ମନ୍ଥର ଗତିରେ ବ୍ରିଜ ମରାମତି କାର୍ଯ୍ୟ, ଲୋକଙ୍କୁ ମରଣମୁହଁକୁ ଠେଲୁଛି ପୂର୍ତ୍ତବିଭାଗ, ଆମ୍ବୁଲାନ୍ସ ଅଟକିବାରୁ…

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପୂର୍ତ୍ତବିଭାଗର ବେପରୁଆ ଓ ଖାମଖିଆଲି ମନୋଭାବ ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଯାହା ଚିନ୍ତାର ବିଷୟ ପାଲଟିଛି। ବ୍ରହ୍ମପୁର ଓ ପୁରୁଷୋତ୍ତମପୁରକୁ ସଂଯୋଗ କରୁଥିରା ମୁଖ୍ୟରାସ୍ତା (ଏନ୍‌ଏଚ୍‌ ୩୨)ର ପାଣ୍ଡିଆଛକ ନିକଟରେ ଥିବା ଋଷିକୂଲ୍ୟା ନଦୀ ଉପରେ ରହିଥିବା ତିନିଶହ ମିଟର ବିଶିଷ୍ଟ ବ୍ରିଜର୍‌ ସାଇଡ୍‌ ପାରାଫିଟ୍‌ ଓ ଜଏଣ୍ଟ ମରାମତି କାର୍ଯ୍ୟ ଗତମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲେ ମଧ୍ୟ ଏଯାବତ ଶେଷହୋଇନାହିଁ। ଏହି କାର୍ଯ୍ୟକୁ ଦିଲ୍ଲୀର ହରକୁଲାସଷ୍ଟ୍ରକଚର ସିଷ୍ଟମ ନାମକ ଠିକାସଂସ୍ଥା ନେଇଥିବା ବେଳେ ସେ କାର୍ଯ୍ୟ କରିବାରେ ତତ୍ପରତା ପ୍ରକାଶ କରି ଠିକ୍‌ ଭାବେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁନାହିଁ। ବ୍ରିଜ୍‌ ଉପର ରାସ୍ତାଟି ଖୋଳି ଭାଙ୍ଗି ପକାଇଥିବା ସହ ସରଞ୍ଜାମ ମାନ ପକାଇ ରଖିଥିବା ହେତୁ ବ୍ରିଜ୍‌ ଉପରେ ଅବରୋଧ ଘଟୁଛି। ବ୍ରହ୍ମପୁରକୁ ସଂଯୋଗ ଲାଗି ଏହି ବ୍ରିଜଟି ମୁଖ୍ୟ ରାସ୍ତା ହୋଇଥିବାରୁ ଏହା ଉପରେ ପୁରୁଷୋତ୍ତମପୁର ବ୍ଲକ ସମେତ କବିସୂର୍ଯ୍ୟନଗର, ବେଗୁନିଆପଡ଼ା, ପୋଲସରା, ଖଲ୍ଲିକୋଟ, ଗଞ୍ଜାମ, ବୁଗୁଡ଼ା ଆଦି ବ୍ଲକ ଅଞ୍ଚଳର ଜନସାଧାରଣ ପ୍ରତ୍ୟହ ନିର୍ଭର କରୁଥିବାରୁ ହଜାର ହଜାର ଗାଡ଼ିମୋଟର ଚଳାଚଳ କରୁଛି।

ଅପରପକ୍ଷରେ ଏହି ବ୍ଲକ ଅଞ୍ଚଳର ରୋଗୀମାନେ ଚିକିତ୍ସା ଲାଗି ବ୍ରହ୍ମପୁର ବଡ଼ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ଯାଉଥିବା ବେଳେ ଏହି ବ୍ରିଜ୍‌ରେ ରାସ୍ତା ଅବରୋଧ ଓ ଟ୍ରାଫିକ ସମସ୍ୟା ଯୋଗୁ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଅଟକି ରହୁଥିବା ହେତୁ ମେଡିକାଲରେ ପହଞ୍ଚି ନ ପାରି ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡୁଛି। ଏଭଳି ସମସ୍ୟା ଏଠାରେ ଦୀର୍ଘ ଛଅମାସ ହେଲା ଲାଗି ରହିଥିଲେ ସୁଦ୍ଧା ଏଥିପ୍ରତି ପୂର୍ତ୍ତବିଭାଗ ଯନ୍ତ୍ରୀମାନେ ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଯାହାକି ଠିକାସଂସ୍ଥା ଓ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତରା ହୋଇ ଲୋକଙ୍କୁ ମରଣମୁହଁକୁ ପୂର୍ତ୍ତବିଭାଗ ଠେଲି ଦେଇଥିବାର ନେଇ ଲୋକେ ଅଭିଯୋଗ କରିଛନ୍ତି। ଏଣୁ ଏଥିପ୍ରତି ମୁଖ୍ୟମନ୍ତ୍ରୀ,ପୂର୍ତ୍ତବିଭାଗୀୟ ମନ୍ତ୍ରୀ ଓ ଗଞ୍ଜାମ ଜିଲାପାଳ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?