ଆମ ଜିଲା ଖବର

୧୭ ଚୋରା ବାଇକ ଜବତ, ୨ ଗିରଫ

ଆର.ଉଦୟଗିରି,୧୩ା୫(ଡି.ଏନ.ଏ.)- ଅଡବା ପୋଲିସ ଏକ ବାଇକ ଚୋର ରାକେଟ୍‌ର ପର୍ଦ୍ଧାଫାଶ କରିବା ସହ ୧୭ ଚୋରା ବାଇକ ଜବତ କରି ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିରିକୋଟ ଗ୍ରାମ ଖ୍ରୀଷ୍ଟିୟାନ ସାହିର ସଲ୍‌ମନ ନାୟକ, ତ୍ରିନାଥ ରେଡ୍ଡୀ। ଅଡବା...

ବିଚାରାଧୀନ ବନ୍ଦୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ଗଲା

ଦେବଗଡ,୧୩।୫(ଡି.ଏନ.ଏ.)-କରୋନା ସଂକ୍ରମଣ ରୋକିବା ନିମନ୍ତେ ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରର ବିଚାରାଧୀନ ବନ୍ଦୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି। ଅନ୍ତେବାସୀଙ୍କୁ ସାନିଟାଇଜର, ସାବୁନ ଓ ମାସ୍କ ଆଦି ପ୍ରଦାନ କରାଯାଇଛି। ଜେଲ ପ୍ରକୋଷ୍ଠରେ ଅନ୍ତୋବାସୀଙ୍କ ମଧ୍ୟରେ ସାମାଜିକ...

ଜୁନାଗଡ ଓକିଲ ସଂଘ ବାଛିଲା ଅନ୍ତରୀଣ କମିଟି

ଜୁନାଗଡ,୧୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ଓକିଲ ସଂଘ କାର୍ଯ୍ୟନିର୍ବାହୀ କମିଟିର ଜରୁରୀକାଳୀନ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସର୍ବସମ୍ମତିକ୍ରମେ ଚଳିତ ବର୍ଷ ପାଇଁ ଏକ ଅନ୍ତରୀଣ କମିଟି ଗଠନ କରାଯାଇଛି। ଏହି କମିଟିରେ ପୂର୍ବତନ ଓକିଲ ସଂଘ ସଭାପତି ଅଶୋକ...

ଚିକିତ୍ସା ସହାୟତା ପାଇଁ ନିବେଦନ, ଧରିତ୍ରୀ ଖବରକୁ ଟୁଇଟ୍‌ କଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୧୩।୫: ବରଗଡ଼ ଜିଲା ପାଇକମାଲ ଥାନା ଯୋଗୀନ୍ଦ୍ରନାଥପୁର ଗ୍ରାମର ଭାନୁମତୀ ଓ ଉଦ୍ଧବ ଗୁଣ୍ଡିଙ୍କ ଏକବର୍ଷର ଶିଶୁକନ୍ୟା ନିକିତାଙ୍କ ଶରୀର ଦିନକୁ ଦିନ ବଙ୍କେଇ ଯାଉଛି । ପ୍ରବାସୀ ଶ୍ରମିକ ପରିବାର ହୋଇଥିବା ଯୋଗୁ ସେମାନେ ଶିଶୁକନ୍ୟାର ଚିକିତ୍ସା...

ଧାନବିକ୍ରି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ

ବରଗଡ଼ ଅଫିସ୍‌,୧୩।୫: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ବୁଧବାର ୫ଦିନ ବିତିଛି। ମାତ୍ର ଧାନ ସଂଗ୍ରହ ଆରମ୍ଭରୁ ଚାଷୀମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । କେତେକ ଚାଷୀଙ୍କୁ ଟୋକନ ମିଳି ନଥିବା ଯୋଗୁ ଧାନବିକ୍ରିରୁ...

ଧଣ୍ଡାମୁଣ୍ଡା ପଞ୍ଚାୟତ ସଟ୍‌ଡାଉନ, ଦୋକାନ ବଜାର ବନ୍ଦ

ଖପ୍ରାଖୋଲ, ୧୩ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ରାଜ୍ୟ ବାହାରୁ ଅନେକ ପ୍ରବାସୀ ଶ୍ରମିକ ଫେରିଛନ୍ତି। ସଂକ୍ରମଣ ଭୟରେ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ କୁମ୍ଭାର ୧୨ଘଣ୍ଟା ପାଇଁ ପଞ୍ଚାୟତକୁ ସଟ୍‌ ଡାଉନ୍‌ ଘୋଷଣା କରିଥିଲେ।...

ବାଲିଯୋରୀ କପଡ଼ା ବଜାର ବନ୍ଦ, ସ୍ଥାନାନ୍ତର ଦାବି କଲେ ଗ୍ରାମବାସୀ

ବରଗଡ଼ ଅଫିସ୍‌,୧୩।୫: ବରଗଡ଼ ଜିଲା ବେହେରା ମାର୍କେଟ୍‌ ୟାର୍ଡ଼ରେ ବସୁଥିବା ବାଲିଯୋରୀ କପଡ଼ା ବଜାରକୁ ବନ୍ଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ବୁଧବାର ବାଲିଯୋରୀ ଗ୍ରାମବାସୀ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର...

ଶ୍ରମିକଙ୍କୁ ନିର୍ଯାତନା ଘଟଣାରେ ଫେରାର ଦଲାଲ ଗିରଫ ହେଲେ

ଦେବଗଡ଼,୧୩।୫(ଡି.ଏନ.ଏ.)-୨୦୧୯ ଜାନୁୟାରୀରେ ଜଣେ ଦଲାଲଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ୧୧ ଶ୍ରମିକଙ୍କୁ ବିହାରର ଗୟା ଜିଲାରୁ ରିଆମାଳ ଥାନା ପୋଲିସ ଉଦ୍ଧାର କରିଥିଲା। ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ମାତ୍ର କର୍ଡାପାଳ ଗ୍ରାମର ଶ୍ରମିକ ଦଲାଲ କ୍ଷୀରୋଦ...

ଦେବଗଡ଼ରେ କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି

ଦେବଗଡ଼,୧୩।୫(ଡି.ଏନ.ଏ.)-ବୁଧବାର ଅପରାହ୍ନରେ ଦେବଗଡ଼ ପୌରାଞ୍ଚଳ ସମେତ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡବଡ ଗଛ ଭାଙ୍ଗି ପଡିଛି। ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିବା ସହ ତାର ଛିଡିଛି। ଫଳରେ ଦେବଗଡ଼ ସହର ଓ ଆଖପାଖ...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ନିଆଳି,୧୩।୫(ଡି.ଏନ୍‌.ଏ.): କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ଦେବୀ-କନ୍ଦଳ ଦିପାଞ୍ଚଳ ଅଗ୍ରଣୀ ସନ୍‌ସାଇନ ୟୁଥ କ୍ଲବ ଆନୂକଲ୍ୟରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ମହାମାରୀ କବଳରୁ ଜନ ସମାଜକୁ ରକ୍ଷା କରୁଥିବା ଯୋଦ୍ଧା ଭାବେ ତହସିଲଦାର ବିଦ୍ୟାଧର ପତି,...

ଯାଜପୁର ଜିଲାରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍‌

ଯାଜପୁର ଅଫିସ୍‌,୧୩।୫: କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍‌ ବୁଧବାର ଯାଜପୁର ଜିଲା ଗସ୍ତ କରି ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ସ୍ଥିତି ଓ ଚିକିତ୍ସା ପ୍ରଣାଳୀ ସହ ସ୍ବାବ ସଂଗ୍ରହ, ରିପୋର୍ଟ, ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମସି) ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ଏହି...

ସାପକାମୁଡ଼ାରେ ନାବାଳକଙ୍କ ଜୀବନ ଗଲା

କେନ୍ଦୁଝର,୧୩ା୫ (ସ୍ବ.ପ୍ର.)-ସାପ କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାଞ୍ଜିପାଣି ଥାନା କୁଅଁର ଗ୍ରାମର ମହାଜନ ସ୍ୱାଇଁଙ୍କ ପୁଅ ଜିତେନ୍ଦ୍ର (୮)। ବୁଧବାର ଘରେ ଶୋଇଥିବାବେଳେ ତାଙ୍କୁ ଏକ ସାପ କାମୁଡ଼ିଥିଲା। ପରିବାରଲୋକେ ଗୁରୁତର ଜିତେନ୍ଦ୍ରଙ୍କୁ ବାଂଶପାଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri