ଆମ ଜିଲା ଖବର

ବସ୍‌ରେ ଲାଗିଲା ନିଆଁ

ବାଲେଶ୍ୱର ଅଫିସ,୧୧।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ୬ନଂ. ଜାତୀୟ ରାଜପଥ ପଦ୍ମପୁର ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶତାଧିକ ଯାତ୍ରୀ ନେଇ ଯାଉଥିବାବେଳେ ଶନିବାର ସନ୍ଧ୍ୟାରେ ହଠାତ୍‌ ନିଆଁ ଲାଗିଯାଇଥିଲା। ବାଲେଶ୍ୱର ବସ୍‌ଷ୍ଟାଣ୍ଡରୁ ବସ୍‌ ବାହାରି ବାରିପଦା ଅଭିମୁଖେ...

ତିହିଡ଼ିରେ କୋର୍ଟ ପ୍ରତିଷ୍ଠାରେ ବିଳମ୍ବ

ତିହିଡ଼ି,୧୧ା୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ିରେ ସିଭିଲ ଜଜ୍‌ ଜୁନିୟର ଡିଭିଜନ ଓ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ନେଇ ପ୍ରଶାସନ ପକ୍ଷରୁ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶନିବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ...

ଜଳିଗଲା ୯ ବଖରା: ଖୋଲା ଆକାଶ ତଳେ ବିପନ୍ନ ପରିବାର

ସିଂହପୁର,୧୧।୧(ଡି.ଏନ୍‌.ଏ.) : ଯାଜପୁର ଜିଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ଜରି ଓ ବାଙ୍ଗରାରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ବଖରା ଜଳି ପାଉଁଶ ହୋଇଯାଇଛି। ବାଙ୍ଗରା ପଞ୍ଚାୟତ ବିଲସାହିରେ ଶନିବାର ସକାଳେ ଅଗ୍ନିକାଣ୍ଡରେ ସଖୀ ଜେନା, ଶିଶିର ଜେନା, ଅରୁଣ...

ବେଆଇନ ନିଯୁକ୍ତି ଘଟଣା: ଲ୍ୟାମ୍ପ୍ସ ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୧୧।୧(ସ୍ବ.ପ୍ର.) : ଓଡ଼ିଶା ସମବାୟ ସମିତିର ନୀତିନିୟମକୁ ବେଖାତିର କରି ବେଆଇନ ଭାବେ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଜଣଙ୍କୁ ନିଯୁକ୍ତି ଦେବା ଓ ଏନେଇ ବାରମ୍ବାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲେ ହେଁ ଆଦେଶକୁ ଅବମାନନା କରିବା ଅଭିଯୋଗରେ ପଳାଶପଙ୍ଗା...

ସର୍ପାଘାତରେ ଯୁବକଙ୍କ ଜୀବନ ଗଲା

ଆନନ୍ଦପୁର,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ଛତ୍ରକଣା ଗ୍ରାମର ଜଣେ ଯୁବକଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ସେ ହେଲେ ମୁନା ନାୟକ। ମୁନା ସାଇକେଲରେ ଯାଉଥିବା ସମୟରେ ଖଡିପାଳ ପୋଲ ନିକଟରେ କୌଣସି କାରଣରୁ ଓହ୍ଲାଇ ଥିଲେ। ସେହି...

୧୫ ଗ୍ରାମ୍‌ ବ୍ରାଉନ ସୁଗାର ଜବତ: ଜଣେ ଗିରଫ

ସିମୁଳିଆ,୧୧।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରୁ ୧୫ ଗ୍ରାମ ୭୦୦ ମିଲିଗ୍ରାମ ବ୍ରାଉନ ସୁଗାରକୁ ପୋଲିସ ଜବତ କରିଛି। ଉକ୍ତ ଅଞ୍ଚଳର ଉପେନ୍ଦ୍ର ସୂତାର ଓରଫ ପେଟୁ (୫୦) ନାମକ ଜଣେ ପରିବା ଦୋକାନୀଙ୍କ ନିକଟରୁ ଏହି...

ଦୈନିକ ସଡ଼କ ସୁରକ୍ଷା ନିୟମ ମନେ ରଖିବାକୁ ପଡ଼ିବ: ଜିଲାପାଳ

ଛତ୍ରପୁର,୧୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶନିବାର ଶୁଭାରମ୍ଭ ହୋଇଛି। ଏହା ୧୭ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଛତ୍ରପୁରସ୍ଥିତ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ପ୍ରତ୍ୟେକ ଦିନ...

ଆତ୍ମହତ୍ୟା ପୂର୍ବରୁ ଭିଡିଓ ଶୁଟିଂ କଲେ ଯୁବକ, ପ୍ରେମିକାଙ୍କ ପ୍ରତାରଣା ସହି ନ ପାରି ଏଭଳି କରିଥିବା କହିଲେ

କଟକ ଅଫିସ,୧୧।୧: ପ୍ରେମିକାଙ୍କ ପ୍ରତାରଣାକୁ ନେଇ ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ଏପରିକି ଆତ୍ମହତ୍ୟା କରିବା ପୂର୍ବରୁ ସେ କାରଣ ଦର୍ଶାଇ ଏକ ଭିଡିଓ ଶୁଟିଂ କରିଛନ୍ତି। ତାଳଦଣ୍ଡା କେନାଲ ମାତୃଭବନ ନିକଟ ରେଳଧାରଣାରୁ ଜିଆର୍‌ପି ପୋଲିସ ସମ୍ପୃକ୍ତ...

ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲଙ୍କ ଜାମିନ ଆବେଦନ

ବଲାଙ୍ଗୀର ଅଫିସ, ୧୧।୧- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ପରଲୋକ ଘଟିଛି। ସେ କିଛିଦିନ ହେଲା ଅସୁସ୍ଥ ଥିଲେ।...

ଗୁରୁତର ଅବସ୍ଥାରେ ଅଜଣା ଯୁବକଙ୍କୁ ଉଦ୍ଧାରକଲା ଅଗ୍ନିଶମ ବିଭାଗ

ଆନନ୍ଦପୁର,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ୫୩ ନଂ. ରାଜ୍ୟ ରାଜପଥ ବଞ୍ଚୋ ଛକ ନିକଟରେ ଶନିବାର ଜଣେ ଅଜଣା ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ...

ବାଲିଗୁଡ଼ାରେ ପର୍ଯ୍ୟଟନ ମନ୍ତ୍ରୀ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

ବାଲିଗୁଡ଼ା,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶନିବାର ଅପରାହ୍ନରେ ସ୍ଥାନୀୟ ବନବାସୀ ସେବା ସମିତିରେ ପହଞ୍ଚି ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅନୁଷ୍ଠାନ ଦ୍ୱାରା ପରିଚାଳିତ ବିଭିନ୍ନ ବିଭାଗର ସୁବିଧା...

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ

ଭଦ୍ରକ ଅଫିସ,୧୧।୧: ଭଦ୍ରକ ବସ୍‌ ସିଣ୍ଡିକେଟ ପକ୍ଷରୁ ୩୧ତମ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟକ ଭାବେ ଜିଲାପାଳ ଜ୍ଞାନରଞ୍ଜନ ଦାସ, ଏସ୍‌ପି ରାଜେଶ ପଣ୍ଡିତ, ଆର୍‌ଟିଓ ବିରଞ୍ଚି ନାରାୟଣ ଅଧିକାରୀ, ଶ୍ରୀନିବାସ ପତି ପ୍ରମୁଖ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri