କରୋନା ସହାୟତା: ନିମାପଡ଼ା ବ୍ଲକର ୪୦ହଜାର ହିତାଧିକାରୀଙ୍କୁ ୪ କୋଟି ସହାୟତା ପ୍ରଦାନ
ନିମାପଡ଼ା,୯।୪(ଡି.ଏନ୍.ଏ.): ମହାମାରୀ କରୋନା ପରିପ୍ରେକ୍ଷୀରେ ନିମାପଡ଼ା ବ୍ଲକ ଓ ଏନ୍ଏସି ଅଞ୍ଚଳର ମୋଟ ୪୪ହଜାର ୭୫୭ଜଣ ରାଶନ କାର୍ଡ ଧାରୀଙ୍କ ମଧ୍ୟରୁ ୪୦ହଜାରଙ୍କୁ ୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅବଶିଷ୍ଟ ୪ହଜାର ୭୫୭ଜଣ ହିତାଧିକାରୀଙ୍କୁ ଆସନ୍ତା...
୩୦୦ ଲିଟର ପୋଚ ଜବତ
ମହାକାଳପଡ଼ା, ୮।୪ (ଡି.ଏନ୍.ଏ.)- ମହାକାଳପଡ଼ା ବ୍ଲକ ଅଧୀନ ବଉଳକଣି ପଞ୍ଚାୟତର ଆଦିବାସୀପଡ଼ା ଅଞ୍ଚଳରୁ ୩୦୦ ଲିଟର ରନ୍ଧା ମଦ ପୋଚ ଜବତ ହୋଇଛି। ଜମ୍ବୁ ସାମୁଦ୍ରିକ ଥାନା ପୋଲିସର ଏକ ଟିମ୍ ଉକ୍ତ ଆଦିବାସୀ ପଡ଼ାରେ ଚଢାଉ କରି ପୋଚ...
ଲକ୍ଡାଉନ୍: ଜୀବିକା ହରାଇଛନ୍ତି ଶତାଧିକ ମହୁଲଫୁଲ ସଂଗ୍ରହକାରୀ
କୋରୁକୋଣ୍ଡା,୯ା୪(ଡି.ଏନ୍.ଏ.) : କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ଫଳରେ ସରକାରଙ୍କ ପକ୍ଷରୁ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହାର ପ୍ରଭାବ ରାଜ୍ୟବାସୀଙ୍କ ଜୀବନଜୀବିକା ଉପରେ ପଡ଼ିଛି। ବିଶେଷକରି ଲକ୍ଡାଉନ୍ ହେତୁ ମାଲକାନିଗରି ଜିଲାର ମହୁଲ ଫୁଲ...
କରୋନାକୁ ନେଇ ମିଥ୍ୟା ଖବର ପ୍ରଚାର: ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପାପଡ଼ାହାଣ୍ଡି ଥାନା ପୋଲିସ
ପାପଡାହାଣ୍ଡି, ୧୦।୪(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମାଳତୀଗୁଡା ଗ୍ରାମରେ କରୋନାକୁ ନେଇ ଗୁଜବ ପ୍ରଚାର କରିବା ସହ ସାମାଜିକ ଦୂରତ୍ୱ ନ ମାନିବାକୁ ନେଇ ୮ ଜଣ ଗିରଫ ହୋଇଛନ୍ତି। ପୋଲିସ ସେମାନଙ୍କୁ ଗୁରୁବାର କୋର୍ଟ ଚାଲାଣ...
ଗଞ୍ଜାମରେ ଘରକୁ ଘର ବୁଲି କରାଯିବ ସ୍ବାସ୍ଥ୍ୟ ଯାଞ୍ଚ: ସାରୁ ଗ୍ରାମରୁ ଆରମ୍ଭ, ଉପସ୍ଥିତ ରହିଲେ ଜିଲାପାଳ
ହିଞ୍ଜିଳିକାଟୁ, ୯ା୪(ଡି.ଏନ୍.ଏ) : ରାଜ୍ୟରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲାକୁ ନେଇ ଲୋକଙ୍କ ସ୍ବାସ୍ଥ୍ୟ ନିରୀକ୍ଷଣ ପ୍ରଣାଳୀକୁ ଘରକୁ ଘର ବୁଲି ସର୍ଭେ ପାଇଁ ରାଜ୍ୟରେ ପ୍ରଥମ ଜିଲା ଭାବେ ଗଞ୍ଜାମ ଜିଲା ପ୍ରଶାସନ...
ଘର ଘର ବୁଲି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ଆରମ୍ଭ: ୪୦ ଲକ୍ଷ ଲୋକଙ୍କ କରାଯିବ ସ୍କ୍ରିନିଂ
ଛତ୍ରପୁର,୯ା୪(ଡି.ଏନ୍.ଏ.)- ଗଞ୍ଜାମ ଜିଲାର ସମସ୍ତ ଘରକୁ ଯାଇ ଗଠିତ ଟିମ୍ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି। ୩ ଦିନ ମଧ୍ୟରେ ଏହି ଯାଞ୍ଚ ସମ୍ପୂର୍ଣ୍ଣ ଭାବେ ସରିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।...
ନେଚରସ୍ କ୍ଲବ, ସେଭ୍ ଦ ଚିଲଡ୍ରେନ୍ ପକ୍ଷରୁ କରୋନା ସଚେତନତା: ଅନ୍ତେବାସୀଙ୍କୁ ସାବୁନ୍, ମାସ୍କ ପ୍ରଦାନ
କେନ୍ଦ୍ରାପଡ଼ା ଅଫିସ,୯ା୪: କେନ୍ଦ୍ରାପଡ଼ା ଜିଲା ଶିଶୁଯତ୍ନ ଗୃହ, ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରଗୁଡ଼ିକରେ ନେଚରସ୍ କ୍ଲବ ଏବଂ ସେଭ୍ ଦ ଚିଲ୍ଡ୍ରେନ୍ ପକ୍ଷରୁ ମହାମାରୀ କରୋନା ପରିସ୍ଥିତିରେ ପରିଷ୍କାର ପରିଚ୍ଛନ୍ନତା ନେଇ ସଚେତନତା ସୃଷ୍ଟି କରାଯାଇଛି। ଅନ୍ତେବାସୀମାନଙ୍କୁ କରୋନାରୁ ରକ୍ଷା...
କୋଭିଡ ଯୋଦ୍ଧାଙ୍କୁ ଭାଜପା ମହିଳା ମୋର୍ଚ୍ଚା ତରଫରୁ କୃତଜ୍ଞତାପତ୍ର
ରାଇକିଆ,୯ା୪(ଡି.ଏନ୍.ଏ.)- କରୋନା ପାଇଁ ସମଗ୍ର ଦେଶରେ ଲକ୍ଡାଉନ କଟକଣା। ଦୋକାନ ବଜାର ସବୁ ବନ୍ଦ, ରାସ୍ତା ଘାଟ ଶୁନଶାନ। ଏଭଳି ପରିସ୍ଥିତିରେ ବିଭିନ୍ନ ଜରୁରୀ ବିଭାଗର ଅଧିକାରୀ, କର୍ମଚାରୀମାନେ କରୋନା ମୁକାବିଲା ପାଇଁ ଲଢୁଛନ୍ତି। ଏହି କୋଭିଡ୍ ଯୋଦ୍ଧାମାନଙ୍କୁ କନ୍ଧମାଳ...
ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମାକୁ କରାଗଲା ସାନିଟାଇଜ୍
ପାପଡାହାଣ୍ଡି,୯।୪(ଡି.ଏନ୍.ଏ.): କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଗୁରୁବାର ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାକୁ ସାନିଟାଇଜ କରାଯାଇଛି। ଓୟୁଯେ ସଂଘ , ସ୍ବାସ୍ଥ୍ୟ, ବ୍ଲକ, ପୋଲିସ ଓ ଅଗ୍ନିଶମ ବିଭାଗର ମିଳିତ ଆନୁକୂଲ୍ୟରେ ଗାଁ ଅଞ୍ଚଳକୁ ପରିଷ୍କାର...
ଭିଡ଼ିଓ କନ୍ଫରେନ୍ସିଂରେ କ୍ୟାବିନେଟ ବୈଠକ: ଯୋଗଦେଲେ ମନ୍ତ୍ରୀ
ଛତ୍ରପୁର,୯ା୪(ଡି.ଏନ୍.ଏ.)- ଭିଡ଼ିଓ କନ୍ଫରେନ୍ସିଂରେ ଗୁରୁବାର ଓଡିଶା ସରକାରଙ୍କ ଗୁରୁତ୍ୱପୂର୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭିଡ଼ିଓ କନ୍ଫରେନ୍ସିଂ ହଲ୍ରେ ବସି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉକ୍ତ...
ଲକ୍ଡାଉନ୍ ନିୟମ ଉଲ୍ଲଂଘନ: ସିଲ୍ ହେଲା ମଦ ଦୋକାନ
ଡେରାବିଶ, ୯।୪ (ସ୍ବ.ପ୍ର.)-ମହାମାରୀ କରୋନାକୁ ସାରାଦେଶରେ ଲକ୍ଡାଉନ୍ କରାଯାଇଥିବା ବେଳେ ରାଜ୍ୟରେ ଏହାକୁ କଡ଼ାକଡ଼ି କରାଯାଇଛି। ଲକ୍ଡାଉନ୍ ସମୟରେ ସମସ୍ତ ମଦ ଦୋକନ ବନ୍ଦ ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ କେନ୍ଦ୍ରାପଡ଼ା ବ୍ଲକ ଅଧୀନ ବାଲିଆ ବଜାରରେ...
ଗଞ୍ଜାମ ଜିଲାପାଳଙ୍କ କଡ଼ା ଆଭିମୁଖ୍ୟ: ଏଣିକି ମାସ୍କ ନ ପିନ୍ଧିଲେ ମିଳିବ ନାହିଁ ଅତ୍ୟାବଶ୍ୟକୀୟ ସାମଗ୍ରୀ
ଛତ୍ରପୁର, ୯।୪(ଡି.ଏନ୍.ଏ.)- କରୋନା ମୁକାବିଲା ଦିଗରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ମାସ୍କ ନ ପିନ୍ଧିଥିଲେ ରାସନ, ପନିପରିବା ଏପରିକି ଔଷଧ ମିଳିବନି ବୋଲି ଜିଲାପାଳ ଗୁରୁବାର କହିଛନ୍ତି। ପୂର୍ବରୁ ମାସ୍କ...
Archives


