ସ୍କୁଟି ଉପରେ ମାଡ଼ିଗଲା ହାଇଓ୍ବା, ଚାଲିଗଲା ୨ ଜୀବନ
ବରଗଡ଼,୨୮ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗୁରୁଦ୍ୱାର ଛକରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ। ଏକ…
ବିହାର ବିଧାନସଭା ସହ ହେବ ନୂଆପଡ଼ା ଉପନିର୍ବାଚନ!
ନୂଆପଡ଼ା,୨୮ା୯: ବିହାର ବିଧାନସଭା ସହ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ନେଇ ସୂଚନା ବି ଦେଇଛନ୍ତି। ୩୨୦ ଆଇଏଏସ୍ଙ୍କ ୬୦ ଆଇପିଏସ୍ ଏବଂ ୯୦ ଆଇଆର୍ଏସ୍…
ବାପଘରକୁ ଯିବା ପାଇଁ ସ୍ବାମୀଙ୍କୁ ମାଗିଲେ ଗାଡ଼ିଭଡ଼ା, ନ ଦେବାରୁ ସ୍ତ୍ରୀ ନେଲେ ଚରମ ନିଷ୍ପତ୍ତି
ପାଟଣା,୨୮ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଖଡ଼ିକାପଦା ପଞ୍ଚାୟତ ଗୋହିରା ସାହି ଜଙ୍ଗଲ ନିକଟରେ ଥିବା ମହୁଲ ଗଛରୁ ରବିବାର ସକାଳୁ ପାଟଣା ପୋଲିସ ଜଣେ ୧୯ ବର୍ଷୀୟା ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ…
ମନ୍ଥର ଗତିରେ ବ୍ରିଜ ମରାମତି କାର୍ଯ୍ୟ, ଲୋକଙ୍କୁ ମରଣମୁହଁକୁ ଠେଲୁଛି ପୂର୍ତ୍ତବିଭାଗ, ଆମ୍ବୁଲାନ୍ସ ଅଟକିବାରୁ…
ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପୂର୍ତ୍ତବିଭାଗର ବେପରୁଆ ଓ ଖାମଖିଆଲି ମନୋଭାବ ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଯାହା ଚିନ୍ତାର ବିଷୟ ପାଲଟିଛି। ବ୍ରହ୍ମପୁର ଓ ପୁରୁଷୋତ୍ତମପୁରକୁ ସଂଯୋଗ କରୁଥିରା ମୁଖ୍ୟରାସ୍ତା (ଏନ୍ଏଚ୍ ୩୨)ର ପାଣ୍ଡିଆଛକ ନିକଟରେ ଥିବା ଋଷିକୂଲ୍ୟା…
ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜା ନିୟମ…
ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜାକୁ ସଫଳ ଓ ଫଳଦାୟୀ କରିବାକୁ ହେଲେ ଦେବୀଦେବତାଙ୍କର ପ୍ରତିମା ସ୍ଥାପନାଠୁ ଆରମ୍ଭ କରି ତାଙ୍କୁ ଆରାଧନା କରିବା ପର୍ଯ୍ୟନ୍ତ ସବୁ ପାଇଁ କିଛି ନା କିଛି ନିୟମ ମାନିବାକୁ ହୋଇଥାଏ। ଯଦ୍ଦ୍ବାରା ଦେବଦେବୀଙ୍କର ଆଶିଷ ଲାଭ ହେବା…
ବ୍ୟବସାୟୀଙ୍କ ଘରୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ ବାଣ
ରିଷିଡ଼ା,୨୮ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ପୋଲିସର ମିଳିତ ଅପରେଶନରେ ମିଳିଛି ବଡ଼ ସଫଳତା। ତେରେସିଂହା ପଞ୍ଚାୟତ ବେଲପଡ଼ାର ଜନୈକ ବ୍ୟବସାୟୀ ରାକେଶ କେଡିଆଙ୍କ କଲୋନୀପଡ଼ାସ୍ଥିତ ଦୋକାନ ଗୋଦାମ ଘରୁ ପୁଳାପୁଳା ବାଣ ଜବତ କରାଯାଇଛି। ରିଷିଡ଼ା…
ହଜିଥିବା ୩୦ ମୋବାଇଲ ଫେରିପାଇଲେ ବ୍ୟବହାରକାରୀ, ପୋଲିସର କାର୍ଯ୍ୟକୁ କଲେ ପ୍ରଶଂସା
ଭଞ୍ଜନଗର,୨୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଲୋକଙ୍କ ହଜି ଯାଇଥିବା ୩୦ଟି ମୋବାଇଲ ଉଦ୍ଧାର କରି ସେମାନଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଏସ୍ପି ରଞ୍ଜନ କୁମାର ଦେ ହଜି ଯାଇଥିବା ଫୋନ୍ଗୁଡିକୁ…
ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସ୍ବାସ୍ଥ୍ୟ ପରୀକ୍ଷା କରାଇଲେ ଶତାଧିକ ମହିଳା
ଭଞ୍ଜନଗର,୨୮ା୯(ବାବୁଲା ପ୍ରଧାନ): ଘରର ମହିଳା ଯଦି ସୁସ୍ଥ ରହିବେ ତେବେ ସେ ପରିବାର ସେତେ ସଶକ୍ତ ହେବ। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ବର୍ତ୍ତମାନ ସମଗ୍ର ଦେଶରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଚାଲିଛି। ସ୍ବାସ୍ଥ୍ୟ ବିଭାଗ ଶିକ୍ଷାନୁଷ୍ଠାନଠାରୁ…
ଗାଁ କୋଠଘରକୁ ଟିଭି ଦେଖିବାକୁ ଯାଇ ଫେରିଲେନି ବୃଦ୍ଧ: ଆଉ ଫେରିଲେନି…
ପରଜଙ୍ଗ୨୮।୯(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୁର ତଳସାହିର ଜଣେ ବୃଦ୍ଧ ଘୋଡାଡିଆଁ ନାଳରେ ବୁଡି ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ବସନ୍ତ ବିଶ୍ବାଳ(୬୭)। ସୂଚନା ମୁତାବକ ଗୁରୁବାରରେ ବେଳେ ବୃଦ୍ଧ ଜଣଙ୍କ ଗ୍ରାମକୋଠ ଘରେ ଟିଭି ଦେଖୁଥିଲେ।…
ଡାକ୍ତରଖାନାରୁ ପୁଅ ସହ ଫେରିବାବେଳେ ବାଟରେ ଛକିଥିଲା ଯମ, ଚାଲିଗଲା ଅତିରିକ୍ତ IICଙ୍କ ଜୀବନ
ଭଦ୍ରକ,୨୮ା୯: ସଡ଼କ ଦୁର୍ଘଟଣାରେ ପୁରୁଣା ବଜାର ଥାନା ଅତିରିକ୍ତ ଆଇଆଇସିଙ୍କ ପ୍ରାଣହାନି ଘଟିଛି। ମୃତକ ଜଣକ ହେଲେ ଅତିରିକ୍ତ ଆଇଆଇସି ବବୃବାହନ ନାୟକ। ସେ କଟକରେ ସ୍ବାସ୍ଥ୍ୟ ପରୀକ୍ଷା କରି ପୁଅ ସହ ବାଇକ୍ରେ ଫେରିବା ସମୟରେ କୁଆଖିଆ ନିକଟରେ ସଡ଼କ…
ଜଗନ୍ନାଥ ମନ୍ଦିରରେ ସରକାରୀ ଯୋଜନାରେ ଚଞ୍ଚକତା ଅଭିଯୋଗ: କମିଟି ଓ ଗ୍ରାମବାସୀ ବଡିଓଙ୍କ ଦ୍ୱାରସ୍ଥ
ଦାରିଙ୍ଗବାଡି,୨୮।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଜଗନ୍ନାଥ ମନ୍ଦିରରେ ସରକାରୀ ଯୋଜନାକୁ ଚଞ୍ଚକତା କରୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଏବଂ ଜଗନ୍ନାଥ ପରିଚାଳନା କମିଟିର ଏକାଧିକ କର୍ମକର୍ତ୍ତା ବଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ହେଲା ପୂର୍ବତନ ସରକାରଙ୍କ ସମୟରେ…
ଖତ ଖାଉଛି ପୂର୍ତ୍ତ ବିଭାଗ ଗାଡି: ନୂଆଁ ପ୍ରଭାବରେ ପୁରୁଣା ଅଲୋଡ଼ା
ଭଞ୍ଜନଗର,୨୮।୯(ବାବୁଲା ପ୍ରଧାନ): ସମୟ ବଦଳିବା ସହ ଗାଡ଼ି ମଧ୍ୟ ବଦଳୁଛି। ସରକାରୀ ବାବୁ ମାନେ ଦିନେ ବିନା ଏସି ଗାଡିରେ କର୍ମକ୍ଷେତ୍ରରେ ବ୍ୟବହାର କରୁଥିଲେ। ବର୍ତ୍ତମାନ ଅଧିକାଂଶ ବିଭାଗରେ ଅତ୍ୟାଧୁନିକ ଏସି ଗାଡ଼ି ବ୍ୟବହାର ହେଉଛି। ଏଥିପାଇଁ ରାଜକୋଷରୁ ବିପୁଳ ପରିମାଣର…
Archives


