ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ
ବିଜେପୁର,୧୯।୪(ଡି.ଏନ.ଏ.)-ବରଗଡ ଜିଲା ବିଜେପୁର ବ୍ଲକ ଚାରପାଲି ପଞ୍ଚାୟତରେ ଲକ୍ ଡାଉନ ବେଳେ ନିରାଶ୍ରିତଙ୍କୁ ରନ୍ଧା ଖାଦ୍ୟ ନ ମିଳିବା ଘଟଣାର ରବିବାର ପ୍ରଶାସନିକ ତଦନ୍ତ ହୋଇଛି । ବିଡିଓ ପଦ୍ମନାଭ ସାମନ୍ତରାୟ ଚାରପାଲିକୁ ଯାଇ ଏହାର ତଦନ୍ତ କରିଥିଲେ। ସ୍ଥାନୀୟ ପଞ୍ଚାୟତ…
ଅସହାୟଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ
ଯୋଡ଼ା, ୧୯।୪ (ଡି.ଏନ.ଏ.)-କରୋନା ମହାମାରୀର ମୁକାବିଲା ପାଇଁ ସରକାର ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ନିୟମାନୁଯାୟୀ ଲୋକେ ନିଜ ଜୀବିକାରୁ ବଞ୍ଚିତ ରହି ଘରେ ରହୁଛନ୍ତି। ଏହି କାରଣରୁ ସରକାରଙ୍କ ପକ୍ଷରୁ ଗରିବ , ଅସହାୟ ଓ ନିରାଶ୍ରୟ…
କରୋନା ମୁକାବିଲା ସ୍ଥିତି ପରଖିଲେ ଜିଲାପାଳ
ବରଗଡ଼ ଅଫିସ୍,୧୯।୪: ଘାତକ କରୋନା(କୋଭିଡ୍-୧୯) ଭୂତାଣୁ ସଂକ୍ରମଣ ସଭିଁଙ୍କ ଚିିନ୍ତା ବଢ଼ାଇ ଦେଇଛି । ଏଥିପାଇଁ ଦେଶବ୍ୟାପୀ ଲକ୍ ଡାଉନ କଟକଣା ଲାଗୁହୋଇ ଥିବାବେଳେ ସଚେତନତା, ସତର୍କତା ଏବଂ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି । ତେବେ ଏଭଳି ସ୍ଥଳେ ଅସହାୟ,…
ଅସହାୟଙ୍କ ଦେବଦୂତ ସାଜିଲେ ଦୁଇବନ୍ଧୁ
ବରଗଡ଼ ଅଫିସ୍,୧୯।୪-କରୋନା ବିପର୍ଯ୍ୟୟ ସମୟରେ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲସ୍ତଲା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବୈଲୋଚନ ପ୍ରଧାନ ଏବଂ ଜୀବନ ବୀମା ନିଗମ(ଏଲଆଇସି)ରେ କାମ କରୁଥିବା ତାଙ୍କ ଜଣେ ବନ୍ଧୁ ଶେଷଦେବ ଗିରି ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି…
ଏମ୍କେସିଜିରେ ୩ କରୋନା ସନ୍ଦିଗ୍ଧ, ସ୍ବାବ୍ ରିପୋର୍ଟ ମିଳିବାରେ ବିଳମ୍ବ
ବ୍ରହ୍ମପୁର ଅଫିସ,୧୯ା୪: ମେଡିକାଲର ସଂଘରୋଧ କକ୍ଷରେ ୩ ଜଣ କରୋନା ସନ୍ଦିଗ୍ଧ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ପ୍ରାୟ ୪ ଦିନ ହେଲା ଏହାର ରିପୋର୍ଟ ମିଳିପାରିନାହିଁ । ରିପୋର୍ଟ ମିଳିବାରେ…
କୋଭିଡ୍ ଯୋଦ୍ଧାଙ୍କୁ ସାଧୁବାଦ
ବିଜେପୁର,୧୯ା୪(ଡି.ଏନ୍.ଏ.): କୋଭିଡ୍-୧୯କୁ ପ୍ରତିହତ କରିବାକୁ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଦିନରାତି କର୍ମ ସଂପାଦନ କରୁଛନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ବରଗଡ଼ ଜିଲା ବିଜେପୁର ଭାଜପା ପକ୍ଷରୁ ରବିବାର ସଂପୃକ୍ତ କର୍ମଚାରୀମାନଙ୍କୁ…
ମହିଳାଙ୍କୁ ଅସଦାଚରଣ, ପ୍ରତିବାଦ କରିବାରୁ ସ୍ବାମୀଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ
ଦିଗପହଣ୍ଡି,୧୯ା୪(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମହିଳାଙ୍କୁ ପାରିବାରିକ ବିବାଦକୁ କେନ୍ଦ୍ରକରି ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସ୍ବାମୀ ରବୀନ୍ଦ୍ର ବେହେରାଙ୍କୁ ବିଶ୍ୱନାଥ ବେହେରା ଓ…
ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ: ଚାରିମାସ ତଳେ ହୋଇଥିଲା ବିବାହ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ
ଭଦ୍ରକ ଅଫିସ,୧୯।୪ – ରବିବାର ଅପରାହ୍ନରେ ଧାମନଗର ଥାନା ଚୂଡ଼ାକୁଟି ନାରାୟଣ ପୁର ଗାଁରେ ଜଣେ ନବବିବାହିତା ମହିଳା ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଦେବଦୀପ ପଣ୍ଡାଙ୍କ ପତ୍ନୀ ପ୍ରତିମା ଷଡ଼ଙ୍ଗୀ (୨୮)। ସେ…
ଓଡ଼ଗାଁ ଏନ୍ଏସି, ପୋଲିସର ମିଳିତ ଚଢ଼ାଉ: ମାସ୍କ ନ ପିନ୍ଧି ଗଣିଲେ ଜରିମାନା
ଓଡ଼ଗାଁ,୧୯ା୪(ସ୍ବ.ପ୍ର.): ସମଗ୍ର ରାଜ୍ୟରେ କରୋନା ପାଇଁ କଟକଣା ଲାଗି ରହିଥିବା ବେଳେ ପ୍ରତିକାର ନିମନ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ଏପରିସ୍ଥଳେ ନୟାଗଡ଼ ଜିଲା ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ଲୋକେ ଏହାକୁ ଫୁ କରି ଅନାୟସରେ ବୁଲିବାକୁ ପସନ୍ଦ କରୁଥିଲେ। ଏନେଇ…
ହାଇକୋର୍ଟ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍ ମହମ୍ମଦ ରଫିକ୍ଙ୍କ ନାମ ସୁପାରିଶ
କଟକ ଅଫିସ,୧୯।୪- ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହୋଇପାରନ୍ତି। ତାଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ସେ ଗତ ନଭେମ୍ବରରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ…
ବାକି ମଜୁରୀ ଟଙ୍କା ମାଗିବାରୁ ନିସ୍ତୁକ ମାଡ଼ ଘଟଣା: ଅଭିଯୁକ୍ତଙ୍କ ନାମରେ ଏତଲା
ଦିଗପହଣ୍ଡି,୧୯ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁର ଜି. ଭୀମ ରେଡ୍ଡୀଙ୍କୁ ଜଣେ ଠିକାଦାର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରବିବାର ଭୀମଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ ଘଟଣାର…
ସୋମବାରଠାରୁ ଗଞ୍ଜାମ ଜିଲାରେ ଲକ୍ଡାଉନ୍ କୋହଳ, ବଳବତ୍ତର ରହିବ ଅନ୍ୟାନ୍ୟ କଟକଣା: ଜିଲାପାଳ
ଛତ୍ରପୁର, ୧୯।୪(ଡି.ଏନ୍.ଏ.)- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସୋମବାରଠାରୁ ଗଞ୍ଜାମ ଜିଲାରେ ଲକ୍ଡାଉନ୍ କୋହଳ କରାଯାଇଛି। ଫଳରେ ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିଆଯାଇଥିବା ନିର୍ଦ୍ଧାରିତ ସମୟସୀମା ଉପରେ ଥିବା କଟକଣା ଉଠାଇ ନିଆଯାଇଛି। ହେଲେ ସାମାଜିକ ଦୂରତା ବଜାୟ…
Archives


