ଧାନବିକ୍ରି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ

ବରଗଡ଼ ଅଫିସ୍‌,୧୩।୫: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ବୁଧବାର ୫ଦିନ ବିତିଛି। ମାତ୍ର ଧାନ ସଂଗ୍ରହ ଆରମ୍ଭରୁ ଚାଷୀମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । କେତେକ ଚାଷୀଙ୍କୁ ଟୋକନ ମିଳି ନଥିବା ଯୋଗୁ ଧାନବିକ୍ରିରୁ ସେମାନେ ବଞ୍ଚିତ ହୋଇଥିବାବେଳେ କରୋନା ମୁକାବିଲା ସମୟାରେ ଚକ୍ଷୁ ସ୍କାନିଂକୁ ଚାଷୀମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏଭଳି ସମସ୍ୟାର ସମାଧାନ ପାଇଁ ବୁଧବାର ଚାଷୀ ସଂଗଠନ ଜୟ କିସାନ୍‌ ଆନ୍ଦୋଳନର ନେତୃତ୍ୱରେ ବରଗଡ଼ ଜିଲା ସୋହେଲା ବ୍ଲକ ସରକଣ୍ଡା ଅଞ୍ଚଳର ଚାଷୀମାନେ ବରଗଡ଼ ଜିଲା ଯୋଗାଣ ଅଧିକାରୀ(ସିଏସଓ)ଙ୍କୁ ଭେଟିଥିଲେ। ଏ ନେଇ ସିଏସଓ ଦୁର୍ଗାଚରଣ ଭେସ୍ରାଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସରକଣ୍ଡା ଅଞ୍ଚଳର ଚାଷୀଙ୍କ ପାଇଁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅଢ଼େଇ ଏକର ଜମିର ଧାନବିକ୍ରିର ନିର୍ଦ୍ଦେଶ ରହିଥିବାବେଳେ ଅନେକ ଚାଷୀଙ୍କ ପାଇଁ ତାହା ଅଧ ଏକରରୁ ଦେଢ଼ ଏକର ପଯର୍‌ୟନ୍ତ ଉଲ୍ଲେଖିତ ରହିଥିବା ଅଭିଯୋଗ ହୋଇଛି। ସେହିପରି ଅନେକ ଚାଷୀଙ୍କ ପାଖକୁ ଏପର୍ଯ୍ୟନ୍ତ ପରିଚୟପତ୍ର ପହଞ୍ଚି ନଥିବାବେଳେ ଚାଷୀଙ୍କୁ ବସ୍ତା ମଧ୍ୟ ଯୋଗାଇ ଦିଆଯାଉ ନାହିଁ। ଏହା ସହିତ କରୋନା ସଂକ୍ରମଣ ପ୍ରତିହତକୁ ଗୁରୁତ୍ୱ ଦିଆଯାଉ ଥିବାବେଳେ ସାମ୍ପ୍ରତିକ ସ୍ଥିତିରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଚକ୍ଷୁ ସ୍କାନିଂ ବଦଳରେ ଆଧାର କାର୍ଡ଼କୁ ଦେଖି ଧାନ କିଣାଯିବାକୁ ଚାଷୀମାନେ ଦାବି କରିଛନ୍ତି । ସ୍ମାରକପତ୍ର ପ୍ରଦାନ ସମୟରେ ଜୟ କିଶାନ ଆନ୍ଦୋଳନର ଚାଷୀନେତା ସୁଶିଲ କୁମାର ସାହୁ, ହର ବଣିଆ, ବିଶ୍ୱ ସା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri