ଚିଙ୍ଗୁଡି ଘେରି ଉଚ୍ଛେଦ ମାମଲା: ପକ୍ଷଭୁକ୍ତ ହେଲା ମତ୍ସ୍ୟଜୀବୀ ସମବାୟ ସମିତି

କଟକ ଅଫିସ, ୭ା୧- ଚିଙ୍ଗୁଡ଼ି ଘେରି ଉଚ୍ଛେଦ ମାମଲାରେ ସ୍ଥିତି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ଜିଲାପାଳମାନଙ୍କୁ ଆଦେଶ ହୋଇଛି। ଆସନ୍ତା ୨୭ ତାରିଖ ମଧ୍ୟରେ ଏହି ରିପୋର୍ଟ ଦାଖଲ କରିବା ପାଇଁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ପକ୍ଷଭୁକ୍ତ ହେବା ନିମନ୍ତେ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା। ଉକ୍ତ ଆବେଦନକୁ ଖଣ୍ଡପୀଠ ଗ୍ରହଣ କରି ଘେରି ଉଚ୍ଛେଦ ହେଲେ ସେମାନଙ୍କ ଜୀବନ ଜୀବିକା କେତେ ମାତ୍ରାରେ ପ୍ରଭାବିତ ହେଉଛି ତା’ର ଆକଳନ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ଆଦେଶ ହୋଇଛି। ସୂଚନାଥାଉ କି, ଚିଲ୍ଲିକା ଓ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରିକୁ ନେଇ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାର ଶୁଣାଣି ଜାରି ରହିଥିବାବେଳେ ସୋମବାର ପରିବେଶ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଚିଙ୍ଗୁଡ଼ି ଘେରି ସମ୍ପର୍କରେ ଗତ ୨ ତାରିଖରେ ଏକ ବୈଠକ ଡକାଯାଇ ଘେରି ଉଚ୍ଛେଦ ଉପରେ ଆଲୋଚନା କରାଯାଇଥିବା ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ଗସ୍ତ ବେଳେ ଅଘଟଣ: କାରକେଡ ପଛରେ ଗାଡ଼ି ଧକ୍କା, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ, ୨୬।୧୦: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସେୱରେ କଂଗ୍ରେସ ନେତା ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାରକେଡ ପଛରେ ଯାଉଥିବା ଗାଡ଼ିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ…

ମାଡ଼ି ଆସୁଛି ବାତ୍ୟା: ଗୋପାଳପୁରରୁ ୫୮୦କି.ମି ଦୂରରେ ଅର୍ଣ୍ଣବ

ଭୁବନେଶ୍ୱର,୨୬।୧୦: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଅର୍ଣ୍ଣବ’। ଆଜି ମଧ୍ୟରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେବ। ଆସନ୍ତାକାଲି ବାତ୍ୟା ଅତି ଭୀଷଣ ରୂପ ନେବାର ସମ୍ଭାବନା…

ଓଜନ କମାଇବ ଫ୍ରୁଟ୍‌ ଜୁସ୍‌

ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। କାରଣ ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ଭରି ରହିଛି। ଏହା ଶରୀରକୁ…

ଡ୍ରିପ୍ରେସନ୍‌ରୁ ହୋଇପାରେ ହାର୍ଟ ଆଟାକ୍‌

ଡିପ୍ରେସନ ବା ଅବସାଦ ଏଭଳି ଏକ ସମସ୍ୟା ଯାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଅତ୍ୟଧିକ କାମ ଚାପ, ପାରିପାର୍ଶ୍ୱିକ ପରିସ୍ଥତି ଆଦି ଏଥିପାଇଁ କେତେକାଂଶରେ…

ବିଦ୍ୟୁତ୍‌ ଠିକା କର୍ମଚାରୀଙ୍କୁ ଛଟେଇ ନେଇ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ଦଣ୍ଡ ପ୍ରଣାମ ମାରିମାରି…

ଖୋର୍ଦ୍ଧା,୨୬ା୧୦(ପ୍ରଭାତ ପାଣିଗ୍ରାହୀ): ‘ଟାଟା ହଟାଅ, ଓଡ଼ିଶା ବଞ୍ଚାଅ’ ନାରାରେ ଖୋର୍ଦ୍ଧାରେ ତେଜିଛି ବିଦ୍ୟୁତ୍‌ ଠିକା କର୍ମଚାରୀଙ୍କ ଆନ୍ଦୋଳନ। ଖୋର୍ଦ୍ଧା ବିଦ୍ୟୁତ୍‌ ଡିଭିଜନ ଅଧୀନ ୧୮ଟି ସେକ୍ସନରେ କାର୍ଯ୍ୟରତ…

ବିବାଦ ଘେରରେ କଟକ ଜିଲାପାଳଙ୍କ ନିର୍ଦ୍ଦେଶନାମା: ତହସିଲଦାରଙ୍କୁ ରାଜସ୍ବ କ୍ଷମତା ହସ୍ତାନ୍ତରକୁ ନେଇ ଉଠିଲା ପ୍ରଶ୍ନ

କଟକ ସଦର,୨୬ା୧୦(ସୁଶାନ୍ତ କୁମାର ଜେନା): ୨୦୨୫ରେ କଟକ ଜିଲାପାଳ ଏକ ନିର୍ଦ୍ଦେଶନାମା ଜାରି କରି ସରକାରୀ ଜମିର ହସ୍ତାନ୍ତର କରିବାର କ୍ଷମତା ଜିଲାର ସମସ୍ତ ତହସିଲଦାରଙ୍କୁ ପ୍ରଦାନ…

ଡ୍ରାଇଭିଂ ଲାଇସେନ୍ସ କରାଉଥିଲେ ଜାଣନ୍ତୁ, ବଦଳିବ ନିୟମ; ଏଣିକି…

ନୂଆଦିଲ୍ଲୀ, ୨୬।୧୦: ଦେଶରେ ଡ୍ରାଇଭିଂ ଲାଇସେନ୍ସ (DL) ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (MoRTH)। ସେଣ୍ଟ୍ରାଲ ମୋଟର…

ରାସ୍ତାରେ ଦଙ୍ଗା, ଭଙ୍ଗାରୁଜା କଲେ ଅଭିଭାବକ ଗଣିବେ ଟଙ୍କା! ନୂଆ ଆଇନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୨୬।୧୦: ୟୁରୋପର ଅନେକ ଦେଶରେ ଏବେ ଯୁବପିଢ଼ି ଓ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ ରାସ୍ତାଘାଟରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଫ୍ରାନ୍ସରୁ ଆରମ୍ଭ ହୋଇଥିବା ବିରୋଧର ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?