ଆମ ଜିଲା ଖବର

୧୩ରୁ ଖୋଲିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ,୧୦ା୯(ସ୍ବ.ପ୍ର.): କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୧୩ ତାରିଖରୁ ଖୋଲିବ। ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରିସର୍ଚ୍ଚ ସ୍କଲାରମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଖୋଲାଯିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା…

ଜାମିନରେ ଆସି ଲୁଟ କରି ଧରାପଡ଼ିଲେ

ବ୍ରହ୍ମପୁର ଅଫିସ,୧୦।୯: ଜଣେ ବ୍ୟବସାୟୀଙ୍କଠୁ ଟଙ୍କା ଲୁଟ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ଜଣଙ୍କୁ କାବୁ କରିଛି। ସେ ହେଲେ ଲାଞ୍ଜିପଲ୍ଲୀର ମନୋଜ ପାଣିଗ୍ରାହୀ। ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍‌ ଓ ଗୋଟିଏ ସାଇକେଲ ଜବତ ହୋଇଛି। ମନୋଜ କିଛିଦିନ…

ଚୋରକୁ ଧରାଇ ଦେଲା ସିସିଟିଭି

ଲୋଇସିଂହା,୧୦।୯(ଡି.ଏନ.ଏ): ଏଟିଏମ କାର୍ଡ ଚୋରି କରି ଟଙ୍କା ଉଠାଇ ନେବା ଘଟଣାରେ ବଲାଙ୍ଗୀର ଜିଲା ଲୋଇସିଂହା ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ କନ୍ଦାଜୁରୀ ଗ୍ରାମର ମୁକୁନ୍ଦ ସାହୁ(୩୮)। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ…

ରାତି ପାହିଲେ ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର

ସମ୍ବଲପୁର,୧୦ା୯ (ବ୍ୟୁରୋ): ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର । ପୁରପଲ୍ଲୀ ସବୁଠି ଉତ୍ସବମୁଖର। ରାତି ପାହିଲେ ଇଷ୍ଟଦେବୀ ସମଲେଇଙ୍କଠାରେ ଧାର୍ଯ୍ୟ ଲଗ୍ନ ଅନୁସାରେ ଲାଗିହେବ ନବାନ୍ନ। ପରେ ପଶ୍ଚିମ ଓଡ଼ିଶାବାସୀ ଘରେ ଘରେ ନୂଆଁ ଖାଇବେ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ…

ବଂଶଧାରାରେ ବୁଡ଼ି ଜଣଙ୍କ ମୃତ୍ୟୁ, ମିଳୁନି ଅନ୍ୟ ଜଣଙ୍କ ପତ୍ତା

କାଶୀନଗର,୧୦ା୯(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ବଂଶଧାରା ନଦୀରେ ଗୁରୁବାର ସନ୍ଧ୍ୟାରେ ୨ ନାବାଳକ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ରାତିରେ ଜଣଙ୍କ ମୃତଦେହ ଠାବ କରାଯାଇଥିଲା। ହେଲେ ୨୪ ଘଣ୍ଟା ପରେ ମଧ୍ୟ ଅନ୍ୟ ଜଣଙ୍କ ପତ୍ତା…

ନିଲମ୍ବିତ ହେଲେ ମଉସୁଧା ସରପଞ୍ଚ

ଚାନ୍ଦବାଲି,୧୦।୯(ଡି.ଏନ.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଚିଠି ନଂ.୧୫୧୫୩ ତା ୮।୯।୨୧ ରିଖ ଅନୁସାରେ ଶାନ୍ତିଲତାଙ୍କୁ ନିଲମ୍ବନ ନିର୍ଦ୍ଦେଶ…

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ପାର୍ଶଲ ବୋଝେଇ ଟ୍ରକ

ଗଞ୍ଜାମ,୧୦ା୯(ଡି.ଏନ୍‌.ଏ.): ୧୬ ନଂ. ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ଏକ ପାର୍ଶଲ ବୋଝଇ ଟ୍ରକ୍‌ ରୋଡ୍‌ ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିବା ଜଣାପଡ଼ିଛି l ଏହି ଦୁର୍ଘଟଣା ଫଳରେ ବିଦ୍ୟୁତ ସରବରାହ ବନ୍ଦ କରି…

କଲେଜ ଅଧ୍ୟକ୍ଷଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାଟଣା,୧୦ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଝାରବେଡ଼ା ଗ୍ରାମରେ ଗୁରୁବାର ବିଲମ୍ବିତ ରାତିରେ ଗଜେନ୍ଦ୍ର ନାରାୟଣ ସାହୁଙ୍କ ଘର ପଛପଟ ଝରକା ଗ୍ରୀଲ ତାଡ଼ି ଘରେ ପଶି ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ…

୭ ହଜାର ଶାମୁକାରେ ପ୍ରଭୁ ଗଜାନନଙ୍କ ବାଲୁକା କଳା ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ ଅଫିସ,୧୦ା୯: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ପ୍ରୟାସ କରିଛନ୍ତି। ପ୍ରଥମଥର ସେ ୭ ହଜାର ଶାମୁକା ନେଇ ପୁରୀ ବେଳାଭୂମିରେ ପ୍ରଭୁ ଗଜାନନଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି। ଏହା ଖୁବ୍‌ ସୁନ୍ଦର ହୋଇଛି।…

ଆଜିଠୁ ୩ ଦିନ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୦ା୯: ନୂତନ ଏସ୍‌ଓପି ଅନୁସାରେ ଏଣିକି ଶନିବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ହେବ। ସାନିଟାଇଜ ପାଇଁ କେବଳ ରବିବାର ଦର୍ଶନ ବନ୍ଦ ରହିବ। ଏହି ନୂଆ ଏସ୍‌ଓପି ଆସନ୍ତା ୧୩ ତାରିଖଠାରୁ ଲାଗୁ ହେବ। ତେବେ ପୁରୁଣା ଏସ୍‌ଓପି…

ନୀଳାଦ୍ରି ନିଳୟ ଦେଇଛି ନୂଆ ପରିଚୟ

ପୁରୀ ଅଫିସ,୧୦।୯: ଦିନ ଥିଲା, କେହି ପାରିବାରିକ ନିର୍ଯାତନା ଯୋଗୁ ତ ଆଉ କେହି ପରିବାରକୁ ହରାଇବା ଦୁଃଖରେ ରାସ୍ତାକୁ ଚାଲିଆସି ଭିକ୍ଷାବୃତ୍ତିକୁ ଆପଣେଇଥିଲେ। ଭୋକର ଜ୍ୱାଳା ମେଣ୍ଟାଇବାକୁ ବଡ଼ଦାଣ୍ଡରେ ଖରାବର୍ଷାର ଦାଉ ସହୁଥିଲେ। ଏବେ କିନ୍ତୁ ସେମାନେ ଆଉ କାହା…

ନଦୀପଠାରେ ହସିଲାଣି କାଶତଣ୍ଡୀ

ମହାକାଳପଡ଼ା,୧୦ା୯(ଡି.ଏନ.ଏ.): ଶରତର ଆଗମନରେ ସଜେଇ ହେଲାଣି ପ୍ରକୃତିରାଣୀ, ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧୋବ ଫରଫର କାଶତଣ୍ଡୀ ଫୁଲ ପବନର ଝିପି ଝିପି ବର୍ଷାରେ ସତେ ଯେମିତି ଦୋଳି ଖେଳୁଛି। ପାର୍ବଣ ଆରମ୍ଭରେ ଖିଲି ଖିଲି ହସୁଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?