ଜିଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା: ପ୍ରଥମ ଦିନରେ ପଢ଼ିଲେ ୩୦୦୯ ପିଲା

ରାୟଗଡ଼ା ଅଫିସ,୧୬ା୫: ରାୟଗଡ଼ାରେ ଆରମ୍ଭ ହେଲା ଇ-ସୁବିଦ୍ୟା । ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷକ ଗାଁକୁ ଯାଇ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦାରା ପ୍ରସ୍ତୁତ ଏହି ଅଭିଯାନ ମୁତାବକ ଶୁକ୍ରବାର ଜିଲାର ବିଭିନ୍ନ ଗ୍ରାମକୁ ଯାଇ କଲ୍ୟାଣ ବିଭାଗ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ ପ୍ରଦାନପୂର୍ବକ ଅଭିଯାନର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମେ’ ୧୫ରୁ ଜୁନ୍‌ ୧୭ ଯାଏ ଚାଲିବାକୁ ଥିବା ଏଇ କାର୍ଯ୍ୟକ୍ରମରେ ଜିଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ୧୧ଟି ବ୍ଲକରେ ଥିବା ୫୬୦ଟି ହଷ୍ଟେଲର୍‌ ୬୪୦୦୦ ପିଲା ଏଥିରେ ଉପକୃତ ହେବେ। କାର୍ଯ୍ୟକ୍ରମ ମୁତାବକ ପ୍ରତି ଶିକ୍ଷକ ସୋମବାରରୁ ଶୁକ୍ରବାର ୫ଟି ଗାଁକୁ ଯାଇ ଗାଁରେ ଥିବା ପିଲାଙ୍କୁ ୩ ଘଣ୍ଟା ବିଭିନ୍ନ ବିଷୟରେ ଶିକ୍ଷାଦାନ ଦେବେ। ଏଥିରେ ଗାଁରେ ଥିବା ଅନ୍ୟ ବିଭାଗୀୟ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ଶିକ୍ଷକମାନେ ଶିକ୍ଷାଦାନ ଦେବେ । ଶୁକ୍ରବାର ଜିଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗରେ କର୍ମରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜ ନିଜ ବିଦ୍ୟାଳୟ ଆଖାପାଖରେ ଚିହ୍ନଟ ହୋଇଥିବା ଗାଁକୁ ଯାଇ ପ୍ରଥମେ ପିଲାଙ୍କ ତାଲିକା ପ୍ରସ୍ତୁତ କରିବା ସହ କୋଭିଡ୍‌ ୧୯ର ଭୟାଭୟତା ଓ ତା’ର ପ୍ରତିକାର ସମ୍ପର୍କରେ ଉଭୟ ପିଲା ଓ ଅଭିଭାକମାନଙ୍କୁ ବୁଝାଇ ଥିଲେ। ପରେ ପ୍ରଥମରୁ ପଞ୍ଚମ ଏବଂ ଷଷ୍ଠରୁ ସପ୍ତମ ଶ୍ରେଣୀ ଅନୁଯାୟୀ ପ୍ରସ୍ତୁତ କନିଷ୍ଠ ଓ ବରିଷ୍ଠ ବର୍ଗର ପିଲାଙ୍କୁ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ, ଇଂରାଜୀ ଆଦି ବିଷୟରେ ଶିକ୍ଷାଦନ ସହ ପ୍ରକଳ୍ପ କାର୍ଯ୍ୟ ପ୍ରଦାନ କରିଥିଲେ। ପ୍ରଥମ ଦିନରେ ୨୦୩ ଜଣ ଶିକ୍ଷକ ଜିଲାର ୨୦୩ଟି ଗ୍ରାମକୁ ଯାଇ ୩୦୦୯ ଜଣ ପିଲାଙ୍କୁ ଶିକ୍ଷାଦାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri