ଆମ ଜିଲା ଖବର

ଉଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୬।୬- ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଶୁକ୍ରବାର ହାଇକୋର୍ଟରୁ ଜାମିନ ମିଳିଛି। ତାଙ୍କ ଆବେଦନର ଶୁଣାଣି କରି ବିଚାରପତି ସଙ୍ଗମ କୁମାର ସାହୁ ଏକ ମାସ ପାଇଁ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।...

ବ୍ରହ୍ମପୁରରେ ୪ ଦିନିଆ ଶଟ୍‌ଡାଉନ୍‌ ଘୋଷଣା: ଅତ୍ୟାବଶ୍ୟକୀୟ ସାମଗ୍ରୀ ନେବାକୁ ବଜାରରେ ଅସମ୍ଭାଳ ଭିଡ଼

ବ୍ରହ୍ମପୁର ଅଫିସ,୨୬ା୬: କରୋନା ସଂକ୍ରମଣ ରୋକିବା ଦୃଷ୍ଟିରୁ ଜିଲା ପ୍ରଶାସନ ପକ୍ଷରୁ ଶନିବାରଠାରୁ ୪ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଶୁକ୍ରବାର ସକାଳୁ ସହରର ପରିବା ମାର୍କେଟ,ଭେଣ୍ଡିଂ ଜୋନ୍‌ଗୁଡ଼ିକରେ ଲୋକମାନଙ୍କ ପ୍ରବଳ ଭିଡ଼ ଜମିଥିବାର ଦେଖିବାକୁ...

କୋଭିଡ୍‌-୧୯ କାର୍ଯ୍ୟରେ ଅବହେଳା କରି ସିଆର୍‌ସିସି ନିଲମ୍ବିତ

ବନ୍ତ,୨୬ା୬(ଡି.ଏନ୍‌.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବନମାଳୀ ନାୟକଙ୍କୁ ଗୁରୁବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। କୋଭିଡ୍‌-୧୯ କାର୍ଯ୍ୟରେ ଅବହେଳା ଓ ରାଜନୈତିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ରହି କାର୍ଯ୍ୟରେ ବିଘ୍ନ ସୃଷ୍ଟି କରୁଥିବା...

ବାହାର ଜିଲା ପୋଲିସଙ୍କୁ ପୁରୀ ମନା

ଭୁବନେଶ୍ୱର,୨୬।୬(ବ୍ୟୁରୋ): ପୁରୀ ଯାଇପାରିବେ ନାହିଁ ଜିଲା ବାହାରର ପୋଲିସ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭକ୍ତଶୂନ୍ୟ ରଥଯାତ୍ରା କରାଯାଉଛି। ଶ୍ରୀଜିଉଙ୍କୁ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ପୋଲିସ ଡିଜି ଅଭୟ ନୂଆ ଏସ୍‌ଓପି ଜାରି କରିଛନ୍ତି। ତଦନୁଯାୟୀ ଅଫିସିଆଲ ବାହାନା କରି...

ଘର ବାରଣ୍ଡାରୁ ମିଳିଲା ଶିଶୁକନ୍ୟାର ମୃତଦେହ

କେନ୍ଦୁଝର,୨୬ା୬(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ରାଙ୍କି ଗ୍ରାମରେ ଜଣେ ପାଞ୍ଚ ବର୍ଷ ଶିଶୁକନ୍ୟାର ମୃତଦେହ ଘର ବାରଣ୍ଡାରୁ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଶିଶୁକନ୍ୟା ଜଣକ ହେଲେ ସୋନୁ ମୁଣ୍ଡାଙ୍କ ଝିଅ। ପାଟିରୁ ରକ୍ତ ବାହାରୁ...

ଏମ୍‌ଜିଏନ୍‌ଆର୍‌ଇଜିଏ କାର୍ଯ୍ୟରେ ଚଞ୍ଚକତା

ରସୁଲପୁର,୨୬।୬ (ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ(ଏମ୍‌ଜିଏନ୍‌ଆର୍‌ଇଜିଏ) ଜରିଆରେ ଜବକାର୍ଡଧାରୀଙ୍କ ପରିବାରକୁ ବର୍ଷକୁ ଅନ୍ୟୂନ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବା ପାଇଁ ସରକାରୀ ନିୟମ ରହିଛି। ହେଲେ ଅନେକ ସ୍ଥାନରେ ପ୍ରଶାସନିକ ଅଧିକାରୀ,...

ଅବଧି ସରିଲା, ସରିଲାନି ରାସ୍ତା କାମ

ବାରିପଦା ଅଫିସ,୨୬।୬: ଅବଧି ସରିବାର ୯ ମାସ ବିତିଲାଣି ହେଲେ ରାସ୍ତା କାମ ସରୁନି। ଠିକାଦାର କାମ ଛାଡ଼ି ଚାଲି ଯାଇ ଥିବାରୁ ଏହା ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୨ଟି...

ନାବାଳିକାକୁ ବଳାତ୍କାର ପରେ ହତ୍ୟା ଘଟଣା: ଜେଲ ଗଲେ ଅଭିଯୁକ୍ତ ଯୁବକ

ବ୍ରହ୍ମପୁର ଅଫିସ ,୨୬।୬: ଗଞ୍ଜାମ ଜିଲା ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣକରି ବଳତ୍କାର ଓ ପରେ ହତ୍ୟା ଘଟଣାରେ ପୋଲିସ ଶୁକ୍ରବାର ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ସେ ହେଲେ ଜରଡ଼ା ଥାନା ଅନ୍ତର୍ଗତ ଖରିଆଗୁଡାର ଆଲୋକ...

ଗୁଣ୍ଡିଚା ମନ୍ଦିରରୁ ୨ ଛଦ୍ମବେଶୀ ସେବାୟତ ଅଟକ

ପୁରୀ ଅଫିସ, ୨୬।୬: ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ହେଲେ ଶୁକ୍ରବାର ୨ଜଣ ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶକରି ଧରାପଡ଼ିଛନ୍ତି। ଏହି ୨ ଛଦ୍ମବେଶୀ ସେବାୟତଙ୍କୁ କୁମ୍ଭାରପଡ଼ା ପୋଲିସ ଅଟକରଖି ପଚରାଉଚରା କରୁଛି। ବର୍ତ୍ତମାନ...

ବାଲେଶ୍ୱରରେ ପୁଣି ୭ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଲା

ବାଲେଶ୍ୱର ଅଫିସ,୨୬ା୬: ଶୁକ୍ରବାର ବାଲେଶ୍ୱର ଜିଲାରୁ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବସ୍ତା ଏବଂ ବାହାନଗା ବ୍ଲକର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ।...

ଗଞ୍ଜାମରେ ପୁଣି ୫୦ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮କୁ ବୃଦ୍ଧି

ଛତ୍ରପୁର,୨୬ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଜିଲାରେ ଦିନକରେ ୫୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ...

ବୃଦ୍ଧାଙ୍କୁ ଦଳିଦେଲା ହାତୀ

ସୁନ୍ଦରଗଡ଼,୨୬ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ହେମଗିରି ରେଞ୍ଜ ପୋବାହାଲ ଗାଁରେ ଶୁକ୍ରବାର ଜଣେ ବୃଦ୍ଧାଙ୍କୁ ହାତୀ ଦଳି ମାରି ଦେଇଛି। କେନ୍ଦୁ ପଞ୍ଚାୟତ ଅନ୍ତର୍ଗତ ପୋବାହାଲ ଗାଁର ମିନି ଉରମାଲ(୭୭) ଆଜି ସକାଳୁ ଶୌଚ ପାଇଁ ଯାଉଥିବା ବେଳେ ହାତୀ ହାବୁଡ଼ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri