ଆମ ଜିଲା ଖବର

ନଈକୁ ଡେଇଁ ମଧ୍ୟ ଖସି ପାରିଲେନି ଅପରାଧୀ

ଝାରସୁଗୁଡା ଅଫିସ,୧୮ା୪- ଝାରସୁଗୁଡା ପୋଲିସ ଚୋରି ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନେ ହେଲେ ଝାରସୁଗୁଡ଼ା ସହର ସିରିଆ ବଗିଚା ଅଞ୍ଚଳର ମନିଷ ମୋର୍ଯ୍ୟ ଏବଂ ଟିଙ୍କୁ ବିଶୋୟୀ। ପୋଲିସ ପିଛା କରିବାରୁ ମନିଷ ବ୍ରିଜ ଉପରୁ...

ନିଜ ବେଳକୁ କଟକଣା ମାନୁନି ଜିଲା ପ୍ରଶାସନ

ଝାରସୁଗୁଡା ଅଫିସ,୧୮ା୪: କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପାଳନ କରାଯାଉଛି। ଲକଡାଉନ ସହିତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିଭିନ୍ନ ପରାମର୍ଷ ଓ କଟକଣା ମାନିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ଏହାକୁ ଖିଲାପ କରୁଥିବା ବ୍ୟକ୍ତିଙ୍କ...

ନାଁକୁ କଟକଣା ପାଳନ: କଣ୍ଟାପଡ଼ାରେ ଅସାଧୁ ବ୍ୟବସାୟୀଙ୍କ ଢାଲ ପାଲଟିଛି ପରିବା ଓ ଗ୍ରୋସରୀ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

କଣ୍ଟାପଡା, ୧୮।୪(ଡି.ଏନ୍‌.ଏ.): କରୋନାର ଗୋଷ୍ଠୀ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଲକ୍‌ଡାଉନ୍‌ କଟକଣା ଲଗାଇଛନ୍ତି। ଏହି ସମୟରେ କେବଳ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲାଯିବ ବୋଲି ନିର୍ଦ୍ଦେଶ ରହିଛି। ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ,...

ଝାରସୁଗୁଡ଼ାରେ ୨୦ ତାରିଖ ସୁଦ୍ଧା କୋଭିଡ୍‌ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସରିବ

ଝାରସୁଗୁଡା ଅଫିସ,୧୮ା୪-ଝାରସୁଗୁଡା ସହରରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଳିଛି। ସହରର ମଙ୍ଗଳବଜାରସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ଏହି ହସ୍ପିଟାଲ କାର୍ଯ୍ୟ ଚାଲିଛି। ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ...

କବାଟ ଭାଙ୍ଗି ଟଙ୍କା, ସୁନାଗହଣା ଚୋରିକରିନେଲେ ଦୁର୍ବୃତ୍ତ; ପୋଲିସର ତଦନ୍ତ ଆରମ୍ଭ

ଦିଗପହଣ୍ଡି,୧୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀମପୁର ଶାସନ ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଗ୍ରାମର ଅମିତ ତ୍ରିପାଠୀ ସପରିବାର ସହ ଶୋଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ।...

ବାଲେଶ୍ୱରରେ ଗ୍ରୋସରୀ ଦୋକାନୀଙ୍କ ଅଭିନବ ପଦକ୍ଷେପ: ଲଗାଇଲେ ‘ମାସ୍କ ନାହିଁ ତ ଜିନିଷ ନାହିଁ’ ପୋଷ୍ଟର

ବାଲେଶ୍ବର ଅଫିସ, ୧୮।୪-ରାଜ୍ୟରେ କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନାଠାରୁ ସୁରକ୍ଷା ଲାଗି ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ନାହିଁ ତ ଜିନିଷ ନାହିଁ ବୋଲି କେତେକ ଗ୍ରୋସରୀ (...

ଚୌଦ୍ୱାର ପୋଲିସ ପକ୍ଷରୁ ‘ଫାଇଟ୍‌ ଏଗ୍‌ନେଷ୍ଟ କୋଭିଡ୍‌-୧୯’ ପୁସ୍ତକ ବଣ୍ଟନ:  ଘରେ ରହି ଫୋନ୍‌ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ ବରିଷ୍ଠ ନାଗରିକ

ଚୌଦ୍ୱାର,୧୮ା୪(ଡି.ଏନ୍‌.ଏ.): କରୋନା ଭଳି ଭୂତାଣୁରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ୱ ଏବେ ଉଦ୍‌ବେଗ ସ୍ଥିତିରେ ଗତିକରୁଛି। ଏଥିରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭକରି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଭୂତାଣୁକୁ...

କାର ଧକ୍କାରେ ମହିଳାଙ୍କ ଜୀବନ ଗଲା, ଝିଅ ଗୁରୁତର

ଝାରସୁଗୁଡା ଅଫିସ,୧୮।୪-ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିକଟସ୍ଥ କୁକୁରିକାନି ସରକାରୀ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରୁଥିବା ବେଳେ ଶନିବାର ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି କୁତାବଗା ଗ୍ରାମର ୩୫ ବର୍ଷୀୟା ମହିଳା ଲତା...

ରବିବାରଠାରୁ ଭୀମସାର୍‌ରେ ହେବ କରୋନା ପୁଲ୍‌ ଟେଷ୍ଟ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରବିବାରଠାରୁ ସମ୍ବଲପୁରରେ କରୋନା ପୁଲ୍‌ ଟେଷ୍ଟ କରାଯିବ। ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭୀମସାର)ରେ ସମୀକ୍ଷା ପରେ ଶନିବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏ ନେଇ ସୂଚନା ଦେଇଛନ୍ତି। ପ୍ରତି ସିଫ୍ଟରେ...

ଗଞ୍ଜାମରୁ ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ସାମୀ ସିଲ୍‌ : ୨୪ ଘଣ୍ଟିଆ ଯାଞ୍ଚ, ସିସିଟିଭି ବ୍ୟବସ୍ଥା

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମର ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ଜ଼ିଲା ସୀମାକୁ ସିଲ୍‌ କରାଯାଇଛି। ଜିଲାପାଳ ବୁଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଗଞ୍ଜାମ-ଆନ୍ଧ୍ର ସୀମାନ୍ତ ବଳରାମପୁର ଠାରେ ଚେକ୍‌ଗେଟ କରାଯାଇ ଯାଞ୍ଚ କରାଯାଉଛି। ଏଥିସହ...

ଗଞ୍ଜାମ ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଲକ୍‌ଡାଉନ୍‌ ସମୟରେ ସୋସିଆଲ ମିଡିଆରେ ରାଜ୍ୟସ୍ତରୀୟ ଡ୍ୟାନ୍ସିଂ ପ୍ରତିଯୋଗିତା, ୨୫ରୁ ଆରମ୍ଭ

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ନେଇ ଲକ୍‌ଡାଉନ ସମୟରେ ଡ୍ରଇଂ, ପୋଷ୍ଟର, ପେଣ୍ଟିଙ୍ଗ ପ୍ରତିଯୋଗିତା ଏବଂ ଫଟୋସପ୍‌ ଶିକ୍ଷା ଆଦି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା। ଏବେ ସୋସିଆଲ ମିଡିଆରେ ରାଜ୍ୟସ୍ତରୀୟ ସୋଲୋ ଡ୍ୟାନ୍ସିଂ ସୁପରଷ୍ଟାର ପ୍ରତିଯୋଗୀତା ଆୟୋଜନ...

ଜୀବନ ପଛ କିଣାବିକା ଆଗ: ରାୟଗଡ଼ାରେ ଲକ୍‌ଡାଉନ୍‌ କଟକଣା ଉଲ୍ଲଂଘନ, ଡ୍ରେସ୍‌ ଦୋକାନରେ ଜମୁଛି ଭିଡ

ରାୟଗଡା ଅଫିସ, ୧୮।୪- କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ଆଗାମୀ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣାକୁ ବଢ଼ାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାୟଗଡା ଜିଲାପାଳ ପ୍ରମୋଦ କୁମାର ବେହେରା ମଧ୍ୟ ଏହି ରୋଗର କୌଣସି ପ୍ରତିକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri