ଆମ ଜିଲା ଖବର

ପରୀକ୍ଷା କେନ୍ଦ୍ରରେ କପି: ଖବର ସଂଗ୍ରହ ବେଳେ ଖବରଦାତାଙ୍କୁ ଆକ୍ରମଣ

ପାଟଣାଗଡ଼,୨୨।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମନାଇପାଦ ହାଇସ୍କୁଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପରୀକ୍ଷା କେନ୍ଦ୍ରରେ କପି ଚାଲିଥିବା ବେଳେ ଲଳିତ ମଲ୍ଲିକ ନାମକ ଜଣେ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇଥିଲେ। ହେଲେ...

ଆବାସ ଯୋଜନା ଟଙ୍କା ପାଇଁ ବଚସା: ପୁଅ ଠେଙ୍ଗା ମାଡ଼ରେ ବାପା ମୃତ

ବାରିପଦା ଅଫିସ,୨୨।୨: ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଧୀନ ଡୋଭାଗାଁ ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ପୁଅ ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋପାଳ ନାଏକ...

ଜାଗର ମେଳା ବୁଲି ଫେରିବା ବେଳେ ମହିଳାଙ୍କୁ ବଳାତ୍କାର

ଭଣ୍ଡାରିପୋଖରୀ,୨୨।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ଆକୁଳିକଣା ଗ୍ରାମ ଡିହସାହିସ୍ଥିତ ହନୁମାନ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ସ୍ଥାନୀୟ ବାରୁମେଶ୍ୱର ଜାଗର...

ପୁଷ୍ପେନ୍ଦ୍ର କଳାହାଣ୍ଡି ଜିଲା ବିଜେଡି ସଭାପତି

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ବିଜେଡି ସଭାପତି ପଦ ପାଇଁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନାମ ଘୋଷଣା ହୋଇଛି। ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଉପରେ ପୁନର୍ବାର ଆସ୍ଥାଭାଜନ କରି ଦ୍ୱିତୀୟଥର ପାଇଁ...

ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ କଳାହାଣ୍ଡି ଜିଲା ଗସ୍ତ: ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସମୀକ୍ଷା ବୈଠକ

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର କଳାହାଣ୍ଡି ଜିଲା ଗସ୍ତ କରିଛନ୍ତି। ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ସେ ଯୋଗ ଦେଇଥିଲେ। ପରେ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ...

ଲହଣ୍ଡାବୁଡ଼ ଗ୍ରାମରେ ଟିଭି ବିସ୍ଫୋରଣ: ମହିଳା ମୃତ, ସ୍ବାମୀ ଓ ଶିଶୁକନ୍ୟା ଗୁରୁତର

ସୁନ୍ଦରଗଡ଼,୨୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଧୁରୁଆଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଟିଭି ବିସ୍ଫୋରଣ ହେବା ଯୋଗୁ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ...

ନିର୍ମାଣାଧୀନ ବ୍ରିଜ୍‌ କଡ଼ରୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଆରମ୍ଭ

ଢେଙ୍କାନାଳ ଅଫିସ,୨୨।୨: ଢେଙ୍କାନାଳ ଜିଲା ସଦର ଥାନା ସପ୍ତଶଯ୍ୟା – ଶଙ୍କରପୁର ରାସ୍ତାର ଏକ ନିର୍ମାଣାଧୀନ ବ୍ରିଜ୍‌ କଡ଼ରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ଗୋବିନ୍ଦପୁର ଫାଣ୍ଡି ତାଳବରୋକାଟେ ଗ୍ରାମର ପ୍ରହଲ୍ଲାଦ ବେହେରା।...

ଶିଶୁଙ୍କ ସୁରକ୍ଷା

ଶିଶୁମାନଙ୍କ ସୁରକ୍ଷା, ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର କେତେକ କ୍ଷେତ୍ରରେ ଶିଶୁମାନଙ୍କ ଭବିଷ୍ୟତ ବାଟବଣା ହୋଇଯାଉଛି । ଅଧିକାଂଶ ଶିଶୁ ଅଧାରୁ ପାଠ ଛାଡୁଥିବା ଦେଖିବାକୁ ମିଳୁଛି।...

ବନ୍ଧୁ ହେବ ତ ଏମିତି

ପୁରୀ ଅଫିସ/ଭୁବନେଶ୍ୱର (ବ୍ୟୁରୋ),୨୨।୨: ଜୀବନରେ ବନ୍ଧୁର ସ୍ଥାନ ସ୍ବତନ୍ତ୍ର। ବନ୍ଧୁତ୍ୱ ଆଗରେ ଧନସମ୍ପତ୍ତି, ପଦପଦବୀ, ଉଚ୍ଚନୀଚ, ଜାତିଅଜାତିର କିଛି ମୂଲ୍ୟନାହିଁ। ବନ୍ଧୁଙ୍କ ଆଗରେ ସବୁକଥା କହି ହୋଇଥାଏ। ବନ୍ଧୁଙ୍କ ଖୁସିରେ ଖୁସି ହେବା ଏବଂ ଦୁଃଖ ସମୟରେ ସହାୟତାର ହାତ...

ଡୁବୁରୀରେ ବିଧବା ମହିଳାଙ୍କ ମନର କଥା

ପୁରୀ ଅଫିସ,୨୨।୨: ପୁରୀ ଅଫିସ,୨୧ା୨ ପଶ୍ଚିମବଙ୍ଗର ଏକ ସମ୍ପ୍ରଦାୟ ରହିଛି, ଯେଉଁମାନଙ୍କର କୌଳିକ ବୃତ୍ତି ହେଉଛି ପାଣିରେ ହଜିଯାଇଥିବା ଜିନିଷ ଖୋଜି ବାହାର କରିବା। ଗାଧୋଇବା ସମୟରେ ହେଉ ଅବା ଅନ୍ୟ କୌଣସି କାରଣ ପାଇଁ ଯଦି କାହାର କିଛି...

୨୫ ପର୍ଯ୍ୟଟକଙ୍କୁ ଛାଡ଼ି ମଦ୍ୟପ ଡ୍ରାଇଭର ଫେରାର

ଗୋପ,୨୨।୨(ଡି.ଏନ.ଏ.): ଚେନ୍ନାଇରୁ ପୁରୀ-କୋଣାର୍କ ବୁଲି ଆସିଥିବା ୨୫ଜଣ ପର୍ଯ୍ୟଟକଙ୍କୁ ମଦ୍ୟପ ଡ୍ରାଇଭର ଗୋପ-କୋଣାର୍କ ରାସ୍ତାର ବାଲିସାହି ନିକଟରେ ଛାଡ଼ିଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ କୌଣସି ଅଘଟନ ଘଟିଥିବା ଅନୁମାନ କରି ଡ୍ରାଇଭରକୁ ଗୋଡ଼ାଇଥିଲେ ମଧ୍ୟ ଧରିବାରେ ଅସଫଳ...

ଅନୁପଙ୍କୁ ରାତିଅଧିଆ ମାରାଥନ ଜେରା

ଝାରସୁଗୁଡ଼ା, ୨୨।୨(ଡି.ଏନ.ଏ.): ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ମାରାଥନ ଜେରା କରୁଛି। ଶନିବାର ସନ୍ଧ୍ୟାରେ ଅନୁପଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ପୋଲିସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri