପ୍ରବାସୀ ମହିଳାଙ୍କ ପ୍ରସବ ଘଟଣା: ପଦାରେ ପଡ଼ିଲା ଜିଆର୍ପିର ଅପାରଗତା
ଝାରସୁଗୁଡା ଅଫିସ,୨୫ା୫- ଝାରସୁଗୁଡା ଜିଲା ପୋଲିସର ଏକ ପିସିଆର ଭ୍ୟାନରେ ରବିବାର ଜଣେ ପ୍ରବାସୀ ମହିଳା ଏକ ଶିଶୁକନ୍ୟା ପ୍ରସବ କରିବା ଘଟଣାରେ ଜିଆର୍ପିର ଅପାରଗତା ପଦାରେ ପଡ଼ିଛି। ଜିଆର୍ପି ପକ୍ଷରୁ କେବଳ ଏକ ଆମ୍ବୁଲାନ୍ସ ଡକାଇ ଥାନା ଅଧିକାରୀ ଚୁପ୍ହୋଇ…
୧୨ପରିବାରଙ୍କ ଘର ଉଜାଡ଼ିଲା ଅଦିନିଆ ଝଡ଼ବର୍ଷା
ଦଶମନ୍ତପୁର,୨୫ା୫ (ଡି.ଏନ୍.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚ଼ଣାବାଡ଼ ପଞ୍ଚାୟତର ଏସ୍.ଡଣ୍ଡାବାଡ଼ ଗ୍ରାମରେ ରବିବାର ଅପରାହ୍ନରେ ଅଦିନିଆ ଝଡ଼ବର୍ଷା ହୋଇଛି। ଫଳରେ ଗ୍ରାମର ୧୨ ଜଣଙ୍କ ଘର ଭାଙ୍ଗଛି। ସେମାନଙ୍କ ମଧ୍ୟରୁ ଶୋଭା ସାଉନ୍ତାଙ୍କ ୬ଟି ଆଜବେଷ୍ଟ ଭାଙ୍ଗିରୁଜିଯିବା ସହ ୩୦…
ପଡ଼ିଆ ଆଶାକର୍ମୀଙ୍କୁ ନେଇ ଚିନ୍ତାରେ ଗ୍ରାମବାସୀ
ପଡ଼ିଆ,୨୫ା୫(ଡି.ଏନ୍.ଏ.)-ମାଲକାନଗିରି ଜିଲାରେ କରୋନା ଦିନକୁ ଦିନ କାୟା ବିସ୍ତାର କରୁଛି। ଫଳରେ ଲୋକଙ୍କ ମନରେ ଭୟ ପ୍ରକାଶ ପାଇଛି। ବ୍ଲକ ପ୍ରଶାସନର ନିଦ ହଜାଇଦେଇଛି କରୋନା। ପଡ଼ିଆ ବ୍ଲକର ବାପନପାଲି ପଞ୍ଚାୟତ ମୋଟାଗୁଡ଼ା ଗ୍ରାମର ଆଶାକର୍ମୀଙ୍କ ପଜିଟିଭ ବାହାରିଥିବାରୁ ବ୍ଲକବାସୀ ଚିନ୍ତାରେ…
ଧାନବସ୍ତା ଟେକିଲେ ମନ୍ତ୍ରୀ
ଜୁନାଗଡ,୨୫।୫(ଡି.ଏନ୍.ଏ.)-ଜୁନାଗଡ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସୋମବାର କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଛୋରିଆଗଡ ମଣ୍ଡି ପରିଦର୍ଶନ କରିଥିଲେ। ସେଠାରେ ସେ ଚାଷୀଙ୍କ ସମସ୍ୟା ବୁଝିବା ସହ ଧାନ ବସ୍ତା ଟେକି ଓଜନ କରୁଥିବା ଦେଖିବାକୁ ମିଳିଥିଲା। ଯାହାକୁ…
କୋଭିଡ ହସ୍ପିଟାଲରେ ପ୍ରବାସୀ ଓଡିଆଙ୍କ ମୃତ୍ୟୁ
ଜୁନାଗଡ,୨୫।୫(ଡି.ଏନ୍.ଏ)-କଳାହାଣ୍ଡି ଜିଲା ଭବାନୀପାଟଣା କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଜଣେ ୩୫ବର୍ଷୀୟ ପ୍ରବାସୀ ଓଡିଆ ଯୁବକଙ୍କ ସୋମବାର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ତାମିଲନାଡୁରୁ ଫେରିଥିଲେ। ଗତ ୨୧ ତାରିଖ ସେ ଜୁନାଗଡ ବ୍ଲକ ହାବସପୁର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହିଥିଲେ।…
ଜଙ୍ଗଲରେ ଥିବା ୧୩ ପ୍ରବାସୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ
ଲୋଇସିଂହା, ୨୫।୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହାା ବ୍ଲକ ମାଗୁରବେଡା ଗାଁର ୩ପରିବାରର ୧୩ପ୍ରବାସୀ ଶ୍ରମିକ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିବାର ବ୍ୟବସ୍ଥା ନ ହେବାରୁ ନିକଟସ୍ଥ ଜଙ୍ଗଲରେ ରହୁଛନ୍ତି। ସେମବାର ଏ ସମ୍ପର୍କରେ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା ା ଏହା…
ପ୍ରବାସୀ ଶ୍ରମିକଙ୍କୁ ସରପଞ୍ଚଙ୍କ ଗାଲିଗୁଲଜ ଭିଡିଓ ଭାଇରାଲ
ଦେଓଗାଁ, ୨୫ା୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦୁପୁର ପଞ୍ଚାୟତର ସରପଞ୍ଚ ବାଳକ ପଧାନ ପ୍ରବାସୀ ଶ୍ରମିକଙ୍କୁ ଫୋନରେ ଗାଲିଗୁଲଜ କରିବା ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ସରପଞ୍ଚ ଅଡୁଆରେ ପଡିଛନ୍ତି ା ସୋମବାର ମୂଳନିବାସୀ ଏକତା ମିଶନ ସଭାପତି ପ୍ରଭାତ…
କାଲିଠାରୁ କଟକ- ଭୁବନେଶ୍ୱରରେ ଗଡିବ ମୋ ବସ୍
ଭୁବନେଶ୍ୱର,୨୫।୫(ବ୍ୟୁରୋ)-ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ। ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଅଣ ଶୀତତାପ ନିୟନ୍ତ୍ରିତ ବସ ଚଳାଚଳ କରିବ। ସକାଳ ୭ଟାରୁ ସା ୭ଟା ଯାଏ ବସ ଚଳାଚଳ କରିବ ବୋଲି ନିଷ୍ପତି ନିଆଯାଇଛି। ଏୟାରପୋର୍ଟ-ସିଡିଏ,…
ଭୁଜାଲି ଦେଖାଇ ଏସ୍ବିଆଇ ଗ୍ରାହକ ସେବା ମାଲିକଙ୍କଠାରୁ ୩ ଲକ୍ଷ ଲୁଟ୍
କାମାକ୍ଷାନଗର,୨୫।୫(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଟାଙ୍ଗରପଡା ନିକଟରୁ ସୋମବାର ବାଲିଗୋରଡ ଗ୍ରାମର ଏସ୍ବିଆଇ ଗ୍ରାହକ ସେବା ମାଲିକ ମନୋଜ କୁମାର ମହାନ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ୨ ଦୁର୍ବୃତ୍ତ ପ୍ରାୟ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ମନୋଜ କାମାକ୍ଷାନଗର…

