ଆମ ଜିଲା ଖବର

‘ଅନୁଗୋଳ ବନସାଥୀ’ ଆପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୨୮ା୬: ଚଲାପଥ ଛାଡ଼ି ହାତୀ ଜନବସତି ଆଡ଼େ ଯାଉଥିଲେ ଏବେ ଆଗୁଆ ସତର୍କ କରିହେବ ଲୋକଙ୍କୁ। ଏହାଦ୍ୱାରା ହାତୀ ସହ ମଣିଷର ମୁହାଁ ମୁହିଁ କୁ ଏଡ଼ାଇ ଦିଆଯିବା ସହ ହାତୀକୁ ଜଙ୍ଗଲ ମଧ୍ୟକୁ ତୁରନ୍ତ ଘଉଡ଼ାଇ ଦିଆଯାଇପାରିବ।...

ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତ ହେଉଛି ବୀରାଶାଳ ଏୟାରଷ୍ଟ୍ରିପ୍‌

ଢେଙ୍କାନାଳ ଅଫିସ, ୨୮।୬ :  ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ବୀରାଶାଳ ଏୟାରଷ୍ଟ୍ରିପ୍‌ ବିମାନ ଦୁର୍ଘଟଣାର ୩ ସପ୍ତାହ ପରେ ବନ୍ଦ ରହିଥିବା ତାଲିମ କାର୍ଯ୍ୟକ୍ରମକୁ ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ଏ ସମ୍ପର୍କରେ ଗଭର୍ନମେଣ୍ଟ ଆଭିଏଶନ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌...

ବର୍ଷେ ପରେ ବି ଘାଇ ମରାମତି ହେଲାନି

ଲୋଇସିଂହା, ୨୮।୬(ଡି.ଏନ.ଏ.)  ଗତବର୍ଷ ଲଗାଣ ବର୍ଷାରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଅଗଲାପାଲି ଗ୍ରାମସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଖଜୁରି କଟାଁ ହୁଡାରେ ଘାଇ ହୋଇଥିଲା। ସେତେବେଳେ କଟାଁର ପାଣି ମାଡିଯାଇ ଚାଷଜମି ବାଲିଚର ହେବାରୁ...

ଭିସୁଟ ଛାତ୍ର ନିର୍ମାଣ କଲେ ବିଶୋଧନ ଯନ୍ତ୍ର

ସମ୍ବଲପୁର,୨୮।୬(ବ୍ୟୁରୋ) ସମ୍ବଲପୁର ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଭିସୁଟ ରୋବୋଟିକ୍ସ ସୋସାଇଟିର ଛାତ୍ରୀଛାତ୍ରମାନେ କଣ୍ଟାକ୍ଟଲେସ୍‌ ୟୁଭି ଡିସଇନଫେକ୍ଟାଣ୍ଟ (ୟୁଭିଆରଏଏସ୍‌)ନିର୍ମାଣ କରିଛନ୍ତି। ଏହି ଯନ୍ତ୍ରରୁ ବାହାରୁଥିବା ୟୁଭି ରଶ୍ମି ବିଶୋଧନ କରିବାରେ ସାହାଯ୍ୟ କରେ ଓ ମଣିଷ ଶରୀର ପାଇଁ...

‘ପାଣି ଏଠି ଜୀବନ ନୁହେଁ, ଜହର’

ବିନିକା,୨୮ା୬(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିଲେଇମାଳ ଗାଁ। ଏହି ରାଜସ୍ବ ଗ୍ରାମର ଲୋକସଂଖ୍ୟା ୪ଶହ। ମୁଖ୍ୟତଃ ପଛୁଆ ବର୍ଗ ଏବଂ ଆଦିବାସୀ, ହରିଜନ ଶ୍ରେଣୀର ଲୋକେ ବସବାସ କରୁଥିବା ଏହି ଗ୍ରାମର ଚତୁଃପାର୍ଶ୍ୱରେ ଚାଷ...

ରାସ୍ତାରେ କଲେ ପ୍ରସବ: ୩ କି.ମି. ଚାଲି ଚାଲି ଗଲେ

ଟିକିରି,୨୭ା୬: ପୁଣି ଜନନୀ ଯନ୍ତ୍ରଣା। ଗର୍ଭବତୀଙ୍କୁ ଚଲାଇ ଚଲାଇ ନେବା ସମୟରେ ରାସ୍ତାରେ ପ୍ରସବ କରିଛନ୍ତି। ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ଭେଜାପଦର ଗ୍ରାମରୁ ଆସିଛି ଏପରି ଖବର। ଗାଁକୁ ଭଲ ରାସ୍ତାଟିଏ ନ ଥିବାରୁ...

ପୂର୍ବତନ ମନ୍ତ୍ରୀ ଲାଲ୍‌ବିହାରୀ ହିମିରିକା ଅସୁସ୍ଥ

ରାୟଗଡ଼ା ଅଫିସ,୨୭ା୬: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପବାଚସ୍ପତି ଲାଲ୍‌ବିହାରୀ ହିମିରିକା ଶୁକ୍ରବାର ରାତିରେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଝାଡ଼ା, ପରିସ୍ରା ହେବାରେ ସମସ୍ୟା ରହଛି।...

ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ

ଦଶମନ୍ତପୁର/ଜୟପୁର,୨୭ା୬ (ନି.ପ୍ର.)-କୋରାପୁଟ ଜିଲା ଜୟପୁର ଭିଜିଲାନ୍ସ ପକ୍ଷରୁ ଶନିବାର ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଜଣେ ମହିଳା ସରପଞ୍ଚ ଧରାପଡ଼ିଛନ୍ତି। ତାଙ୍କଠାରୁ ଟଙ୍କା ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତରେ ଏପରି ଘଟଣା ଘଟିଛି।...

ମିଳିଲାନି ସରକାରୀ ସହଯୋଗ: ଟଙ୍କା ଆଦାୟ କରି ନାଳ ସଫା କଲେ ଚାଷୀ

ରସୁଲପୁର,୨୭ା୬(ଡି.ଏନ.ଏ.): ପ୍ରଶାସନକୁ ଅନେକ ଗୁହାରି କରିବା ପରେ ମଧ୍ୟ ନାଳ ସଫେଇ ହୋଇ ପାରିଲାନି। ଶେଷରେ ଚାଷୀ ନିଜେ ଟଙ୍କା ଆଦାୟ କରି ନାଳ ସେଫଇ କରୁଛନ୍ତି। ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ଶ୍ରୀବନ୍ତପୁର ଓ ଜାବରା ପଞ୍ଚାୟତ...

୩୦ ରାତିରୁ ପୁରୀ ଜିଲାରେ କର୍ଫ୍ୟୁ

ପୁରୀ ଅଫିସ,୨୭।୬- ବିଶ୍ୱ ପ୍ରସିଦ୍ଧ ବାହୁଡା ରଥଯାତ୍ରା ପାଇଁ ପୁଣି ପୁରୀ ଜିଲାରେ ଜାରି ହେବ କର୍ଫ୍ୟୁ। ଜୁନ ୩୦ ରାତି ୧୦ଟାରୁ ଜୁଲାଇ୨ ରାତି ୧୦ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଏ ନେଇ ଶନିବାର ପୁରୀ ଜିଲାପାଳ...

ଉଲିବୁରୁ ଖଣି ଦୁର୍ନୀତି ମାମଲା: ଜେଲରୁ ମୁକୁଳିଲେ ଦୀପକ ଗୁପ୍ତା

କେନ୍ଦୁଝର,୨୭।୬(ସ୍ବ.ପ୍ର)-ଉଲିବୁରୁ ଖଣି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଶନିବାର ସାରେ କେନ୍ଦୁଝର ଜେଲରୁ ଜାମିନ ପାଇ ମୁକୁଳିଛନ୍ତି। ଗତକାଲି ହାଇକୋର୍ଟରେ ତାଙ୍କୁ ଏକ ମାସ ପାଇଁ ସର୍ତ୍ତମୂଳକ ଜାମିନ ଆଦେଶ ପରେ ଆଜି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ...

ମାଲକାନଗିରି ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ: ୪ ବିଏସ୍‌ଏଫ୍‌ ଯବାନ ସଂକ୍ରମିତ

ମାଲକାନଗିରି,୨୭ା୬(ଡି.ଏନ୍‌.ଏ)-ମାଲକାନଗିରି ଜିଲାରେ ଶନିବାର ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ବିଏସ୍‌ଏଫ୍‌ ଯବାନ ରହିଛନ୍ତି। ଆକ୍ରାନ୍ତ ଯବାନମାନେ ସଦର ମହକୁମା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ କିଛିଦିନ ପୂର୍ବରୁ ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri