ଆମ ଜିଲା ଖବର

ସହରର ବିଭିନ୍ନ ସ୍ଥାନରେ ଚାଲିଛି ବିଶୋଧନ ପ୍ରକ୍ରିୟା

କେନ୍ଦୁଝର,୧୭ା୪(ସ୍ବ.ପ୍ର.): କରୋନା ମହାମାରୀ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଶୋଧନ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। କେନ୍ଦୁଝର ସହରର ବିଭିନ୍ନ ଅଫିସ, ଡାକ୍ତରଖାନା, ରାସ୍ତାଘାଟ ବିଶୋଧନ କରାଯାଉଛି। ଶୁକ୍ରବାର ମନୋଜ ମଞ୍ଜରୀ ଶିଶୁ ଭବନ, ତିନି ନମ୍ବର ୱାର୍ଡ ମୁସଲିମ୍‌...

ଭଦ୍ରକ ଜିଲାପାଳଙ୍କ ନିର୍ଦ୍ଦେଶନାମା: ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଗଣିବେ ୫୦୦ ତଣ୍ଡ

ଭଦ୍ରକ ଅଫିସ – ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ତଣ୍ଡ ଗଣିବେ ୫୦୦ ଟଙ୍କା। ଏନେଇ ଭଦ୍ରକ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ପରେ ଲୋକେ ଅନେକାଂଶରେ ସଚେତନ ହେବେ ବୋଲି...

ନିରାଡମ୍ବରରେ ପାଳିତ ହେଲା ବିଜୁ ଶ୍ରାଦ୍ଧବାର୍ଷିକୀ

ଭଦ୍ରକ ଅଫିସ,୧୭।୪: ନିରାଡ଼ମ୍ବର ଭାବେ ଶୁକ୍ରବାର ଭଦ୍ରକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ବାସଭବନ ପରିସରରେ ସାମାଜିକ ଦୂରତ୍ୱ ରଖାଯାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରାଯାଇଥିଲା। ଏହି ସମୟରେ ଅନ୍ୟ...

ଉଦ୍‌ଘାଟନ ପୂର୍ବରୁ ସମୀକ୍ଷା: ଅନୁଗୋଳ କୋଭିଡ-୧୯ ହସ୍ପିଟାଲ ଭିତ୍ତିଭୂମି, ପ୍ରସ୍ତୁତି ବୁଲି ଦେଖିଲେ ୫-ଟି ସଚିବ

ତାଳଚେର,୧୭।୪(ନି.ପ୍ର.): କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ସ୍ବତନ୍ତ୍ର କୋଭିଡ୍‌-୧୯ ଡାକ୍ତରଖାନା ନିର୍ମାଣ କରାଯାଉଛି। ଏହି କ୍ରମରେ ଅନୁଗୋଳ ଜିଲାରେ ମଧ୍ୟ ଗୋଟିଏ ଡାକ୍ତରଖାନା ନିର୍ମାଣର ପ୍ରସ୍ତୁତି ଚାଲିଛି। ଶୁକ୍ରବାର ସ୍ଥାନୀୟ ନେହୁରୁ ଶତାବ୍ଦୀ କେନ୍ଦ୍ରୀୟ...

ଲକ୍‌ଡାଉନ ଉଲ୍ଲଂଘନ: ପାଟଣା ପୋଲିସ ପକ୍ଷରୁ ୬୯ ବାଇକ, ୨କାର ଜବତ

ପାଟଣା,୧୭।୪(ସ୍ବ.ପ୍ର.): ସାରା ଦେଶରେ କରୋନା ଭୂତାଣୁ ସଂକ୍ରମଣରେ ଅଙ୍କୁଶ ଲଗାଇବାକୁ ସରକାର ଲକ୍‌ଡାଉନ କରିଥିବା ବେଳେ କେତେକ ଅମାନିଆ ଏହାକୁ ଉଲ୍ଲଂଘନ କରୁଛନ୍ତି। ବାଇକ୍‌ ଓ କାର ଧରି ବାହାରେ ବୁଲୁଛନ୍ତି। କେନ୍ଦୁଝର ଜିଲା ପାଟଣା ପୋଲିସ ପକ୍ଷରୁ ଶୁକ୍ରବାର...

ଗଞ୍ଜାମ କଲେଜ ହେବ କ୍ୱାରାଣ୍ଟାଇନ ସେଣ୍ଟର: ସାନିଟାଇଜର ସାମଗ୍ରୀ ପ୍ରଦାନ କରିବ ଗ୍ରାସୀମ କମ୍ପାନୀ

ଗଞ୍ଜାମ,୧୭।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି । ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁବାରେ ଲାଗିଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କ୍ରମରେ...

୧୧୮ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ

ଚୌଦ୍ୱାର,୧୭ା୪(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସହରାଞ୍ଚଳରେ ରହୁଥିବା ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ମଞ୍ଜୁର ହୋଇଥିବା ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ଥାନୀୟ କଳା ପ୍ରକାଶିନୀ କ୍ଲବ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା...

କରୋନା ସହାୟତା: ପ୍ରତ୍ୟେକ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ୫ ହଜାର ଟଙ୍କା

ପୁରୀ ଅଫିସ, ୧୭।୪: କରୋନା କଟକଣା ପାଇଁ ଗତ ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଫଳରେ ସେବାୟତଙ୍କ ଆର୍ଥିକ ସ୍ଥିତି ବିଗିଡିଯାଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷର ପ୍ରତ୍ୟେକ ସେବାୟତ ପରିବାରଙ୍କୁ ସହାୟତା...

ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ: ଜିଲାରୁ କେହି ବି ଭୁବନେଶ୍ୱର ଯିବେ ନାହିଁ

ଛତ୍ରପୁର, ୧୭।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାକୁ ହଟସ୍ପଟ ଅଞ୍ଚଳ ଭାବେ ସରକାର ଘୋଷଣା କରିଛନ୍ତି। ଏଣୁ ଭୁବନେଶ୍ୱରରୁ ଯାଉଥିବା ଲୋକ ତଥା ଅଧିକାରୀଙ୍କ ଉପରେ ଗଞ୍ଜାମ ଜ଼ିଲାପ୍ରଶାସନ ବିଶେଷ ଭାବେ ନଜର ରଖୁଛି। ବର୍ତ୍ତମାନ ସୁଦ୍ଧା ଅନୁମତି ନ ନେଇ ଭୁବନେଶ୍ୱର...

କରୋନା ସଚେତନତା: ଏହେଡ ତରଫରୁ ମାସ୍କ ଓ ସାବୁନ ବିତରଣ

ଜି.ଉଦୟଗିରି, ୧୭।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ନାଣ୍ଡାସ୍ଥିତ ଏହେଡ ସଂସ୍ଥା ତରଫରୁ ବ୍ଲକର ଦୁର୍ଗମ ଅଞ୍ଚଳ ସିରିକି, କଟାବାଲି, ମୁକୁଲିଙ୍ଗିଆ ଏବଂ ଜି .ଉଦୟଗିରି ଏନ୍‌ଏସି ଅଧୀନ ବୁଲୁନସୁଗାଠାରେ ଅସହାୟଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯାଉଛି। ଏଥିସହ...

୬୩ କଳାକାରଙ୍କୁ ମିଳିଲା ୪ ମାସର ଅଗ୍ରୀମ ଭତ୍ତା

ଦିଗପହଣ୍ଡି,୧୭ା୪(ଡି.ଏନ୍‌.ଏ.): କରୋନା ଲକ୍‌ଡାଉନ୍‌ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବସବାସ କରୁଥିବା ୬୩ କଳାକାରଙ୍କୁ ୪ ମାସର ଅଗ୍ରୀମ କଳାକାର ଭତ୍ତା ପ୍ରଦାନ କରାଯାଇଛି ବୋଲି ବିଡିଓ ହଳଧର ଶବର ଜଣାଇଛନ୍ତି। କଳାକାରଙ୍କୁ ଭତ୍ତା ପ୍ରଦାନ...

କରୋନା ମୁକାବିଲା: ସାଇକେଲରେ ସଚେତନତା ବାର୍ତ୍ତା ବାଣ୍ଟିଲା ଓଲଟପୁର ପୋଲିସ

କଣ୍ଟାପଡ଼ା, ୧୭।୪(ଡି.ଏନ୍‌.ଏ.): ମହାମାରୀ କରୋନାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। ଏ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ମେ’ ୩ ତାରିଖ ପର୍ଯ୍ୟନ୍ତ ଦେଶସାରା ଲକ୍‌ଡାଉନ ଲାଗୁ କରିଛନ୍ତି। ଏହି ସମୟରେ ଜରୁରୀ କାମ ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri