ଆମ ଜିଲା ଖବର

ଅଧା କର୍ମଚାରୀଙ୍କୁ ଛୁଟି ଦେଲେ ଏସ୍‌ ଭି ନିରତାର କର୍ତ୍ତୃପକ୍ଷ

କଣ୍ଟାପଡା,୨୪ା୩ (ଡି.ଏନ୍‌.ଏ)- ମହାମାରୀ କରୋନାର ପ୍ରତିଷେଧକ ପାଇଁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଜିଲାର ଓଲଟପୁରଠାରେ ଥିବା ଏସ୍‌ ଭି ନିରତାର ଦିବ୍ୟାଙ୍ଗ ଗବେଷଣା ଓ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୋମବାର କେତେକ କଟକଣା ଜାରି...

ଇନ୍ଦିରା ମଇଦାନକୁ ସ୍ଥାନାନ୍ତର ହେଲା ପିପିଲି ହାଟ

ପିପିଲି,୨୪ା୩(ସ୍ବ.ପ୍ର)- କରୋନା ସଂକ୍ରମଣ ରୋକିବା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜିଲାର ସମସ୍ତ ହାଟ, ମେଳଣ, ବାହାଘର, ସଭାକୁ ରୋକ ଲାଗିଥିବା ବେଳେ ପିପିଲି ହାଟକୁ ପ୍ରଶାସନ ବନ୍ଦ କରିଛନ୍ତିି। ହାଟର ବ୍ୟବସାୟୀ ଓ ଖାଉଟିଙ୍କ ସୁବିଧା ପାଇଁ ପିପିଲି...

ପିପିଲିରେ କାଉ ମଡ଼କ

ପିପିଲି,୨୪ା୩(ସ୍ବ.ପ୍ର/ ଡି.ଏନ୍‌.ଏ.)- ମହାମାରୀ କରୋନାକୁ ନେଇ ପିପିଲି ଅଞ୍ଚଳରେ ଲୋକେ ଭୟଭୀତ ଥିବାବେଳେ ସୋମବାର କେତେକ କାଉ ମରିପଡ଼ିଥିବା ଦେଖିବାକୁ ମିଳିଛି। ଗତ ୩ / ୪ଦିନ ଭିତରେ ଶହଶହ କାଉ ମରି ଚାରିଆଡ଼େ ପଡ଼ିଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି।...

ଘୋଷଣା ପୂର୍ବରୁ ଲକ୍‌ ଡାଉନ, ଲୋକେ ହଇରାଣ

କେନ୍ଦୁଝର,୨୪।୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ସହରରେ ଗତ ସୋମବାରଠାରୁ ଲକ୍‌ଡାଉନ କରାଯାଇଛି। ଫଳରେ ଜନଜୀବନ ବ୍ୟାହତ ହୋଇପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବନ୍ଦ କରିଦେବା ସହ ସହରରେ ଯାତାୟାତ ଉପରେ କଟକଣା...

ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ୍‌

ଗୋପ,୨୪।୩(ଡି.ଏନ୍‌.ଏ): କରୋନାକୁ ନେଇ ସାରା ବିଶ୍ବରେ ଆତଙ୍କ ଦେଖାଯାଇଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତା’ର ବ୍ୟତିକ୍ରମ ଦେଖାଯାଇଛି। ସାମାଜିକ ଦୂରତା ଦୃଷ୍ଟି ଦିଆ ଯାଉ ନ ଥିବାରୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ଲୋକେ ଲମ୍ବା ଲାଇନରେ ଛିଡ଼ା ହୋଇ ଅସନ୍ତୋଷ...

୨ ବିଦେଶ ଫେରନ୍ତା ଲୁଚିଛନ୍ତି ଘରେ, ଅଞ୍ଚଳରେ ଉତ୍ତେଜନା

ଧାମନଗର,୨୪ା୩(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚାୟତ ଅଞ୍ଚଳରେ ଦୁଇ ଯୁବକ ଦୁବାଇରୁ ଘରକୁ ଫେରି ଲୁଚିଥିବା ଏବଂ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ଉକ୍ତ ପଞ୍ଚାୟତରେ ଉତ୍ତେଜନା ଦେଖାଦେଇଛି। ଉକ୍ତ ପଞ୍ଚାୟତର ସରପଞ୍ଚ ଖବର ପାଇ ଆଶା କର୍ମୀ, ଅଙ୍ଗନଓ୍ବାଡି...

ହାଟ ବନ୍ଦ ପରେ ରାସ୍ତାରେ ବିକିିଲେ ଚାଷୀ

ଗୋପ,୨୪।୩(ଡି.ଏନ୍‌.ଏ): କରୋନା ସଂକ୍ରମଣ ରୋକିବା ଲାଗି ସରକାର ସାମାଜିକ ଦୂରତ୍ୱ ରକ୍ଷା କରୁଥିବାବେଳେ ଜିଲାପାଳଙ୍କ ନିର୍ଦ୍ଦେଶରେ ଗୋପ ବ୍ଲକ୍‌ର କେତେକ ହାଟକୁ ୧୪୪ ଧାରା ଜାରି କରାଯାଇଛି। ଏହାସତ୍ତ୍ୱେ ସୋମବାର ସ୍ଥାନୀୟ ନାଗପୁର ହାଟ ଚାଲିବା ନେଇ ଅଭିଯୋଗ ଆସିବା...

ଆନ୍ଧ୍ରରେ ଫଶିଛନ୍ତି ୪୨ ପରୀକ୍ଷାର୍ଥୀ: ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ

ବାରିପଦା ଅଫିସ, ୨୪ା୩- ଓଡ଼ିଶାରୁ ବିଏଡ ଟିଚିଙ୍ଗ୍‌ ପରୀକ୍ଷା ଦେବା ପାଇଁ ଆନ୍ଧ୍ରକୁ ଯାଇଥିବା ୪୨ ପରୀକ୍ଷାର୍ଥୀ ସେଠାରେ ଫଶି ରହିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ଟ୍ରେନ୍‌ ବାତିଲ ହୋଇଯାଇଥିବାରୁ ପରୀକ୍ଷାର୍ଥୀମାନେ ସେଠାରୁ ଆସିପାରୁନାହାନ୍ତି। ଓଡ଼ିଶା ଆଣିବାକୁ...

ହୋମ କ୍ବାରାଣ୍ଟାଇନ୍‌ରେ ୧୪ ଶିଷ୍ୟଙ୍କ ସହ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୨୪।୩: ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ହୋମ କ୍ବାରାଣ୍ଟାଇନରେ ରହିଛନ୍ତି। ଶଙ୍କରାଚାର୍ଯ୍ୟ ସୋମବାର ସନ୍ଧ୍ୟାରେ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିଥିଲେ। କାର୍‌ ଯୋଗେ ଶଙ୍କରାଚାର୍ଯ୍ୟ ତାଙ୍କର ୧୪ଜଣ ଶିଷ୍ୟଙ୍କ ସହ...

ଘରେ ପହଞ୍ଚି ପାରିଲେନି: ଦୁର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଓ ୨ ଶିଶୁ ଗୁରୁତର

ଛେଣ୍ଡିପଦା, ୨୪।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳ ଦେଇଯାଇଥିବା ୫୫ନଂ. ଜାତୀୟ ରାଜପଥ ତୁକୁଡା ମୁଣ୍ଡାସାହି ନିକଟରେ ମଙ୍ଗଳବାର ଭୋର୍‌ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଏବଂ...

ମହାପ୍ରଭୁଙ୍କ ଟଙ୍କା ଜମାକୁ ନେଇ ସସ୍‌ପେନ୍ସ

ପୁରୀ ଅଫିସ, ୨୩।୩: ୟେସ୍‌ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କାକୁ ନେଇ ପୁଣି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ୟୁନିୟନ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜନ୍ନାଥଙ୍କ ଟଙ୍କା ରହିବା ନେଇ ହୋଇଥିବା ନିଷ୍ପତ୍ତିକୁ ରଦ୍ଦ କରିଛି ମନ୍ଦିର ପ୍ରଶାସନ। ପୁନଶ୍ଚ ଟେଣ୍ଡର...

ଓଲଟିଲା ଟ୍ରକ୍‌: ବର୍ତ୍ତିଲେ ଡ୍ରାଇଭର, ହେଲ୍‌ପର

ବଅଁରପାଳ, ୨୪।୩(ଡି.ଏନ.ଏ.): ନାଲ୍‌କୋ ଥାନା କୁଲାଡ଼ ଥର୍ମାଲ ରାସ୍ତାର ବଳରାମପ୍ରସାଦ କେନ୍ଦୁଢ଼ିପ ସାହି ନିକଟରେ ମଙ୍ଗଳବାର ଏକ ଟ୍ରକ୍‌ ଓଲଟି ପଡ଼ିଛି। ତେବେ ଟ୍ରକ୍‌ ଡ୍ରାଇଭର ଏବଂ ହେଲ୍‌ପର ଏଥିରୁ ବର୍ତ୍ତିଯାଇଛନ୍ତି। ଉକ୍ତ ଟ୍ରକ୍‌ଟି ତାଳଚେରରୁ କୋଇଲା ନେଇ ଜିଏମ୍‌ଆର୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri