ଆମ ଜିଲା ଖବର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୮ ଆହତ

ପଦ୍ମପୁର, ୧୧.୧୧- (ପ୍ରଦୀପ୍ତ ଦାଶ )ଆଜି ସକାଳ ୭ଟା ରେ ପଦ୍ମପୁର ଅନ୍ତର୍ଗତ ଗାଇସିଲେଟ ଥାନା ଖୁଣ୍ଟପାଲି ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ…

ଆଉ ଜଣେ ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ

ନୂଆପଡ଼ା,୧୧ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଆଉ ଜଣେ ପ୍ରିଜାଇଡିଂ ଅଫିସର ମଙ୍ଗଳବାର ସସ୍‌ପେଣ୍ଡ ହୋଇଛନ୍ତି। ନୂଆପଡ଼ା ଜିଲା ସିନାପାଲ୍ଲୀ ୪୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ବାଇଁଙ୍କୁ ସସ୍‌ପେଣ୍ଡ କରାଯାଇଛି। ତେବେ ସନ୍ଦୀପ ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ ତାଙ୍କ…

କର୍ଲାମୁଣ୍ଡାରେ ଅମଳ ହେଲାଣି ୩୫ ପ୍ରତିଶତ ଧାନ, ମଣ୍ଡି ଅପେକ୍ଷାରେ ଚାଷୀ

ରିଷିଡ଼ା,୧୧ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧୀନ ରିଷିଡ଼ା, ତେରେସିଂହା, ଗଜବାହାଲ, ରିଞ୍ଜା, ପୋରକେଲା, କର୍ଲାମୁଣ୍ଡା, ରାଜପୁର, ସାପଲହରା, ସରଗୁଲ ମାଳପଡ଼ା, ଯୋରାଡ୍ରବରା, ରେଗେଡ଼ା, ବୋରପଦର ଆଦି ପଞ୍ଚାୟତରେ ଚଳିତ ବର୍ଷ ଧାନଚାଷ ଭଲ ହୋଇଛି। ବର୍ତ୍ତମାନ ଏହିସବୁ ଅଞ୍ଚଳରେ…

ପ୍ରାଣୀସମ୍ପଦର ଅଭିବୃଦ୍ଧି ପାଇଁ ପ୍ରୟାସ, ପ୍ରଥମଥର ନିଆଗଲା ଏମିତି…

ଦାରିଙ୍ଗବାଡ଼ି,୧୧ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି ପାଇଁ ପ୍ରଥମଥର ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଏହି ଚାଷ କରି ପ୍ରତିପୋଷଣ ହେଉଥିବା ଚାଷୀଙ୍କୁ ପ୍ରୋତ୍ସାହନ କରାଯିବା ସହ ଏହି ଚାଷ ପ୍ରତି ଆଗ୍ରହ…

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ସଂଗଠନ ତରଫରୁ ଏକ ଶୋଭାଯାତ୍ରା ଅନୁଗୋଳ ଆମ୍ବେଦକର ଭବନଠାରୁ ବାହାରି ଜିଲାପାଳଙ୍କ…

କ୍ଷମା ପ୍ରାର୍ଥନା କଲେ ବ୍ରହ୍ମପୁର ଏସ୍‌ପି

କଟକ,୧୧।୧୧(କାର୍ତ୍ତିକ ସାହୁ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌ ହାଇକୋର୍ଟରେ ମଙ୍ଗଳବାର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। କ୍ଷମା ପ୍ରାର୍ଥନାକ ହାଇକୋର୍ଟ ଗ୍ରହଣ କରିଛନ୍ତି। ଏଥିସହ ତାଙ୍କ ବିରୋଧରେ ମାମଲା…

ଦିଲ୍ଲୀରେ ବିସ୍ଫୋରଣ ପରେ ଆସିଲା ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ଓଡ଼ିଶାରେ…

ଭୁବନେଶ୍ୱର,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ରାଜଧାନୀବାସୀଙ୍କୁ ଥରାଇ ଦେଇଛି। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତକୁ ଜୋରଦାର କରିଥିବା ବେଳେ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏଭଳିସ୍ଥିତିରେ ଓଡ଼ିଶାରେ ମଧ୍ୟ…

ସର୍ଗିଫୁଲ ମହୋତ୍ସବ: ସାମ୍ନାକୁ ଆସିବ ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା

ଦାରିଙ୍ଗବାଡି,୧୧।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ମଙ୍ଗଳବାର ବ୍ଲକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏଥିରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲିଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟଙ୍କ…

ପୂର୍ବାହ୍ନ ୧୧ଟା ସୁଦ୍ଧା ନୂଆପଡ଼ାରେ ୩୨.୫୧% ମତଦାନ

ନୂଆପଡ଼ା,୧୧ା୧୧(ମକାରୁ ବେମାଲ): ମଙ୍ଗଳବାର ସକାଳ ୭ଟାରୁ ଚାଲିଛି ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ନୂଆପଡ଼ାରେ ୩୨.୫୧% ଭୋଟର ମତଦାନ କରିସାରିଛନ୍ତି। ମତଦାନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଅନ୍ୟ ସାଧାରଣ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଅପରାହ୍ନ…

ଫୁଲ ତୋଳିବାକୁ ଉଠିଥିଲେ ମହିଳା: ପଡିଗଲେ ହାତୀ ସମ୍ମୁଖରେ, ଆଉ ତା’ପରେ…

ରାଉରକେଲା,୧୧।୧୧(ସଂଗୀତା ଜେନା) ମଙ୍ଗଳବାର ଭୋର ସମୟରେ ରାଉରକେଲା କୋଏଲ ନଗର ଅଞ୍ଚଳରେ ଏକ ଗୋଠ ଛଡା ଦନ୍ତା ହାତୀ ପଶି ଜଣେ ମହିଳାଙ୍କୁ ଦଳି ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ୍ୟୁବରଣ କରିଛନ୍ତି। ମୃତକ ହେଉଛନ୍ତି କୋଏଲ ନଗର…

ସାଙ୍ଗମାନଙ୍କ ସହ ନିଆଁରେ ସେକି ହେଉଥିଲେ ୨ୟ ଶ୍ରେଣୀ ଛାତ୍ରୀ, ସାର୍ଟରେ ଲାଗିଲା ନିଆଁ, ତା’ପରେ…

ପାଟଣା,୧୧।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆବାସିକ ଛାତ୍ରାବାସର ଜଣେ ୨ୟ ଶ୍ରେଣୀ ଛାତ୍ରୀ ସୋମବାର ରାତିରେ ନିଆଁ ପୁଇଁ ହେଉଥିବା ବେଳେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଗୁରୁତର…

୧୮ ବେଆଇନ ବାଲି ବୋଝେଇ ଗାଡି ଜବତ: ଡ୍ରାଇଭର ଫେରାର

ହାଟଡିହୀ,୧୧l୧୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ବାଲି ପରିବହନ କରୁଥିବା ୧୮ଟି ବାଲି ଗାଡିକୁ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା ଜବତ କରିଛନ୍ତି l ସେଥିମଧ୍ୟରୁ ୧୭ଟି ହାଇୱା ଏବଂ ଗୋଟିଏ ଟ୍ରାକ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri