ଆମ ଜିଲା ଖବର

ଜାତୀୟ ପତାକାକୁ ଅବମାନନା: ଓଲଟା ଉଡ଼ାଇଲେ ତ୍ରିରଙ୍ଗା

ମାଲକାନଗିରି,୧୫।୮(ସ୍ବ.ପ୍ର.): ୭୪ ତମ ସ୍ବାଧୀନତା ଦିବସ ପାଳନ ବେଳେ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ ଅନ୍ତର୍ଗତ କୁସୁମପୁଟ ପ୍ରକଳ୍ପ ବିଦ୍ୟାଳୟରେ। କୋଭିଡ କଟକଣା ଯୋଗୁ କେବଳ ସ୍କୁଲ...

ସଂଗରୋଧ ସରିବା ପରେ ଭୁଲିଗଲା ଗଞ୍ଜାମ ପ୍ରଶାସନ: ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଲାଣି ସ୍କୁଲ-କଲେଜ କୋଠା

ବ୍ରହ୍ମପୁର,୧୫।୮- ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ନିଜ ନିଜ ଜିଲ୍ଲାକୁ ଫେରି ଆସିଥିଲେ। ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ ସ୍କୁଲ ଓ କଲେଜ ସଂଗରୋଧ ଗୃହରେ ରଖାଯାଇଥିଲା। ପ୍ରବାସୀମାନେ ସଙ୍ଗରୋଧରେ ରହିବା ଦ୍ୱାରା ମହାମାରୀ କରୋନାର ମୁକାବିଲା...

ପୋଖରୀରେ ବୁଡି ୨ ନାବାଳକ ମୃତ

ଜଗତସିଂହପୁର ଅଫିସ/ତିର୍ତ୍ତୋଲ ୧୫।୮- ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନାର ଖନ୍ଦୋଳ ଗାଁ ପୋଖରୀରେ ବୁଡ଼ି ଶନିବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ ତୁଳଙ୍ଗ ଗାଁର ପ୍ରତ୍ୟୁଷ ବିଶ୍ୱାଳ ଓ ଆୟୁଷ ବିଶ୍ୱାଳ। ପ୍ରତ୍ୟୁଷ ଓ ଆୟୁଷ...

ଖବରକାଗଜ ବିତରକ ଉଡାଇଲେ ତ୍ରିରଙ୍ଗା

ବରଗଡ଼ ଅଫିସ,୧୫।୮: ବରଗଡ଼ ଜିଲା ଖବରକାଗଜ ବିତରକ ସଂଘ ପକ୍ଷରୁ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀଛକସ୍ଥିତ ନବରତ୍ନ ମିଡିଆ ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ...

ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲା ୩ ଜୀବନ

ଡାବୁଙ୍ଗା,୧୫ା୮(ଡି.ଏନ୍‌.ଏ.): ତିନିଦିନ ହେଲା ଲଗାଣବର୍ଷା ଯୋଗୁ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳର ପୂର୍ଣ୍ଣ ପନକାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଶନିବାର ସକାଳେ ପୂର୍ଣ୍ଣଙ୍କ ୨ ପୁଅ ଓ ନାତୁଣୀ ଘର ଭିତରେ ଥିବା ସମୟରେ ଘରଟି ହଠାତ...

ଢେଙ୍କାନାଳରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ

ଢେଙ୍କାନାଳ ଅଫିସ,୧୫।୮-ଢେଙ୍କାନାଳ ଷ୍ଟାଡିୟମଠାରେ ଶନିବାର ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି। ମୁଖ୍ୟଅତିଥି ଭାବେ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଜିଲାର କୋଭିଡ ଯୋଦ୍ଧାମାନଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ...

କରୋନା ଆକ୍ରାନ୍ତଙ୍କ ଘରୁ ଚୋରି

ଚୌଦ୍ୱାର,୧୫।୮(ଡି.ଏନ୍‌.ଏ.): ଶୁକ୍ରବାର ବିଳମ୍ବିତ ରାତିରେ ବର୍ଷା ଓ ଅନ୍ଧାରର ସୁଯୋଗ ନେଇ ଜଣେ କରୋନା ଆକ୍ରାନ୍ତଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର। ଏହା ଚୌଦ୍ୱାର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ସୂଚନା ଅନୁଯାୟୀ, ଚୌଦ୍ୱାର ଓଟିଏମ୍‌ କଲୋନୀ ସତ୍ୟନାରାୟଣ...

ପୋଲ ଉପରୁ ନଦୀକୁ ଖସିଲା ମିନିଟ୍ରକ୍‌: ପହଁରି ଜୀବନ ବଞ୍ଚାଇଲେ ଡ୍ରାଇଭର, ହେଲପର

ମାଲକାନଗିରି,୧୫ା୮: ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମାଲକାନଗିରି ଜିଲାର ସମସ୍ତ ନଦୀର ପୋଲ ଉପରେ ୪ରୁ ୫ ଫୁଟ ଉଚ୍ଚରେ ପାଣି ପ୍ରବାହ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହି ପରସ୍ଥିତିରେ...

ପୁରୀରେ ସ୍ବାଧୀନତା ଦିବସ: ଅଭିବାଦନ ଗ୍ରହଣ କଲେ ଜିଲାପାଳ

ପୁରୀ ଅଫିସ,୧୫।୮: ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପଡିଆରେ ଆଜି ୭୪ତମ ସୱାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ବଲୱନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ...

ଦୁଇ ଦିନରେ ଚିହ୍ନଟ ହେଲେ ୫୨ କରୋନା ଆକ୍ରାନ୍ତ: ଜୁନାଗଡ଼ର ଏହି ୭ ଓ୍ବାର୍ଡ୍‌କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ଜିଲା ପ୍ରଶାସନ

ଜୁନାଗଡ,୧୫।୮(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ସହରରେ ୨ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ଫଳରେ ସଂକ୍ରମଣ ବଢିବା ଆଶଙ୍କା କରି ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ମଧ୍ୟରାତ୍ରିଠାରୁ ସହରର ୭ଟି ୱାର୍ଡକୁ ଆସନ୍ତା ୨୦ତାରିଖ ମଧ୍ୟରାତ୍ରି ଯାଏ କଣ୍ଟେନମେଣ୍ଟ ଜୋନ୍‌...

ବୁଗୁଡ଼ାରେ ସ୍ବାଧୀନତା ଦିବସ: ଜାଣନ୍ତୁ କେଉଁଠି କିଏ କଲେ ପତାକା ଉତ୍ତୋଳନ

ବୁଗୁଡ଼ା,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ାର ବିଭିନ୍ନ ସ୍ଥାନରେ ୭୪ତମ ସ୍ବାଧୀନତା ଦିବସ ଶନିବାର ପାଳିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟରେ ବିଡିଓ ତନ୍ମୟ ପାତ୍ରଙ୍କ ଉପସ୍ଥିତିରେ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ ପତାକା ଉତ୍ତୋଳନ କରିଛନ୍ତି। ଏହା ସହ ବ୍ଲକ ପ୍ରଶାସନ...

ବୈତରଣୀ ଜଳସ୍ତର ବୃଦ୍ଧି

ଭଣ୍ଡାରିପୋଖରୀ,୧୫ା୮: ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ବୈତରଣୀର ଜଳସ୍ତର ଆଖୁଆପଦା ଆନିକଟଠାରେ ଶନିବାର ସକାଳ ୯ଟାରୁ ବୃଦ୍ଧି ପାଇବା ଆରମ୍ଭ କରିଛି। ଆନିକଟଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ବନ୍ୟାଜଳ ଅପରାହ୍ନ ୨ଟାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri