ଆମ ଜିଲା ଖବର

ଅଧକୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଲାଣି ଶ୍ରୀମନ୍ଦିର

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନାକୁ ନେଇ ଏବେ ସବୁଆଡେ ଆତଙ୍କ। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢ଼େଇ କରୁଛି। ଭାରତ ବି ଏଦିଗରେ ପ୍ରାଣମୂର୍ଚ୍ଛା ଚେଷ୍ଟା ଚଳାଇଛି। ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢୁଥିବାବେଳେ ଏବେ...

ନକଲି ଅଗ୍ନିଶମ କର୍ମଚାରୀ ଗିରଫ

ଫୁଲବାଣୀ ଅଫିସ, ୯ା୪- ଜଣେ ନକଲି ଅଗ୍ନିଶମ କର୍ମଚାରୀଙ୍କୁ ଖଜୁରିପଡ଼ା ଥାନା ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଗୁରୁପଦା ଗ୍ରାମର ବାବୁଲ କହଁର। ବାବୁଲ ନିଜକୁ ଅଗ୍ନିଶମ ବିଭାଗର କର୍ମଚାରୀ କହି ନକଲି ୟୁନିଫର୍ମ ପିନ୍ଧି...

ରକ୍ତ ଦେଲେ ଗୋଟିଏ ପରିବାରର ୭ ସଦସ୍ୟ

ବ୍ରହ୍ମପୁର ଅଫିସ,୯ା୪-କରୋନା ପ୍ରଭାବରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ରକ୍ତଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଛି ା ଏହାକୁ ପୂରଣ କରିବାକୁ ବ୍ରହ୍ମପୁରର ସ୍ବେଚ୍ଛାସେବୀ ସଂଗଠନ ସବୁଜ ବାହିନୀ ନେତୃତ୍ୱରେ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ଅଭିଯାନ ଶୀର୍ଷକ ରକ୍ତଦାନ ଶିବିର ଏପ୍ରିଲ...

ହୋମ କ୍ୱାରାଣ୍ଟାଇନ୍‌ରେ ବ୍ୟାଙ୍କ କର୍ମଚାରୀ; ବିନା ଅନୁମତିରେ ବୁଲିବା ମହଙ୍ଗା ପଡ଼ିଲା

ଭଞ୍ଜନଗର,୯।୪(ଡି.ଏନ.ଏ.)-ଲକ୍‌ଡାଉନ ଲୋକେ ବିନା କାରଣରେ ବାହାରେ ବୁଲିଲେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଭଞ୍ଜନଗର ସହରସ୍ଥିତ ଏକ ବ୍ୟାଙ୍କର ୨ କର୍ମଚାରୀ ବୁଧବାର ମଧ୍ୟାହ୍ନରେ କୌଣସି ଅନୁମତି ନ ନେଇ ଭଞ୍ଜନଗରରୁ ବେଲଗୁଣ୍ଠା ଅଭିମୁଖେ ଯାଉଥିବା ବେଳେ ଉପଜିଲାପାଳ...

ମାନବିକତା ଦେଖାଇଲେ ପୂର୍ବତନ କର୍ପୋରେଟର; ପ୍ରସୂତିଙ୍କୁ ହସ୍ପିଟାଲକୁ ପଠାଇଲେ

ବ୍ରହ୍ମପୁର ଅଫିସ,୯ା୪-କରୋନା ବିପତ୍ତି ସମୟରେ ମାନବିକତା ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି ୩୧ ନଂ. ୱାର୍ଡର ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା। ମହାରଣାଙ୍କ ସୂଚନା ପ୍ରକାରେ, ବୁଧବାର ୩୧ ନଂ. ୱାର୍ଡ ଅନ୍ତର୍ଗତ କମାପଲ୍ଲୀ ଖୋଳାସାହି ବାସିନ୍ଦା ଟି. ଶଙ୍କରଙ୍କ ସ୍ତ୍ରୀ...

୩୧ ବିଦେଶ ଫେରନ୍ତାଙ୍କ କ୍ୱାରାଣ୍ଟାଇନ୍‌ ଅବଧି ସରିଲା

କେନ୍ଦୁଝର,୯ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତିି। ସେମାନଙ୍କ ମଧ୍ୟରୁ ୩୧ଜଣଙ୍କ ହୋମ କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହୋଇଛି। ଜିଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସଂକ୍ରମଣ ନ ବ୍ୟାପିବ ପାଇଁ...

ଟ୍ରେନିଂ ନେବାକୁ ଆସି କେନ୍ଦୁଝରରେ ଫସିିଛନ୍ତି ୧୨ ଯୁବକ

କେନ୍ଦୁଝର,୯ା୪(ସ୍ବ.ପ୍ର.): ଟ୍ରେନିଂ ନେବାକୁ ଆସି ଲକ୍‌ ଡାଉନ ଯୋଗୁଁ ୧୨ ଜଣ ଯୁବକ କେନ୍ଦୁଝରରେ ଫସି ରହିଛନ୍ତି । ସେମାନଙ୍କ ଘର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ବୋଲି ଜଣାପଡ଼ିଛି। ଏକ ଘରୋଇ ସଂସ୍ଥା ପକ୍ଷରୁ ଏହି ତାଲିମ ଦିଆଯାଉଥିଲା...

ପାହାଡ଼ ଖୋଲରେ ଲୁଚିଥିଲେ ଛତିଶଗଡ ଯୁବକ: ଧରାପଡ଼ି ସଙ୍ଗରୋଧ କେନ୍ଦ୍ରକୁ ଗଲେ

କେନ୍ଦୁଝର,୯ା୪(ସ୍ବ.ପ୍ର.)-ଛତିଶଗଡରୁ ପୁରୀ ଦେଇ କେନ୍ଦୁଝର ଜିଲାକୁ ଆସି ସଦର ବ୍ଲକ ପଳାଶପଙ୍ଗା ନିକଟ ସନ୍ଥେଭଞ୍ଜ ପାହାଡ଼ ଖୋଲରେ ଆମତ୍ଗୋପନ କରିଥିବା ଜଣେ ଯୁବକଙ୍କୁ ପୋଲିସ ଉଦ୍ଧାର କରି ସଙ୍ଗରୋଧ କେନ୍ଦ୍ରକୁ ପଠାଇଛି। ଯୁବକ ଜଣକ ହେଲେ ଛତିଶଗଡ ରାଜ୍ୟର କ୍ଷେମରାଜ...

ଗ୍ରାମାଞ୍ଚଳରେ ୩୬୦, ସହରାଞ୍ଚଳରେ ୯ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର

ବାଲେଶ୍ୱର ଅଫିସ, ୯।୪-ବାଲେଶ୍ୱର ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସୁଦ୍ଧା ଜିଲାର ୩୬୦ଟି ପଞ୍ଚାୟତରେ ୩୬୦ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୯୬୬୩ ଏବଂ ୪ଟି ସହରାଞ୍ଚଳରେ ୯ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୩୩୭ଟି...

ଘର ଘର ବୁଲି ପିଡିଏସ୍‌ ହିତାଧିକାରୀଙ୍କୁ ଆର୍ଥିକ ସହାୟତା

ବନ୍ତ,୯।୪(ସ୍ବ.ପ୍ର.)-କରୋନା ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପିଡିଏସ୍‌ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ା ବୁଧବାର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଅଧୀନ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଠାକୁରମୁଣ୍ଡା,୯ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ନାରୀ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବୁଧବାର କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦,୦୫୧ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ୟାମସୁନ୍ଦର...

ଫାଟକ ଭାଙ୍ଗି ଭିତରକୁ ପଶିଗଲା ଟ୍ରକ୍‌

ତାଳଚେର/କଣିହାଁ, ୯ା୪(ନି.ପ୍ର.) : କଣିହାଁସ୍ଥିତ ଏକ କମ୍ପାନୀରେ କୋଇଲା ଅନ୍‌ଲୋଡ କରି ତାଳଚେର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ କଣିହାଁ ଡାକ୍ତରଖାନା ପାଚେରିକୁ ଧକ୍କା ଦେଇଥିଲା। ଏଥିରେ ପାଚେରି ସହ ଡାକ୍ତରଖାନା ଫାଟକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri