ଆମ ଜିଲା ଖବର

ବିନାନୁମତିରେ କାଟିଦେଲେ ଶତାଧିକ ଗଛ

କାଳିଆପାଣି,୯ା୨(ଡିଏନଏ): ଦିନକୁ ଦିନ ଜଙ୍ଗଲ କ୍ଷୟ ହୋଇ ପୃଥିବୀ ଧ୍ୱଂସ ହେବାକୁ ବସିଥିବାବେଳେ ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ସଂରକ୍ଷିତ ଜଙ୍ଗଲରୁ ବେଆଇନଭାବେ ଶହଶହ ଗଛ କଟାଯାଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ସୁକିନ୍ଦା ବନଖଣ୍ଡ ଅଧୀନରେ ରହିଥିବା କାଙ୍କଡ଼ପାଳ...

ଚିଲିକା ମଝିରେ ଅଟକିଲା ଭସାପୋଲ : ୨ଘଣ୍ଟା ଧରି ୧୦୦ ଯାତ୍ରୀ ଜଳବନ୍ଦୀ

କୃଷ୍ଣପ୍ରସାଦ,୯ା୨ (ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା-ସାତପଡା ଚିଲିକା ମଝିରେ ଶନିବାର ଏକ ଯାତ୍ରୀବାହୀ ଭେସେଲ (ଭସାପୋଲ) ୨ ଘଣ୍ଟା ଧରି ଅଟକି ରହିଥିଲା। ଫଳରେ ଭେସେଲରେ ଥିବା ୧୦୦ ଯାତ୍ରୀ ଜଳବନ୍ଦୀ ହୋଇ ଆତଙ୍କିତ ଅବସ୍ଥାରେ ସମୟ...

୭୩ ବର୍ଷ ପରେ ଗଁ।କୁ ବିଜୁଳି ଆଲୁଅ

ଆଠମଲ୍ଲିକ, ୯ା୨(ଡି.ଏନ.ଏ.) – ସ୍ବାଧୀନତାର ୭୩ ବର୍ଷ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ପଞ୍ଚାୟତର ବିପ୍ରଡିହ ଗ୍ରାମରେ ଜଳିଛି ବିଜୁଳି ଆଲୁଅ। ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଗଁ। ଲୋକେ। ବହୁ ବିଳମ୍ବ ହେଲେ ବି ଶେଷରେ...

୬ ବର୍ଷ ହେଲା ହେଉନି ବ୍ଲକ ମହୋତ୍ସବ

ବଅଁରପାଳ,୯ା୨(ଡି.ଏନ.ଏ.) – ସ୍ଥାନୀୟ ଲୋକକଳା ତଥା ପ୍ରତିଭାର ବିକାଶ ପାଇଁ ପ୍ରତି ବ୍ଲକସ୍ତରରେ ଆୟୋଜନ ହେଉଛି ବ୍ଲକ ମହୋତ୍ସବ। କିନ୍ତୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୬...

କାମ ସାରିବାକୁ ୫୨ଦିନ

ରାସୋଳ, ୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଞ୍ଚାୟତ ଅନ୍ତର୍ଗତ କଦଳୀପାଳ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଉଥିବା ହିତାଧିକାରୀ ଅନୁଦାନ ଟଙ୍କା ପାଇଥିଲେ ସୁଦ୍ଧା ଘର କାମ ସାରୁନାହାନ୍ତି। ପ୍ରଶାସନର ବାରମ୍ବାର ତାଗିଦ୍‌ ସତ୍ତ୍ୱେ...

ମାଘମେଳାରେ ବର୍ଷା ଦାଉ

ଢେଙ୍କାନାଳ ଅଫିସ, ୯ା୨ – ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳାର ସରସ ଲୁଟି ନେଇଛି ଅଦିନିଆ ବର୍ଷା। କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ଲଗାଣ ବର୍ଷା ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଦାଉ ସାଧିଛି। ଫିକା ପଡ଼ିଛି ବ୍ୟବସାୟ। ହାତବାନ୍ଧି...

ଥମୁନି ବାଲ୍ୟ ବିବାହ ଧାରା ପ୍ରଥା ଦାୟରେ ଏବେ ବି ବଳି ପଡୁଛନ୍ତି ବାଳିକା

ଜୟପୁର,୯ା୨(ନି.ପ୍ର.) ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲାରେ ଏବେ ବି ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ରହିଛି। ପ୍ରଶାସନ ପକ୍ଷରୁ ବାରମ୍ବାର ବାଲ୍ୟ ବିବାହ ରୋକାଯିବା ଘଟଣା ଦର୍ଶାଉଛି ଯେ ଏଯାବତ୍‌ ଏହି ପ୍ରଥା ଲୋପ ପାଇନାହିଁ। ନିରକ୍ଷରତା ଓ...

ତିନିଦିନ ହେଲା ଟେନ୍‌ସା କଲେଇପୋଷ ରାସ୍ତା ଜାମ : ଦୁର୍ଦ୍ଦଶାରେ ୫୦ହଜାର ଜନସାଧାରଣ

ଟେନ୍‌ସା, ୯।୨ (ଡି.ଏନ.ଏ)- ତିନି ଦିନ ହେଲା ଲଗାଣ ବର୍ଷା ଯୋଗୁ ପୂର୍ତ୍ତବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ସୁନ୍ଦରଗଡ଼ ଜିଲା କୋଇଡ଼ାର ବରସୁଆଁ ନୂଆପୋଲର ଉଭୟ ପାର୍ଶ୍ୱ ଶୋଚନୀୟ ହୋଇଛି। ଫଳରେ ଗାଡ଼ିମୋଟର ଦୁଇଦିନ ଧରି ଜାମ ରହିଛି। ଅଞ୍ଚଳର...

ବିପଦସଙ୍କୁଳ ବଙ୍ଗରଦୁଆ ଘାଟି, ଧସୁଛି ଅତଡ଼ା

ଦାରିଙ୍ଗବାଡ଼ି,୯।୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ ଦେଇ ଗଜପତି ଜିଲାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ବଙ୍ଗରଦୁଆ ଘାଟି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୂର୍ବରୁ ଉକ୍ତ ରାସ୍ତା ସଂପ୍ରସାରଣ ବେଳେ ଦୁଇପାର୍ଶ୍ୱରୁ ମାଟି ଓ ଘାଟି କଟାଯାଇ ପିଚୁ ରାସ୍ତା...

ମାନବବାଦ କ୍ଷେତ୍ରରେ ଭୀମଭୋଇ ଉଜ୍ଜ୍ୱଳ ଜ୍ୟୋତିଷ୍କ

ସୋନପୁର, ୯।୨(ନି.ପ୍ର.) ସନ୍ଥ କବି ଭୀମଭୋଇ ଧର୍ମ, ସଂସ୍କୃତି, ସାହିତ୍ୟ ଓ ମାନବବାଦ କ୍ଷେତ୍ରରେ ଏକ ମହାନ ଏବଂ ଉଜ୍ଜ୍ୱଳମୟ ଜ୍ୟୋତିଷ୍କ। ତାଙ୍କ ଦର୍ଶନ ଏବଂ ଜ୍ଞାନାଲୋକ ସମସ୍ତ ମାନବଜାତିକୁ ପଥ ପ୍ରଦର୍ଶନ କରୁଛି। ସମାଜ ଓ ସାମାଜିକ ବ୍ୟବସ୍ଥାକୁ...

ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ, ଜଣେ ଗିରଫ: କଲେଜ ଛାତ୍ର ସମେତ ୫ ଆହତ

ଗଞ୍ଜାମ,୯ା୨(ଡି.ଏନ.ଏ.)-ରମ୍ଭା ଥାନା ଅଧୀନ କାର୍ତ୍ତିକଢ଼ି ଗ୍ରାମର ଗୋଟିଏ ଗୋଷ୍ଠୀ ଓ ବେଣିଗୌରୀ ଗ୍ରାମବାସୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ଗଣ୍ଡଗୋଳ ଘଟିଛି। ଏହି ଘଟଣାରେ ବେଣିଗୌରୀ ଗ୍ରାମର କଲେଜ ଛାତ୍ର ଏସ୍‌. ସନ୍ତୋଷ ରେଡ୍ଡୀ, ଗୋପାଳ ରେଡ୍ଡୀ ଓ...

ବିଦ୍ୟୁତ୍‌ ତାର ବିଛାଇ ଦନ୍ତା ଶିକାର : ୨ ଗିରଫ, ହାତୀଦାନ୍ତ ଉଦ୍ଧାର

ସୋନପୁର, ୯।୨(ନି.ପ୍ର.) ସୁବର୍ଣ୍ଣପୁର ବନ ବିଭାଗକୁ ଶନିବାର ବଡ ସଫଳତା ମିଳିଛି। ଉଲୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସାରସଦାଦର ଜଙ୍ଗଲରେ ଶିକାର ହୋଇଥିବା ହାତୀର ୨ ଦାନ୍ତକୁ ବନ ବିଭାଗ ଉଦ୍ଧାର କରିଛି। ଏହି ଘଟଣାର ମଧ୍ୟସ୍ଥି ଉଲୁଣ୍ଡା ଥାନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri