ଆମ ଜିଲା ଖବର

ତୁଟୁନି ରାଘପୁର ଗ୍ରାମ ସମସ୍ୟା : ଜିଲାପାଳଙ୍କୁ ଭେଟି ଅଭିଯୋଗ କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା ଅଫିସ୍‌, ୭।୧: ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତ ରାଘପୁର ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗତ ଡିସେମ୍ବର ୧୯ ତାରିଖରେ ଅନଶନ କରିଥିଲେ। ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହାର...

ପିପିଏଲ ଜଳାଶୟରେ ୨୭ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ

ପାରାଦୀପ,୭ା୧(ସ୍ବ.ପ୍ର.): ପାରାଦୀପ ଫସ୍‌ପେଟ୍‌ସ ଲିମିଡେଟ୍‌(ପିପିଏଲ୍‌) ପରିସରରେ ଥିବା ୧୬ଟି ବୃହତ ଜଳାଶୟରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ସୋମବାର ରାଜନଗର ବନଖଣ୍ଡ ପକ୍ଷରୁ ମିଳିଥିବା ପକ୍ଷୀଗଣନା ରିପୋର୍ଟ ଅନୁସାରେ ୨୭ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ଏସବୁ...

ନିର୍ମାଣ ହେଉନି ସ୍ଥାୟୀ ପରିବା ହାଟ

କୁଜଙ୍ଗ,୭ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାର ସର୍ବ ପୁରାତନ ସାପ୍ତାହିକ ହାଟ ହେଉଛି କୁଜଙ୍ଗ ହାଟ। ଏହାର ପରିଚାଳନା ଦାୟିତ୍ୱ ରାହାମା ନିୟନ୍ତ୍ରିତ ବଜାର କମିଟି ହାତରେ ରହିଛି। ମାତ୍ର ଦୀର୍ଘଦିନ ହେବ ଏଠାରେ ସ୍ଥାୟୀ ପରିବା ହାଟନାହିଁ। ଫଳରେ ବଳଦେବଜୀଉ ମେଳଣ...

ଜଗତ୍‌ସିଂହପୁର ଜିଲା ପ୍ରାଥମିକ ବିଦ୍ୟାଳୟ କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି

ଜଗତ୍‌ସିଂହପୁର ଅଫିସ, ୭ା୧: କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟାଳୟସ୍ତରରେ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହି ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଇଁ କ୍ରୀଡ଼ା ଅନୁଦାନ ଯୋଗାଯାଇଛି। ଏହି ଅନୁଦାନରେ ବିଦ୍ୟାଳୟଗୁଡିକ ବିଭିନ୍ନ ପ୍ରକାର କ୍ରୀଡା...

ଓଏଏସ୍‌ ପରୀକ୍ଷା ଫଳ ପ୍ରକାଶିତ :ଦେବାଶିଷ ପଣ୍ଡା ଟପ୍ପର

କଟକ ଅଫିସ, ୭ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ଚୂଡ଼ାନ୍ତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ୍‌ ୨୧୮ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଗତ ଡିସେମ୍ବର ୧୭ରୁ ୨୮ ତାରିଖ ପର୍ଯ୍ୟନ୍ତ...

ମହାନଦୀରେ ପ୍ରଶିକ୍ଷଣ ନେବେ ଏନଡିଆର୍‌ଏଫ୍‌ କର୍ମଚାରୀ :ଏମଓୟୁ ସ୍ବାକ୍ଷରିତ

କଟକ ଅଫିସ,୭ା୧- ନ୍ୟାଶନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ(ଏନ୍‌ଡିଆର୍‌ଏଫ)ର କର୍ମଚାରୀ ଆସି କଟକରେ ପ୍ରଶିକ୍ଷଣ ନେବେ। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ରାଜ୍ୟର ଏନଡିଆର୍‌ଏଫ୍‌ କର୍ମଚାରୀମାନେ ମହାନଦୀରେ ପ୍ରଶିକ୍ଷଣ ହାସଲ କରିବେ। ମହାନଦୀର ବିପଦପୂର୍ଣ୍ଣ ସ୍ଥାନ ସମେତ ଧବଳେଶ୍ୱର ସେତୁ ନିକଟରେ...

ଚିଙ୍ଗୁଡି ଘେରି ଉଚ୍ଛେଦ ମାମଲା: ପକ୍ଷଭୁକ୍ତ ହେଲା ମତ୍ସ୍ୟଜୀବୀ ସମବାୟ ସମିତି

କଟକ ଅଫିସ, ୭ା୧- ଚିଙ୍ଗୁଡ଼ି ଘେରି ଉଚ୍ଛେଦ ମାମଲାରେ ସ୍ଥିତି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ଜିଲାପାଳମାନଙ୍କୁ ଆଦେଶ ହୋଇଛି। ଆସନ୍ତା ୨୭ ତାରିଖ ମଧ୍ୟରେ ଏହି ରିପୋର୍ଟ ଦାଖଲ କରିବା ପାଇଁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ...

ଭିତ୍ତିଭୂମି ଅଛି, ମିଳୁନି ପ୍ରୋତ୍ସାହନ: ଆଦିବାସୀ ହଳଦୀ ଚାଷୀ ଅବହେଳିତ

କେନ୍ଦୁଝର ୭|୧ – ବହୁ ବର୍ଷ ହେଲା ହଳଦୀ ଚାଷ କରି ଆସୁଛୁ। ଅଳ୍ପ ଜମିରେ ଏହି ଚାଷ କରୁଛୁ। ଏଥିପାଇଁ କିଏ ଆମକୁ ସହାୟତା ଦେଇ ନାହିଁ କିମ୍ବା ପ୍ରୋତ୍ସାହନ ଦେଉନାହାନ୍ତି। ଆଉ ଟିକେ ସୁବିଧା ମିଳିଲେ ଏବଂ...

ବର୍ଷା ପରେ ବଢ଼ିଲା ଦୁର୍ଦ୍ଦଶା

ବନ୍ତ,୭।୧(ସ୍ବ.ପ୍ର.)-ଚଳିତବର୍ଷ ପ୍ରଥମେ ଫନୀ, ପରେ ବୁଲବୁଲ ଆଉ ଏବେ ଦାଉ ସାଧିଲା ବର୍ଷା। ଗତ ନଭେମ୍ବରରେ ବୁଲବୁଲ୍‌ ବାତ୍ୟାରେ ଧାନ ଫସଲ ନଷ୍ଟ ହୋଇଥିଲା। ଏ ପର୍ଯ୍ୟନ୍ତ ଚାଷୀମାନଙ୍କୁ କ୍ଷତିପୂରଣ ମିଳି ନ ଥିବାବେଳେ ଏବେ ଅଦିନିଆ ବର୍ଷା ମାଡ଼।...

ବଦଳିଲେ ଟାଉନ ଥାନା ଅଧିକାରୀ

ବାରିପଦା ଅଫିସ,୭ା୧- ଦୀର୍ଘ ଦିନର ଦାବି ପରେ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ବଦଳିଛନ୍ତି। ତାଙ୍କ ସ୍ଥାନରେ ବହଳଦା ଥାନା ଇନ୍ସପେକ୍ଟର ବୀରେନ୍ଦ୍ର ସେନାପତି ସୋମବାର ଟାଉନଥାନାର ନୂତନ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି।...

ଦନ୍ତା ଉତ୍ପାତ, ସନ୍ଧ୍ୟା ହେଲେ ରାସ୍ତା ଶୂନଶାନ

କୁଆମରା,୭ା୧(ଡ଼ି.ଏନ୍‌.ଏ.)- ବାଟବଣା ହୋଇ ଘୁରି ବୁଲୁଥିବା ଦନ୍ତା ଉତ୍ପାତ ଆରମ୍ଭ କରିଛି। ଗୋପବନ୍ଧୁ ନଗର ଓ ବଡସାହି ବ୍ଲକ ସୀମା କାହ୍ନୁପୁରା ଜଙ୍ଗଲରେ ୫ ଦିନ ହେବ ଦନ୍ତାଟି ରହୁଛି। ରାତି ହେଲେ ଆଖପାଖ ଗ୍ରାମରେ ଉତ୍ପାତ କରୁଛି। ଫଳରେ...

କପ୍ତିପଦା ତହସିଲ୍‌ ଆଗରେ ବିକ୍ଷୋଭ

କପ୍ତିପଦା,୭ା୧(ଡ଼ି.ଏନ୍‌.ଏ.)- ଅଲ୍‌ ଇଣ୍ଡିଆ କିଷାନ୍‌ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମ୍‌ଏସ୍‌) ପକ୍ଷରୁ କପ୍ତିପଦା ତହସିଲଦାରଙ୍କ ଅଫିସ୍‌ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା, ପୁରୁଷ, ଛୋଟଛୋଟ ପିଲାମାନେ ବିକ୍ଷୋଭରେ ସାମିଲ ହୋଇଥିଲେ। ବିକ୍ଷୋଭ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri