ଆମ ଜିଲା ଖବର

କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଯୋଗାଇ ଦିଆଯିବ ଅନ୍‌ସ୍ଲୋ ହାଇସ୍କୁଲର ୧୩ ଶ୍ରେଣୀଗୃହ: ଜିଲାପାଳ

ଛତ୍ରପୁର,୧୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏଥିପାଇଁ ଭିତ୍ତିଭୂମି ସମ୍ପର୍କିତ ଏକ ବୈଠକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅନସ୍ଲୋ ହାଇସ୍କୁଲର ଏକ କୋଠାରେ ଅସ୍ଥାୟୀ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ...

ନୟାଗଡ଼ ଚିନିକଳରୁ ଖୋଲାଗଲା ତାଲା: ୨ ଜଣିଆ ବୈଷୟିକ ଟିମ୍‌ର ଆକଳନ ଆରମ୍ଭ

ନୟାଗଡ଼ ଅଫିସ,୧୨।୩: ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳର ଯନ୍ତ୍ରପାତି ତଦାରଖ ଓ ଆକଳନ ପାଇଁ ଗୁରୁବାର ତାଲା ଖୋଲାଯାଇଛି। ନୟାଗଡ଼ ଉପଜିଲାପାଳ ଲଗ୍ନଜିତ୍‌ ରାଉତ ଓ ତହସିଲଦାର ଭିକାରି ସାହୁଙ୍କ ଉପସ୍ଥିତିରେ ଆସ୍କା ଚିନିକଳର ୨ ଜଣିଆ ବୈଷୟିକ ଟିମ୍‌ ଆକଳନ...

ଆକ୍ସନ ମୁଡ୍‌ରେ ଗଞ୍ଜାମ ଜିଲାପାଳ: ସାଇକେଲରେ ବୁଲି ତଦାରଖ କରୁଛନ୍ତି ସଫେଇ କାର୍ଯ୍ୟ, ବାହାରେ ପ୍ଲାଷ୍ଟିକ୍‌ ପକାଇଥିବାରୁ ମଦଦୋକାନକୁ ୧ ଲକ୍ଷ ଜରିମାନା

ବ୍ରହ୍ମପୁର ଅଫିସ,୧୨ା୩-ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଜିରୋ ସ୍ବିପିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାର୍ଚ୍ଚ ୧ରୁ ସହରରେ ରାତ୍ରିକାଳୀନ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁବାର ଜିଲାପାଳ ବିଜୟ...

ଆଦିବାସୀଙ୍କ ଭାଗ୍ୟ ବଦଳାଉଛି ଜୈବିକ ପଦ୍ଧତି ପରିବା ଚାଷ

ମୁନିଗୁଡ଼ା,୧୨।୩(ଡି.ଏନ୍‌.ଏ.): ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀଙ୍କ ରୋଜଗାରର ପନ୍ଥା ପାଲଟିଛି ପରିବା ଚାଷ। ତା’ପୁଣି ଜୈବିକ ପଦ୍ଧତିରେ। ଏପରି ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ମୁନିଗୁଡା ବ୍ଲକର ଧୋବାଗୁଡ଼ି ଗ୍ରାମରେ। ଏହି ଗାଁର ଲୋକେ ଆଗରୁ ନିଜ ନିଜ...

ମହାପ୍ରଭୁଙ୍କୁ ୧ କୋଟି ଦାନ

ପୁରୀ ଅଫିସ,୧୨ା୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଏବେ ସଂକଟରେ। ଏହି ଅର୍ଥ ଫେରିବ କି ନାହିଁ ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ। ବିରୋଧ ଓ ପ୍ରତିବାଦ ଧାରା ଜାରି ରହିଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ, ଥାନା...

ସଂଶୋଧିତ ମୋଟର ଯାନ ଆଇନ: ୧୦ଦିନରେ କଟିଲା ୨୩ ହଜାର ଚାଲାଣ

କଟକ ଅଫିସ,୧୨ା୩: ଓଡ଼ିଶାରେ ସଂଶୋଧିତ ମୋଟରଯାନ ଆଇନ ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ଲାଗୁ କରାଯାଇଛି। ରାଜ୍ୟବ୍ୟାପୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) ଏବଂ ପୋଲିସ ତରଫରୁ ବ୍ୟାପକ ଯାଞ୍ଚ ଏବଂ ଜରିମାନା ଆଦାୟ କରାଯାଉଛି। ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ତରଫରୁ ମିଳିଥିବା...

ଚାଷୀଙ୍କ ଦୁଃଖ

ଅଧିକ ଧାନ ଉତ୍ପାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏହି ଜିଲାର ଚାଷୀଙ୍କ ଦୁଃଖ, ଦୁର୍ଦ୍ଦଶା ମଧ୍ୟ କମ୍‌ ନୁହେଁ। ଅନାବୃଷ୍ଟି, ସ୍ବଳ୍ପ ବୃଷ୍ଟିପାତ ଯୋଗୁ କେତେବେଳେ ମରୁଡ଼ି ତ ଆଉକେବେ ମାଟିଆ ଗୁଣ୍ଡି(ଚକଡ଼ା) ଭଳି...

ଘରୋଇ ଯାତ୍ରୀବାହୀ ବସ୍‌କୁ ୩୦ହଜାର ଟଙ୍କା ଜରିମାନା

ବଲାଙ୍ଗୀର ଅଫିସ, ୧୨ା୩: ପରମିଟ୍‌ ନ ଥିବା ଘରୋଇ ଯାତ୍ରୀବାହୀ ବସ୍‌ ରାସ୍ତାରେ ଯାତାୟାତ କରୁଥିଲା। ସେହି ଗାଡିକୁ ଚଳାଉଥିବା ଡ୍ରାଇଭର କି ଯାତ୍ରୀଙ୍କଠାରୁ ଟିକେଟ କାଟୁଥିବା କଣ୍ଡକ୍ଟରଙ୍କ ଲାଇସେନ୍ସ ନ ଥିଲା। ବଲାଙ୍ଗୀର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନେତୃତ୍ୱରେ...

ଏସ୍‌ସିବିର ୬ ସନ୍ଦିଗ୍ଧଙ୍କ ନମୁନା ନେଗେଟିଭ୍‌

କଟକ ଅଫିସ୍‌,୧୨ା୩: କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ବିଭିନ୍ନ ସମୟରେ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ୬ଜଣକ ନମୁନା ରିପୋର୍ଟ ଆସିଯାଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ବୁଧବାର ଡିସ୍‌ଚାର୍ଜ କରାଯାଇଛି। ସେମାନଙ୍କ...

ଆମ୍ବୁଲାନ୍ସ, ରୋଗୀଙ୍କୁ ଛାଡ଼ିଲେନି ଆନ୍ଦୋଳନକାରୀ

ପାଲଲହଡ଼ା, ୧୨ା୩(ଡି.ଏନ.ଏ.): ୬ ଦଫା ଦାବି ନେଇ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର କେନ୍ଦୁପତ୍ର ତୋଳାଳିମାନେ ବୁଧବାର ୪୯ନଂ. ଜାତୀୟ ରାଜପଥର ଶିବ ମନ୍ଦିର ଛକ ଓ ୧୪୯ ନଂ. ବାଇପାସ୍‌ ରାସ୍ତା ଅବରୋଧ ବେଳେ ଏକ ଅଭାବନୀୟ ଘଟଣା...

ନାଲ୍‌କୋ ବସଲା ସାହି ହଟିଂ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବଅଁରପାଳ,୧୨।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ବସଲା ସାହି ନିକଟ ପଡ଼ିଆରୁ ଗୁରୁବାର ଏକ ନବଜାତ ଶିଶୁକନ୍ୟାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। କେହି ଯୁବତୀ କିମ୍ବା ମହିଳା ଶିଶୁକୁ ଛାଡ଼ି ପଳାଇଯାଇଥିବା ସନ୍ଦେହ କରାଯାଉଛି। ସୂଚନାନୁଯାୟୀ,...

ମୂଳ ସ୍କୁଲକୁ ଫେରିଲେ ବଦଳି ଶିକ୍ଷକ

ବାଳକାଟୀ,୧୨ା୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲିଅନ୍ତା ବ୍ଲକରେ ଗୋଟିଏ ସାଦା କାଗଜରେ ହୋଇଥିବା ୨୦ ଶିକ୍ଷକଙ୍କ ବଦଳି ମୌଖିକ ଭାବେ ପ୍ରତ୍ୟାହାର ହୋଇଛି। ଦୋଳପୂର୍ଣ୍ଣିମା ତଥା ଛୁଟି ପୂର୍ବଦିନ ଫୋନ ଯୋଗେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ମୂଳ ସ୍କୁଲକୁ ଫେରିଯିବାକୁ ନିର୍ଦ୍ଦେଶ ଆସିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri