ଆମ ଜିଲା ଖବର

ଏସ୍‌ସିବି ପ୍ରସୂତି ରୋଗ ବିଭାଗ ହେବ ସେଣ୍ଟର ଅଫ ଏକ୍ସିଲେନ୍ସ

କଟକ ଅଫିସ, ୨୧। ୧: ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଉତ୍କର୍ଷ ପ୍ରତିଷ୍ଠାନ ବା ସେଣ୍ଟର ଅଫ ଏକ୍ସିଲେନ୍ସ ମାନ୍ୟତା ପାଇବ। ୨୧୦ ବେଡ୍‌ ବିଶିଷ୍ଟ ଏହି ବିଭାଗରେ ଏବେ ବିଇଏମ୍‌ଓସି, ଇଏମ୍‌ଓସି, ଦକ୍ଷତା, ନବଜାତ...

ଏସୀୟ ରାଷ୍ଟ୍ରରେ ହେବ ଓଡ଼ିଶା ପର୍ଯ୍ୟଟନର ପ୍ରଚାର

ଭୁବନେଶ୍ୱର,୨୧। ୧(ବ୍ୟୁରୋ): ୨୦୨୨ ସୁଦ୍ଧା ୨କୋଟି ୫୦ଲକ୍ଷ ପର୍ଯ୍ୟଟକଙ୍କୁ ଓଡ଼ିଶା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟନ ଶିଳ୍ପରେ ହେଉଥିବା ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ ରଖି ସେହି ଅନୁଯାୟୀ ଉଭୟ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି...

ହାତୀ ଆକ୍ରମଣରେ ଚାଷୀ ମୃତ

ଦିଗପହଣ୍ଡି,୨୧।୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦିଗପହଣ୍ଡି ସାନାଦାଣ୍ଡ ସାହିର ଆଲୁ.ଲାଚ୍ଛେୟା। ସୂଚନାଯୋଗ୍ୟ, ମଙ୍ଗଳବାର ଦିଗପହଣ୍ଡି-ନିମପଲ୍ଲୀ କେନାଲ ରାସ୍ତାକଡ଼ରେ ଥିବା ସୁରେଶ ପଶୁପାଳକଙ୍କ ଧାନ ଖଳାରେ ଅମଳ ଧାନକୁ...

ପୁରୀ ସମୁଦ୍ରରୁ ବିରଳ ସାର୍କ ଶିକାର

ପୁରୀ ଅଫିସ,୨୧।୧:ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମତ୍ସ୍ୟ ବ୍ୟବସାୟୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶ ରପ୍ତାନି କରୁଛନ୍ତି। ସାଧାରଣ ମତ୍ସ୍ୟଜୀବୀମାନେ ଏହି ମାଛର ମୂଲ୍ୟ ଜାଣିପାରୁ ନ ଥିବାବେଳେ କମ୍‌...

୧୨ ଘଣ୍ଟିଆ ବୌଦ୍ଧ ବନ୍ଦ

ବୌଦ୍ଧ,୨୧।୧(ସ୍ବ.ପ୍ର): ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ବୌଦ୍ଧ ଜିଲାରେ ଜମି ହରାଇଥିବା ପ୍ରଜାମାନେ ବଜାର ଦର ଆଧାରରେ କ୍ଷତିପୂରଣ ଦାବିରେ ମଙ୍ଗଳବାର ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦେଇଛନ୍ତି। କ୍ଷତିଗ୍ରସ୍ତ ପ୍ରଜା ସମିତି ପକ୍ଷରୁ ସକାଳ ୬ଟାରୁ ସହରର ବ୍ରିଜ୍‌...

ଫୁଟପାତ ଉପରେ ଚଢ଼ିଗଲା ଟ୍ରକ: ୪ ମୃତ, ୩ ଆହତ

ସମ୍ବଲପୁର, ୨୧।୧(ବ୍ୟୁରୋ)- ସମ୍ବଲପୁର ଜିଲା ଶାସନ ଥାନା ପରମାଣପୁରରେ ମଙ୍ଗଳବାର ଭୋରୁ ଏକ ଅଭାବନୀୟ ଘଟଣା ଘଟିଛି। ଧନୁଯାତ୍ରା ପାଇଁ ଖୋଲିଥିବା ଫୁଟପାତରେ ଏକ କୋଇଲା ବୋଝେଇ ଟ୍ରକ ଚଢ଼ିଯିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ...

ସାର୍ବଜନୀନ ହେଉନି ଜଷ୍ଟିସ୍‌ ସି.ଆର. ପାଲ୍‌ କମିଶନ ରିପୋର୍ଟ: ହାଇକୋର୍ଟରେ ମାମଲା, ସରକାରଙ୍କୁ ନୋଟିସ

କଟକ ଅଫିସ,୨୧।୧ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆନ୍ଦୋଳନ ହୋଇଥିଲା। ଉପରୋକ୍ତ ଅଞ୍ଚଳରେ ବେଞ୍ଚ ପ୍ରତିଷ୍ଠା ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ପାଇଁ ଜଷ୍ଟିସ୍‌ ସି.ଆର. ପାଲ୍‌ଙ୍କ ଅଧ୍ୟକ୍ଷତାରେ ୨୦୦୮ ମାର୍ଚ୍ଚ ୧୧ ତାରିଖରେ ଏକ...

ବେଆଇନ ଇଟାଭାଟି, ବାଲି ଚାଲାଣ ଉପରେ ଲାଗୁନି ରୋକ

ରତ୍ନଗିରି,୨୧।୧(ଡିଏନଏ): ବରୀ ତହସିଲ ଅଧୀନ ବିଭିନ୍ନ ପଞ୍ଚାୟତରେ ବେଆଇନ ଇଟାଭାଟି ସହିତ ଚୋରାବାଲି ଚାଲାଣ ଉପରେ ପ୍ରଶାସନ ରୋକ ଲଗାଇ ନ ଥିବାରୁ ରାଜସ୍ବ ହାନୀ ଘଟୁଛି। ଏହି ବ୍ଲକ ଅଧୀନ ୧୦୬ଟି ଗ୍ରାମରୁ ଅଧିକାଂଶ ଗ୍ରାମରେ ବେଆଇନଭାବେ ଇଟା...

ଉପେକ୍ଷିତ ଟସର ଚାଷୀ

ଯାଜପୁର ଅଫିସ,୨୧। ୧: ରାଜ୍ୟରେ ୨୦୧୮-୧୯ ବର୍ଷରେ ଟସର କୋଷା ୭୭୦୫୦ କାହାଣ, ତୁତ କୋଷା ୨୪୯୪୧ କିଲୋଗ୍ରାମ ଏବଂ ଏଣ୍ଡି କୋଷା ୬୫୯୦ କିଲୋଗ୍ରାମ ଉପତ୍ାଦନ ହୋଇଛି। ସେଥିରୁ ଯାଜପୁର ଜିଲାରେ ଟସର କୋଷା ମାତ୍ର ୩୩୮୬ କାହାଣ...

ବଞ୍ଚତ୍ବାର ବାଟ ଦେଖାଇଛି ଆଖୁରସ ବ୍ୟବସାୟ

ରସୁଲପୁର,୨୧।୧(ଡି.ଏନ୍‌.ଏ.): ପରିବାରର ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କ ପାଇଁ ଏକ ବଡ଼ ସମସ୍ୟା ଥିଲା। ୫ପ୍ରାଣୀ କୁଟୁମ୍ବଙ୍କ ବୋଝ ମୁଣ୍ଡରେ ଲଦି ହୋଇଯାଇଥିଲା। ଜନ୍ମମାଟିରେ ରୋଜଗାର ଉତ୍ସ ନ ଥିଲା। ସ୍ବଳ୍ପ ଜମିରେ ଚାଷ କରି ପରିବାର ଚଳାଇବା ସାହସ...

ସମୟ ଆଧାରିତ ହେଉ ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା

ସୋନପୁର,୨୧।୧(ନି.ପ୍ର.) ସମୟ ସହିତ ନୂତନ ଆହ୍ବାନକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା ଜରୁରି। କିନ୍ତୁ ଏହା ସମୟ ଆଧାରିତ ହେବା ଆବଶ୍ୟକ। ପରିଚାଳନାଗତ ପରିବର୍ତ୍ତନ ସହ ଶିକ୍ଷକଙ୍କୁ ସ୍ବାଧୀନତା ଓ ପ୍ରୋତ୍ସାହନ ମିଳୁ। ସେହିପରି ଶିକ୍ଷା କ୍ଷେତ୍ରରେ ଆହ୍ବାନ...

୫୩ ଛାତ୍ରୀଛାତ୍ରକେ ଝନେ ଶିକ୍ଷକ

  ପାଇକମାଲ, ୨୧।୧ (ଡି.ଏନ.ଏ)- ବରଗଡ଼ ଜିଲା ପାଇକମାଲ ବ୍ଲକ ଜାମସେଠ ପଁଚେତ୍‌ ଖରାମାଲ ପ୍ରାଥମିକ ସ୍କୁଲରେ ୫୩ ଝନ୍‌ ଛାତ୍ରୀଛାତ୍ରକେ ଝନେ ଶିକ୍ଷକ ଅଛନ୍‌। ଏନ୍‌ତାଥି ଛୁଆକର ପାଠ୍‌ପଢ଼ାରେ ବହୁତ ଖେଲ୍‌ଢ଼େପ ହେଉଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍‌। ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri