ଆମ ଜିଲା ଖବର

ଶଙ୍କରପୁର ସାହି ରାସ୍ତା ସିଲ୍‌ କଲା ବିଏମ୍‌ସି: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ୮୫ ପରିବାରକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୬ା୫: ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଶଙ୍କରପୁର ସାହିକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ଶୁକ୍ରବାର ବିଳମ୍ବିତ ରାତିରୁ ସିଲ୍‌ କରିଛି ବ୍ରହ୍ମପୁର ମହାନଗର ନିଗମ(ବିଏମସି)। ଶନିବାରଠାରୁ କଣ୍ଟ୍ରୋଲ ଜୋନ୍‌ ମଧ୍ୟରେ ରହିଥିବା ସମସ୍ତ ପରିବାରଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ...

କର୍ଲାମୁଣ୍ଡା ବ୍ଲକ: କ୍ୱାରାଣ୍ଟାଇନରେ ୨୦୮ ପ୍ରବାସୀ

କର୍ଲାମୁଣ୍ଡା୧୬।୫(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରେ ୨୦୮ ଜଣ ପ୍ରବାସୀ ଓଡିଆଙ୍କୁ ସୁରକ୍ଷିତ ରଖାଯାଇଛି। ଶନିବାର ୩୧ ଜଣ ପ୍ରବାସୀ ତାମିଲନାଡୁରୁ ରିଷିଡା ଫେରିବା ପରେ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, ସରପଞ୍ଚ ସରସ୍ବତୀ ମାଝୀ, ପିଇଓ କ୍ଷିରସିନ୍ଧୁ...

୩ ଲକ୍ଷ ଟଙ୍କାରେ ଭଡା କରି ଆଣିଥିଲେ : ଅଧାବାଟରେ ୫୦ ପ୍ରବାସୀଙ୍କୁ ଛାଡି ଚାଲିଗଲା ବସ୍‌

ବାଲିଗୁଡା/କୋଟଗଡ,୧୬ା୫(ଡି.ଏନ୍‌.ଏ.)- ପୁଣି ସାମ୍ନାକୁ ଆସିଲା ପ୍ରବାସୀ ଓଡ଼ିଆଙ୍କ ଦୁଃଖ। ତାମିଲନାଡୁରୁ ବସ୍‌ ଭଡା କରି ୫୧ଜଣ ପ୍ରବାସୀ ଓଡ଼ିଆ କଳାହାଣ୍ଡି ଜିଲା ଏମ୍‌.ରାମପୁର ଫେରୁଥିବାବେଳେ ଶନିବାର କୋଟଗଡରେ ଓହ୍ଲାଇ ପଳାଇଛି ବସ୍‌। କୋଟଗଡ ବିଡିଓ ଓ ପୋଲିସ ପ୍ରବାସୀମାନଙ୍କ ଖାଇବା...

‘ବାଲେଶ୍ୱରରେ ଲଗାଯାଉ କରୋନା ଟେଷ୍ଟିଂ ମେଶିନ’

ବାଲେଶ୍ୱର ଅଫିସ, ୧୬।୫-ବାଲେଶ୍ୱରରେ କରୋନା ପରୀକ୍ଷଣ ପାଇଁ ଅତ୍ୟାଧୁନିକ ଟେଷ୍ଟିଂ ମେଶିନର ପ୍ରତିଷ୍ଠା କରାଯାଉ ବୋଲି ବାଲେଶ୍ୱର ଜିଲା ସଦର ବିଧାୟକ ମଦନ ମୋହନ ଦତ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଦାବି କରିଛନ୍ତି। ପଶ୍ଚିମବଙ୍ଗ ପଡୋଶୀ ବାଲେଶ୍ୱର...

‘ସପ୍ତାହରେ କିଛି ଦିନ ଖୋଲାଯାଉ ଲୁଗା ଦୋକାନ’

ବାଲେଶ୍ୱର ଅଫିସ, ୧୬।୫-ବାଲେଶ୍ୱର ଟେକ୍ସଟାଇଲ୍‌ ଆଣ୍ଡ ରେଡ଼ିମେଡ ମର୍ଚ୍ଚାଣ୍ଟ ଆସୋସିଏଶନ୍‌ ତରଫରୁ ଜିଲାରେ ଦୀର୍ଘ ୫୫ଦିନ ଧରି ବନ୍ଦ ରହିଥିବା ରେଡ଼ିମେଡ ଡ୍ରେସ୍‌ ଏବଂ ଲୁଗା ଦୋକାନ ସପ୍ତାହରେ କିଛି ଦିନ ଖୋଲିବାକୁ ଜିଲାପାଳଙ୍କ ନିକଟରେ ଲିଖିତ ଦାବି କରାଯାଇଥିଲା।...

ଟ୍ରକରେ ଅସୁରକ୍ଷିତ ଯାତ୍ରା କରୁଛନ୍ତି ଶ୍ରମିକ

କେନ୍ଦୁଝର,୧୬ା୫(ସ୍ବ.ପ୍ର.)-ସାରା ଦେଶରେ ଜାରି ରହିଛି ଲକଡାଉନ। ଏହି ସମୟରେ କେନ୍ଦୁଝର ଜିଲା ଦେଇ ଯାଇଥିବା ଏନ୍‌ଏଚ ୪୯ ନଂ ଓ ୨୦ ନଂ. ରେ ପ୍ରତିଦନ ବହୁ ସଂଖ୍ୟାରେ ବାହାର ଜିଲା ଓ ରାଜ୍ୟର ଶ୍ରମିକମାନେ ଯାତାୟତ କରୁଛନ୍ତି। ପ୍ରବଳ...

ଜିଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା: ପ୍ରଥମ ଦିନରେ ପଢ଼ିଲେ ୩୦୦୯ ପିଲା

ରାୟଗଡ଼ା ଅଫିସ,୧୬ା୫: ରାୟଗଡ଼ାରେ ଆରମ୍ଭ ହେଲା ଇ-ସୁବିଦ୍ୟା । ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷକ ଗାଁକୁ ଯାଇ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦାରା ପ୍ରସ୍ତୁତ ଏହି ଅଭିଯାନ ମୁତାବକ ଶୁକ୍ରବାର...

ଉତ୍ତରାଞ୍ଚଳ ଆର୍‌ଡିସିଙ୍କ ଝାରସୁଗୁଡ଼ା ଗସ୍ତ: କୋଭିଡ୍‌ କେନ୍ଦ୍ର ପରିଦର୍ଶନ

ଲଖନପୁର,୧୬ା୫(ଡି.ଏନ୍‌.ଏ.) : ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଏହାର ତଦାରଖ ପାଇଁ ସରକାର କେତେକ ବରିଷ୍ଠ ଆଇଏଏସ୍‌ଙ୍କୁ ନିୟୋଜିତ କରିଛନ୍ତି। ବରିଷ୍ଠ ଆଇଏଏସ୍‌ଙ୍କ ମଧ୍ୟରେ ଉତ୍ତରାଞ୍ଚଳ ଆର୍‌ଡିସି ନିରଞ୍ଜନ ସାହୁ ଝାରସୁଗୁଡା...

ତେଲେଙ୍ଗାନାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଅନୁମତି ଦେଲାନି ପ୍ରଶାସନ

ମାଲକାନଗିରି,୧୬ା୫(ଡି.ଏନ୍‌.ଏ.): ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ସେରପାଲ୍ଲୀ ପଞ୍ଚାୟତର ପଦରାଗୁଡ଼ା ଗ୍ରାମର ଜଣେ ବ୍ୟକ୍ତି କାମ କରିବା ପାଇଁ ତେଲେଙ୍ଗାନା ଯାଇଥିବା ବେଳେ କରୋନା ଯୋଗୁ ଚିକିତ୍ସା ସେବା ନ ପାଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଗ୍ରାମର...

ଗଞ୍ଜାମ ସୀମାନ୍ତ ଚେକ୍‌ ପୋଷ୍ଟ, ଏନ୍‌ଏଚ୍‌ରୁ ଶ୍ରମିକଙ୍କୁ ନିଜ ଜିଲାକୁ ପଠାଉଛି ଜିଲା ପ୍ରଶାସନ-ପୋଲିସ

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- ଚାଲି ଚାଲି ଅନ୍ୟ ରାଜ୍ୟକୁ ତଥା ନିଜ ଘରକୁ ଫେରୁଥିବା ଶ୍ରମିକଙ୍କୁ ଗଞ୍ଜାମ ଜ଼ିଲା ସୀମାନ୍ତ ଗିରିଶୋଳା ଚେକପୋଷ୍ଟ ଏବଂ ଜାତୀୟ ରାଜପଥରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଉଦ୍ଧାର କରାଯାଉଛି। ପରେ ଉକ୍ତ ଶ୍ରମିକଙ୍କୁ ନିଜ...

ସତ୍ୟ ସ୍ବାଇଁଙ୍କୁ ଗୁଜରାଟ ପୋଲିସ ପିଟିପିଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଫାଶୀ ଦାବି

ଭଞ୍ଜନଗର,୧୬ା୫(ଡି.ଏନ୍‌.ଏ.): ଗୁଜରାଟ ପୋଲିସ ସତ୍ୟବାନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା କରିବା ପରେ ସମସ୍ତ ପ୍ରମାଣ ନଷ୍ଟ ଲାଗି ଅପଚେଷ୍ଟା ଚଳାଇଛି। ମୋ’ ପୁଅ ଯେମିତି ବାପ ଛେଉଣ୍ଡ ହୋଇଗଲା ସେମିତି ଦୋଷୀମାନଙ୍କୁ ମଧ୍ୟ ଫାଶୀ ଦିଆଯାଉ ବୋଲି ମୃତ ସତ୍ୟଙ୍କ...

ପୂର୍ଣ୍ଣ ଜେନାଙ୍କୁ ହତ୍ୟା ଉଦ୍ୟମ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଏସ୍‌ପିଙ୍କୁ ଫେରାଦ

ବ୍ରହ୍ମପୁର ଅଫିସ,୧୬ା୫: ଏକ ହତ୍ୟା ମାମଲାର ସାକ୍ଷୀଙ୍କୁ ଆକ୍ରମଣ ଘଟଣାର ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଶନିବାର ସଦର ଥାନା ରୋହିଗାଁର ଆକ୍ରମଣର ଶିକାର ହୋଇଥିବା ପରିବାରବର୍ଗ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି। ଗତ ୧୦ ତାରିଖରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri