ଆମ ଜିଲା ଖବର

ସୋସିଆଲ ମିଡିଆରେ କରୋନା ଗୁଜବ ମହଙ୍ଗା ପଡିଲା: ଶିକ୍ଷକ କୋର୍ଟଚାଲାଣ

ଭବାନୀପାଟଣା,୧୫।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ଗାଁରେ କରୋନା ଆକ୍ରାନ୍ତ ଜଣେ ଯୁବକ କବାଟ ବନ୍ଦକରି ଘରେ ରହିବା ସମ୍ପର୍କିତ ମିଛ ଖବରକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଶନିବାର ସନ୍ଧ୍ୟାରେ ସମ୍ପୃକ୍ତ...

‘କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି’

କେନ୍ଦୁଝର,୧୫।୩(ସ୍ବ.ପ୍ର.): କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ(କେସିସିବି)ର ସମସ୍ତ ଗ୍ରାହକଙ୍କ ଜମା ଟଙ୍କା ସୁରକ୍ଷିତ ଅଛି। ୟେସ ବ୍ୟାଙ୍କ ସହିତ ଏହି ବ୍ୟାଙ୍କର କୌଣସି ସମ୍ପର୍କ ନାହିଁ। ଏଣୁ ଜମାକାରୀଙ୍କ ଟଙ୍କା/ଚେକ୍‌ ନେଣଦେଣ ଆଦି ବ୍ୟାଙ୍କ କାରବାରରେ କୌଣସି ଗୁଜବ ନ...

ଶ୍ରୀଜୀଉଙ୍କ ଦର୍ଶନ ପୂର୍ବରୁ ଫର୍ମ ପୂରଣ କରିବେ ଶ୍ରଦ୍ଧାଳୁ: ଥଣ୍ଡାଜ୍ୱର ଥିଲେ ନ ଆସିବାକୁ ପରାମର୍ଶ, ସ୍ପର୍ଶ ବାରଣ

ପୁରୀ ଅଫିସ,୧୫।୩: କରୋନା ସତର୍କତାକୁ ନେଇ ରବିବାର ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ବୈଠକ ବସିଛି। ମୁଖ୍ୟ ପ୍ରଶାସକ ଡ . କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ...

ପାରିବାରିକ କଳହ: ୩ ସଦସ୍ୟ ପିଇଲେ ବିଷ, ମାଆ ମୃତ, ବାପ-ପୁଅ ଗୁରୁତର

ସମ୍ବଲପୁର,୧୫।୩(ବ୍ୟୁରୋ): ସମ୍ବଲପୁର ଜିଲା କତରବାଗା ଥାନା ରୁଖିଡିିହ ଗ୍ରାମରେ ପାରିପାରିକ କଳହରୁ ଏକ ଅଭାବନୀୟ ଘଟଣା ଘଟିଛି। ଏକସାଙ୍ଗରେ ପରିବାରର ୩ ସଦସ୍ୟ ବିଷପାନ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମା’ ବୈଦେହୀ ମହାନନ୍ଦିଆଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ସୁବେକ...

ଚୈତନ୍ୟଙ୍କ ପରିବାର ଉପରେ ଦୁଃଖର ପାହାଡ଼: ସରକାରୀ ସହାୟତାକୁ ଅପେକ୍ଷା

ଡାବୁଗାଁ,୧୫।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଜୟନ୍ତୀନଗରଠାରେ ଦୀର୍ଘଦିନ ଧରି ବିଛଣାରେ ପଡ଼ିରହିଛନ୍ତି ଚୈତନ୍ୟ ଜାନି। ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ତାଙ୍କ ବାମ ହାତ ଓ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଅର୍ଥାଭାବରୁ ଚିକିତ୍ସା ହୋଇପାରୁ ନ ଥିବା...

ବନବିଭାଗ ଚଢ଼ାଉ:୧୨୩ ସିଏଫ୍‌ଟି ଶାଳକାଠ ଜବତ

ଧାମନଗର,୧୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ବିଭିନ୍ନ ସ୍ଥାନରେ ବନ ବିଭାଗ ପକ୍ଷରୁ ରବିବାର ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ବହୁ ପରିମାଣରେ ଚୋରା କାଠ ଜବତ ହୋଇଛି । ଧୁଷୁରୀ ବଜାର, ଗୋପାଳବିନ୍ଧା ଏବଂ ଗଢ଼ିଆଳିରେ ଚଢ଼ାଉ ହୋଇ...

ଚୋରା ମଦ ଜବତ: ୩ ଗିରଫ

ଧାମନଗର,୧୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇ ଚୋରା ମଦ ଜବତ ହୋଇଛି। ଏହା ସହ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭଗବାନପୁରର ରମେଶ ବେହେରା, ଚୁଡାକୁଟିର...

ଜଳିଗଲା କୁକୁଡ଼ା ଦୋକାନ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭାପୁର,୧୫।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡିଠାରୁ ୨୦୦ ମିଟର ଦୂରରେ ଥିବା ଏକ କୁକୁଡ଼ା ଦୋକାନରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଦୋକାନ ମାଲିକ ଧର୍ମେନ୍ଦ୍ର ଦଳେଇ କହିଛନ୍ତି।...

ଦୁଇବର୍ଷର ଶିଶୁପୁତ୍ରକୁ ଶେଯରେ ଶୁଆଇ ଜୀବନ ହାରିଲେ ଶିକ୍ଷୟିତ୍ରୀ

କେନ୍ଦୁଝର,୧୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଓସ୍ତପଙ୍ଗା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ରହୁଥିବା ଭଡ଼ା ଘରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶିକ୍ଷୟିତ୍ରୀ ଜଣକ ଭଦ୍ରକ ଜିଲା ବାସୁଦେବପୁର ଥାନା...

ନାଟକ ଚାଲିଥିବା ବେଳେ ବାଣ ବିସ୍ଫୋରଣ: ୪ ଗୁରୁତର,୪ ଆହତ

ଆସିକା,୧୫।୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-ସୋରଡା ମୁଖ୍ୟରାସ୍ତାର ଧରାକୋଟ ଥାନା ଅନ୍ତର୍ଗତ କେ.ରାମଚନ୍ଦ୍ରପୁର (କଇଠରା) ଗ୍ରାମରେ ରବିବାର ସକାଳେ ବାଣ ବିସ୍ଫୋରଣ ଘଟି ୪ ଗୁରୁତର, ୪ ଆହତ ହୋଇଛନ୍ତି। ସକାଳେ ପୌରାଣିକ ନାଟକ ଚାଲିଥିଲା ବେଳେ ନାଟକର ଏକ...

ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ୨୭ ଦାଦନ ଶ୍ରମିକ ଉଦ୍ଧାର: ମହିଳା ଦଲାଲ ଅଟକ

ଭଦ୍ରକ ଅଫିସ ,୧୫।୩: ରାଜ୍ୟ ବାହାରକୁ କାମ କରିବାକୁ ଯିବା ପୂର୍ବରୁ ଆଦିବାସୀ ନାବାଳିକା ଓ ନାବାଳକ ଦାଦନ ଶ୍ରମିକଙ୍କୁ ଶନିବାର ରାତିରେ ପୋଲିସ ଉଦ୍ଧାର କରିଛି। ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମଞ୍ଚଳ ଥାନା ଅଞ୍ଚଳର ଜିତାନଗା ଗାଁ...

ବିଷାକ୍ତ ଛତୁ ଖାଇ ସ୍ବାମୀଙ୍କ ଜୀବନଗଲା, ସ୍ତ୍ରୀଙ୍କ ସମେତ ୩ ଗୁରୁତର

ସମ୍ବଲପୁର,୧୫।୩(ବ୍ୟୁରୋ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କେଲୋବଲମ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ଛତୁ ତରକାରୀ ଖାଇ ରମେଶ ଲୁଗୁନ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଅଞ୍ଜଳି ଗୁରୁତର ହୋଇଛନ୍ତି। ସେ ବୁର୍ଲା ଭୀମସାରରେ ଚିକିତ୍ସାଧୀନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri