ଚମ୍ପୁଆରେ ଫସିଥିବା ସୁବର୍ଣ୍ଣପୁରର ୨୫ ଘରକୁ ଫେରିଲେ

ସୋନପୁର,୨୭।୩(ନି.ପ୍ର.):ମ୍ୟାଜିକ୍‌ ପ୍ରଦର୍ଶନ କରିବାକୁ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରୀବାଞ୍ଜିର ୮ଟି ପରିବାର କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳକୁ ଯାଇ ସେଠାରେ ଫସି ରହିଥିଲେ। ପ୍ରଶାସନର ଉଦ୍ୟମକ୍ରମେ ମୋଟ ୨୫ଜଣ ଗୁରୁବାର ରାତିରେ ଗାଁରେ ପହଞ୍ଚତ୍ଛନ୍ତି । ସେମାନଙ୍କ ମଧ୍ୟରେ ୭ଜଣ ଶିଶୁ ଓ ୧୦ଜଣ ମହିଳା ଅଛନ୍ତି। ଲକ୍‌ ଡାଉନ ଯୋଗୁଁ ପୁରୁଷମାନେ ରାସ୍ତା ପାର୍ଶ୍ୱରେ ମ୍ୟାଜିକ୍‌ ପ୍ରଦର୍ଶନ କରି ପାରୁ ନ ଥିଲେ । ମହିଳାମାନେ ଗାଁକୁ ଚୁଡି ବିକ୍ରି କରିବାକୁ ଯିବା ସମୟରେ ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ । ଗାଡି ଚଳାଚଳ ବନ୍ଦ ଯୋଗୁଁ ସେମାନେ ଘରକୁ ଫେରି ପାରି ନଥିଲେ । ଚମ୍ପୁଆ ଥାନା ରଘୁଆସାହିରେ ରହି ଯାଇଥିଲେ। ପାଖରେ ଟଙ୍କା ନଥିବାରୁ ଖାଇବା ପିଇବାରେ ଅସୁବିଧା ଭୋଗିଥିଲେ। ଏ ସମ୍ପର୍କରେ ଅନ୍ଧାରୀବାଞ୍ଜିର ଜଣେ ବ୍ୟକ୍ତି ସୁବର୍ଣ୍ଣପୁରର ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଫୋନ ଯୋଗେ ଜଣାଇଥିଲେ । ଜିଲାପାଳ ମୋନିଷା ବାନାର୍ଜୀ ଏ ସମ୍ପର୍କରେ କେନ୍ଦୁଝର ଜିଲାପାଳଙ୍କ ସହିତ କଥା ହୋଇଥିଲେ। ପରେ ଦୁଇ ଜିଲାର ଶ୍ରମ ବିଭାଗ ମଧ୍ୟରେ ସୂଚନା ଆଦାନ ପ୍ରଦାନ ହୋଇଥିଲା। କେନ୍ଦୁଝର ଜିଲା ପ୍ରଶାସନ ଏକ ଗାଡିରେ ସେମାନଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲା। ସୁବର୍ଣ୍ଣପୁର ଜିଲା ପ୍ରଶାସନ ରେଡକ୍ରସରୁ ଗାଡି ଭଡା ପ୍ରଦାନ କରିବା ସହିତ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ। ଡାକ୍ତରୀ ଟିମ୍‌ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ସମସ୍ତଙ୍କୁ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

ବସ୍‌ ଷ୍ଟପ ଅଛି, ବସ୍‌ ଆସୁନାହିଁ: ମୁଖ୍ୟମନ୍ତ୍ରୀ ବସ୍‌ ସେବାରୁ ବଞ୍ଚିତ ଅଞ୍ଚଳବାସୀ

ଅମରପାଲି,୩୧ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସୀମାବର୍ତ୍ତୀ ଉପାନ୍ତ ଗ୍ରାମ ସାହାଜଲଥାରେ ସରକାରୀ ଖର୍ଚ୍ଚରେ ଯାତ୍ରୀ ପ୍ରତୀକ୍ଷାଳୟ (ବସ୍‌ ଷ୍ଟପ୍‌) ନିର୍ମାଣ ହୋଇଥିଲେ…

ଉପରେ ଶୁଖିଲା ଲଙ୍କା, ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ସୋନପୁର,୩୦ା୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ମୋବାଇଲ ୟୁନିଟ୍‌ ଓ ବୀରମହାରାଜପୁର ଅବକାରୀ ଥାନା ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ଉଲୁଣ୍ଡା ଥାନା ଏସ୍‌. ପତ୍ରାପାଲି ଓ ବୀରମହାରାଜପୁର…

ଅଙ୍ଗ ନଦୀ ବନ୍ୟା ପାଣି ଘେରରେ ଦିଗଶିରା ଗ୍ରାମ, ବ୍ରିଜରେ କାମ କରୁଥିବା ବେଳେ ଫସିଥିବା ୨୦ ଶ୍ରମିକ ଉଦ୍ଧାର

ଡୁଙ୍ଗୁରିପାଲି, ୨୯।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମ ବର୍ତ୍ତମାନ ଅଙ୍ଗ ନଦୀର ବନ୍ୟା ପାଣି ଘେରରେ ରହିଛି। ଉପରମୁଣ୍ଡରେ ଲଘୁଚାପ ଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri