ସୁରଟ ଫେରନ୍ତାଙ୍କୁ ରାସ୍ତାରେ ଓହ୍ଲାଇଦେଲା ବସ୍
ଆସିକା,୩ା୫(ଡି.ଏନ୍.ଏ.)- ସୁରତରୁ ୪୧୧ ପ୍ରବାସୀ ଓଡିଆ ରବିବାର ଆସିକା ବ୍ଲକରେ ପହଞ୍ଚତ୍ଛନ୍ତି। ସେମାନଙ୍କୁ ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ୩୨ଜଣ ପ୍ରବାସୀଙ୍କୁ ଏକ ବସ୍ ଆସିକା ବସ୍ଷ୍ଟାଣ୍ଡରେ ଓହ୍ଲାଇ ଚାଲିଯାଇଥିଲା। ସେମାନେ ଚାଲି ଚାଲି ଗଁାକୁ ଫେରୁଥିବାବେଳେ ପ୍ରଶାସନିକ ଅଧିକାରୀ...
କରୋନା ସ୍ଥିତି ସମୀକ୍ଷା କଲେ ନୋଡାଲ୍ ଅଧିକାରୀ
ରାୟଗଡ଼ା ଅଫିସ,୩ା୫: ରାଜ୍ୟ ସରକାରଙ୍କ ପକ୍ଷରୁ ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲା ନୋଡାଲ୍ ଅଧିକାରୀଭାବେ ନିଯୁକ୍ତ ଭି. ଭି ଯାଦବ ରବିବାର ରାୟଗଡ଼ା ଜିଲା ଗସ୍ତରେ ଆସି କରୋନା ମୁକାବିଲା ପାଇଁ ଜିଲାରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର...
ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା
ଆସିକା,୩ା୫(ଡି.ଏନ୍.ଏ.)- ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଲକ୍ଡାଉନ ଯୋଗୁ ମନ୍ଦିର ବେଢାରେ ଠାକୁରାଣୀଙ୍କୁ ବିଜେ କରାଯାଇ ବିଧି ମୁତାବକ ପୂଜାର୍ଚ୍ଚନା ହୋଇଥିଲା। ଶନିବାର ରାତ୍ରରେ ଠାକୁରାଣୀଙ୍କ ବିଜେ ପ୍ରତିମାକୁ ବେଢା ପରିକ୍ରମା...
ବଲାଙ୍ଗିର ଫେରୁଥିବା ଶ୍ରମିକଙ୍କ ସମସ୍ୟା ବୁଝିଲେ ତହସିଲଦାର
ଶେରଗଡ଼,୩ା୪(ଡି.ଏନ୍.ଏ.)- ଶେରଗଡ଼ ପଥରପୁଞ୍ଜି ଗ୍ରାମ ରାସ୍ତାରେ ରବିବାର ମଧ୍ୟାହ୍ନରେ ୩୦ଜଣ ଶ୍ରମିକ ଛୋଟ ଛୁଆଙ୍କୁ ଧରି ଚାଲିଚାଲି ଯାଉଥିବା ସ୍ଥାନୀୟ ଯୁବକମାନେ ଦେଖିଥିଲେ। ଏନେଇ ଶେରଗଡ଼ ତହସିଲଦାର ଡ଼.ଦୟାସିନ୍ଧୁ ପରିଡାଙ୍କୁ ଜଣାଇବା ପରେ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକଙ୍କ...
ଗୁଣପୁରରେ ପହଞ୍ଚିଲେ ୩୨ କେରଳଫେରନ୍ତା: ୨ ଜଣଙ୍କୁ ଜ୍ୱର
ଗୁଣପୁର,୩ା୫(ଡି.ଏନ୍.ଏ.): କେରଳରୁ ୩୨ ଜଣ ଶ୍ରମିକ ରବିବାର ରାୟଗଡ଼ା ଜିଲାର ଗୁଣପୁର ଅଞ୍ଚଳକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଅଞ୍ଚଳର ୬ ଜଣ ରହିଛନ୍ତି। ସମସ୍ତ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଆସି ରବିବାର ସକାଳେ...
ବିଷାକ୍ତ ଛତୁ ଖାଇ ୧୦ ଅସୁସ୍ଥ
ଠାକୁରମୁଣ୍ଡା,୩।୫(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ଚମକପୁର ଗ୍ରାମରେ ରବିବାର ବିଷାକ୍ତ ଜଙ୍ଗଲି ଛତୁ ଖାଇ ଗୋଟିଏ ପରିବାରର ୧୦ ଜଣ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ...
କ୍ଷେତରେ ଲହଡ଼ି ମାରୁଛି ବର୍ଷାଜଳ
ଆରଡି,୩ା୫(ଡି.ଏନ୍.ଏ.)- ଲକ୍ଡାଉନର ପ୍ରଭାବ ଯୋଗୁଁ ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସାଆଁଳପୁର ଗ୍ରାମରେ ପାଚିଲା ଧାନକଟାରେ ସମସ୍ୟା ଉପୁଜିଛି। ଏହା ସାଙ୍ଗକୁ ପ୍ରାୟ ଏକ ସପ୍ତାହ ହେଲା କାଳବୈଶାଖୀ ଯୋଗୁ ଝଡ଼ବର୍ଷା ଲାଗି ରହୁଥିବାରୁ ଚାଷ ଜମିରେ ବର୍ଷାଜଳ...
ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଆକ୍ରାନ୍ତ
ଭଣ୍ଡାରିପୋଖରୀ,୩ା୫(ଡି.ଏନ୍.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଶଗଡ଼ିିଆ ଗ୍ରାମର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଶନିବାର ଘରକୁ ଫେରିଛନ୍ତି। ତାଙ୍କୁ ହୋମ୍ କ୍ୱାରାଣ୍ଟାଇନରେ ରଖାଯାଇଛି। ଗତ ୨୦ ତାରିଖରେ ପଜିଟିଭ୍ ଚିହ୍ନଟ ପରେ ସେ...
ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ପରଖିଲେ କେନ୍ଦ୍ରୀୟ ଟିମ୍
ଭଣ୍ଡାରିପୋଖରୀ, ୩ା୫(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଆଯାଇଥିବା ବ୍ୟବସ୍ଥାକୁ ଏମ୍ସର କେନ୍ଦ୍ରୀୟ ଟିମ୍ ତଦାରଖ କରି ଫେରିଛନ୍ତି। ଭୁବନେଶ୍ୱରସ୍ଥିତ ଏମ୍ସର ଡାକ୍ତର ଦିନେଶ କୁମାର ସାହୁଙ୍କ ନେତୃତ୍ୱରେ ସହକାରୀ ପ୍ରଫେସର ଡା. ବିନୋଦ ପାତ୍ର, ଏସଏମ୍ଓ(ସର୍ଭେଲାନ୍ସ ମେଡିକାଲ...
ମଦ ଭାଟିରେ ଚଢ଼ାଉ
ରାଇରଙ୍ଗପୁର,୩ା୫(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ନିକଟବର୍ତ୍ତି ତେଣ୍ଟପୋଷି ଗ୍ରାମର ଏକ ନାଳ ପାର୍ଶ୍ୱରେ ଚାଲିଥିବା ବେଆଇନ ମଦ ରନ୍ଧା ଭାଟି ଉପରେ ପୋଲିସ ଚଢାଉ କରି ୫୦ ଲିଟର ଦେଶୀ ମଦ ଜବତ କରିଛି।...
ବଚସାରୁ ଭୁଜାଲି ମାଡ଼
ବାରିପଦା ଅଫିସ, ୩ା୫- ମୟୂରଭଞ୍ଜ ଜିଲା ବାରିପଦା ହାଟରେ ରବିବାର ସାମାନ୍ୟ ବଚସାରୁ ଭୁଜାଲି ମାଡ଼ରେ ଜଣେ ବ୍ୟକ୍ତି ଗୁରତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପିଆରଏମ୍ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତି ଜଣକ ହେଲେ ସହରର...
ଜୀବନବିନ୍ଦୁରେ ୪୨ ୟୁନିଟ୍ ରକ୍ତ ସଂଗ୍ରହ
କେନ୍ଦୁଝର, ୩ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ନିର୍ବାଚନ ମଣ୍ଡଳୀର ପଳାଶପଙ୍ଗା ୪ନଂ. ଜିଲାପରିଷଦ ଜୋନରେ ରବିବାର ପର୍ଜନପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରରେ ମୋଟ ୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।...
Archives


