ଭୋକରେ ଡହଳବିକଳ ମାନସିକ ରୋଗୀ
ପାଲଲହଡା,୨୭ା୩(ଡି.ଏନ.ଏ.): ଲକ୍ଡାଉନ୍ ପାଇଁ ବଜାର ବନ୍ଦ। ଚା’ ଦୋକାନଠାରୁ ହୋଟେଲ ଯାଏ ସବୁଥିରେ ପଡ଼ିଛି ତାଲା। ଲୋକେ ଘରୁ ବାହାରୁ ନ ଥିବା ବେଳେ କାମ ନ ପାଇ ଦିନ ମଜୁରିଆ ଘରେ ବସି ରହିଛନ୍ତି। ହେଲେ ଅନୁଗୋଳ ଜିଲା...
ତାମିଲନାଡ଼ୁରେ ଫସିଛନ୍ତି ଶତାଧିକ ଶ୍ରମିକ
ଭଞ୍ଜନଗର,୨୭ା୩(ଡି.ଏନ୍.ଏ.): ଦେଶରେ କରୋନା ଭୂତାଣୁର ମୁକାବିଲା ଲାଗି ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଫଳରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଦାଙ୍ଗି ଗ୍ରାମର ବହୁ ଯୁବକ ତାମିଲନାଡ଼ୁରେ ଫସି ରହିଛନ୍ତି। ପ୍ରାୟ ୨ଶହ ଯୁବକ ସେଠାକୁ ଶ୍ରମିକ ଭାବେ କାମ କରିବାକୁ...
ଏମ୍କେସିଜିରେ ଭର୍ତ୍ତି ହେଲେ କରୋନା ସନ୍ଦିଗ୍ଧ
ବ୍ରହ୍ମପୁର ଅଫିସ,୨୭ା୩-ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଶୁକ୍ରବାର ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ତାଙ୍କୁ କରୋନା ୱାର୍ଡର ସ୍ବତନ୍ତ୍ର କକ୍ଷରେ ରଖାଯାଇଛି। ଶନିବାର ସନ୍ଦିଗ୍ଧଙ୍କ ସ୍ବାବ୍ ଟେଷ୍ଟ ପାଇଁ ଭୁବନେଶ୍ୱର ଆରଏମ୍ଆର୍ସିକୁ ପଠାଯିବ ବୋଲି ଅଧୀକ୍ଷକ ପ୍ରଫେସର ଡ଼ା. ସନ୍ତୋଷ...
ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ସମୀକ୍ଷା କଲେ ଆର୍ଡିସି
ବ୍ରହ୍ମପୁର ଅଫିସ,୨୭ା୩-କରୋନା ସଂକ୍ରମଣର ପ୍ରତିରୋଧ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଶୁକ୍ରବାର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ। ସିଟି ହସ୍ପିଟାଲ, ଏମ୍କେସିଜିରେ କରୋନା ସଂକ୍ରମଣ ଚିକିତ୍ସା କେନ୍ଦ୍ର ଓ...
ଦିଗପହଣ୍ଡିରେ ପ୍ରଶାସନ ପକ୍ଷରୁ ମାନବ ଶୃଙ୍ଖଳ
ଦିଗପହଣ୍ଡି,୨୭ା୩(ଡି.ଏନ.ଏ.)-ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପୁଞ୍ଜିକଁୟା ଛକରେ କରୋନା ସଚେତନତା ପାଇଁ ମାନବ ଶୃଙ୍ଖଳ କରାଯାଇଥିଲା। ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ କରୋନା ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ...
ନିରାଶ୍ରୟଙ୍କୁ ମିଳିଲା ରନ୍ଧାଖାଦ୍ୟ
ଆସିକା,୨୭ା୩ (ଡି.ଏନ୍.ଏ.): ଜନସାଧାରଣଙ୍କୁ ଘର ପାଖରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇବା ଲାଗି ଆସିକା ଏନ୍ଏସି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତେଜରାତି ଜିନିଷ, ପରିବା, ଫଳ, ଦୁଗ୍ଧ, ଔଷଧ, ମାଛ ମାଂସ ଏପରିକି ରନ୍ଧାଖାଦ୍ୟ ଉପଲବ୍ଧ ହେଉଥିବା...
ବିଧାୟକ ହାତପାଣ୍ଠିରୁ ଦେଲେ ୨ଲକ୍ଷ
ସଜନାଗଡ଼, ୨୭।୩(ଡି.ଏନ.ଏ.)-କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେଇଥିବା ବେଳେ ଶୁକ୍ରବାର ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଶୁକ୍ରବାର ହାତପାଣ୍ଠିରୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସେ ଉପଜିଲାପାଳ ହରିଶ୍ଚନ୍ଦ୍ର...
ପରିବା ବିକିଲେ ଏନ୍ଏସି କର୍ମଚାରୀ
ବୁଗୁଡା,୨୭ା୩(ଡି.ଏନ.ଏ.)-ବୁଗୁଡ଼ା ସହରରେ ଲୋକେ ପରିବା କିଣିବା ବେଳେ ସାମାଜିକ ଦୂରତା ବଜାୟ ରଖୁନାହାନ୍ତି। ତେଣୁ ଶୁକ୍ରବାର ଏନ୍ଏସି ପ୍ରଶାସନ ପକ୍ଷରୁ କର୍ମଚାରୀମାନେ ଗାଡିିରେ ପରିବା ନେଇ ବିକ୍ରୟ କରୁଥିବା ଦେଖାଯାଇଥିଲା। ସ୍ଥାନୀୟ ରଘୁନାଥ ସାହିରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଲୋକେ ଠିଆ...
ହିତାଧିକାରୀଙ୍କୁ ମିଳିଲା ୪ ମାସର ଭତ୍ତା
ଭଞ୍ଜନଗର,୨୭।୩(ଡି.ଏନ.ଏ)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲୋକେ ଘରୁ ନ ବାହାରିବାକୁ କୁହାଯାଇଛି। ଲୋକଙ୍କ ପାଖରେ ରାଶନ, ପନିପରିବା, ଫଳ, କ୍ଷୀର, ଔଷଧ ଏବଂ ଭତ୍ତା ଯେଭଳି ପହଞ୍ଚିପାରିବ ସେ ନେଇ ଭଞ୍ଜନଗର ଏନଏସି ପକ୍ଷରୁ ବ୍ୟବସ୍ଥା କରାଯାଇଛି ।...
ହାଟରେ ସାମାଜିକ ଦୂରତ୍ୱ ଶିଖାଇଲେ ଏସ୍ପି
ଫୁଲବାଣୀ ଅଫିସ, ୨୭ା୩-ହାଟରେ କିଭଳି ସାମାଜିକ ଦୂରତ୍ୱ ବଜାୟ ରଖିହେବ ସେ ସମ୍ପର୍କରେ ଲୋକଙ୍କୁ କନ୍ଧମାଳ ଏସ୍ପି ପ୍ରତୀକ ଗୀତା ସିଂ ଶିଖାଇଛନ୍ତି। ହାଟପଦାରେ ପାଖାପାଖି ହୋଇ ବସୁଥିବା ବ୍ୟବସାୟୀଙ୍କୁ ଭାଗ ଭାଗ କରି ବସାଇ ହାଟର ପରିସୀମାକୁ ବୃଦ୍ଧି...
ରାଜ୍ୟ ବାହାରୁ ଆସିଛନ୍ତି ପିଲା, ପ୍ରଶାସନକୁ ଲୁଚାଉଛନ୍ତି ଅଭିଭାବକ
ଫୁଲବାଣୀ ଅଫିସ, ୨୭ା୩-ଯଦି କେହି ଦେଶ କିମ୍ବା ରାଜ୍ୟ ବାହାରୁ ଫେରିଛନ୍ତି, ତାହାଲେ ତୁରନ୍ତ ସେମାନେ ପ୍ରଶାସନକୁ ଅବଗତ କରାଇବାକୁ ସରକାର ଏବଂ ଜିଲା ପ୍ରଶାସନର ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲାରେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ଟିକାବାଲି ବ୍ଲକ...
ଚମ୍ପୁଆରେ ଫସିଥିବା ସୁବର୍ଣ୍ଣପୁରର ୨୫ ଘରକୁ ଫେରିଲେ
ସୋନପୁର,୨୭।୩(ନି.ପ୍ର.):ମ୍ୟାଜିକ୍ ପ୍ରଦର୍ଶନ କରିବାକୁ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରୀବାଞ୍ଜିର ୮ଟି ପରିବାର କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳକୁ ଯାଇ ସେଠାରେ ଫସି ରହିଥିଲେ। ପ୍ରଶାସନର ଉଦ୍ୟମକ୍ରମେ ମୋଟ ୨୫ଜଣ ଗୁରୁବାର ରାତିରେ ଗାଁରେ ପହଞ୍ଚତ୍ଛନ୍ତି । ସେମାନଙ୍କ ମଧ୍ୟରେ...
Archives


